ଧରାପଡ଼ିଲା ଚୋରା ପୀରତି, ଭାଣିଜୀକୁ ହତ୍ୟା କରି ପୋତିଦେଲା ମାମୁ

ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବା ମାମୁଁ ର  ପ୍ରକୃତ ରୂପ  ଦେଖି ଦେଇଥିଲା  ୭ ବର୍ଷର ଭାଣିଜୀ । ଧରାପଡ଼ିବା ଭୟରେ ଭାଣିଜୀକୁ ହତ୍ୟା କରି ପୋଖରୀରେ ପୋତି ଦେଇଥିଲେ ମାମୁ । ଭଣ୍ଡ ହେଇଯାଇଥିଲା ସବୁ ଯୋଜନା । ନିଖୋଜ ହେବାର ୩ଦିନ ପରେ ଶବ ଜବତ କଲା ପୋଲିସ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।

ଏସଡିପିଓଙ୍କ କହିବା ଅନୁଯାଇ ବାଲିଆପାଳ ଥାନା ଅଧୀନରେ ଥିବା ସୁନ୍ଦରକୋଇଲି ଗ୍ରାମର ବଳରାମ ପାତ୍ରଙ୍କ ୭ବର୍ଷର ଝିଅ ବିଷ୍ଣୁପ୍ରିୟା ପାତ୍ର ଓରଫ୍ ନେଉଳି ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ସେଠୀ ରହିବା ସମୟରେ ସମ୍ପର୍କୀୟ ମାମୁଙ୍କ ଅନୈତିକ ସମ୍ପର୍କ ଦେଖି ଦେଇଥିଲେ । ସମ୍ପର୍କୀୟ ମାମୁ ଲୋକଲଜ୍ୟା ଭୟରେ ଭାଣିଜୀକୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

File photo

୧୧ ତାରିଖ ସନ୍ଧ୍ୟା ୧୦ଟା ସମୟରେ ଭାଣିଜୀକୁ ପାଖରେ ଥିବା ପୋଖରୀକୁ ଡାକି ନେଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନେଉଳିକୁ ହତ୍ୟା କରି ପୋଖରୀରେ ପୋତି ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *