ବିବାହ ପୂର୍ବରୁ ଅପହରଣ ହୋଇଗଲା ବର, ତା ପର ଦିନ ଘର ପାଖରେ ଥିବା କୂଅରୁ ମିଳିଲା ଶବ,ଜାଣନ୍ତୁ ପୁରା ଘଟଣା

ବିହାରର ବୈଶାଳୀ ଜିଲ୍ଲାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଗୋଟିଏ ବରକୁ ଅପହରଣ କରିନେଲେ ଓ ପରେ ତାଙ୍କର ହତ୍ୟା କରିଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କର ଶବ ଘର ପାଖରେ ଥିବା କୂଅରେ ମିଳିଥିଲା। କୁହାଯାଇଛିକି ବରକୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ପିଟିଥିଲେ।

ବାସ୍ତବରେ, ଏହି ମାମଲା ବୈଶାଳୀ ଜିଲ୍ଲାର ସରାୟର ଅଟେ। ଯେଉଁଠି ଚନ୍ଦନ ନାମକ ଏକ ଯୁବକଙ୍କର ବିବାହ ଡିସେମ୍ବର ୧୨ରେ ହେବାକୁ ଥିଲା। ମଣ୍ଡପ ସଜା ସାରିଥିଲା ଓ ଘରେ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। କିନ୍ତୁ ବିବାହ ପୂର୍ବରୁ ଡିସେମ୍ବର ୮ ରେ ବର ଚନ୍ଦନକୁ ଅପହରଣ କରିନିଆଗଲା।

Google

ଅପହରଣ ପରେ ଘରେ ହଡକଂପ୍ ଵ୍ୟାପିଗଲା। ଏହି ସୂଚନା ପୋଲିସକୁ ଦିଆଗଲା। ପୋଲିସ ବରର ଅପହରଣ ମାମଲାରେ ଏକ ଏଫଆଇଆର ଦାଖଲ କରିଲେ। ଓ ତାଙ୍କର ସନ୍ଧାନ କରିବା ଆରମ୍ଭ କରିଲେ। କିନ୍ତୁ ତା ପରଦିନ ତାଙ୍କର ଶବ ତାଙ୍କର ଘର ନିକଟସ୍ଥ କୂଅରୁ ତାଙ୍କ ଶବ ମିଳିଲା।

ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଏସଡିପିଓ ସଦର ହାଜିପୁର, ରାଘବ ଦୟାଲ କହିଲେକି ସୂଚନା ମିଳିବା ପରେ ତତ୍କାଳ ଯାଞ୍ଚ୍ ଆରମ୍ଭ ହୋଇଯାଇଛି।

ଶବ ର ପରିସ୍ଥିତିକୁ ଦେଖି ଆଶଙ୍କା କରାଯାଉଛିକି ବର ଚନ୍ଦନଙ୍କୁ ଭୀଷଣ ଭାବରେ ପିଟା ଯାଇଛି। ତାଙ୍କ ଶରୀରରେ ଅନେକ ଚିହ୍ନ ଥିଲା। ଶବ ମିଳିବା ପରେ ପୋଲିସ୍ ସନ୍ଦିଗ୍ଧଙ୍କ ଘରେ ଯାଞ୍ଚ ଆରମ୍ଭ କରିଦେଇଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *