ଗୋଟିଏ ଦିନରେ ୪୦ ଅଣ୍ଡା – ୮ ଘଣ୍ଟା ଜିମ୍, ଏମିତି ବାହୁବଳୀର ଭଲ୍ଲାଲଦେବ ଭୂମିକା ପାଇଁ ପ୍ରସ୍ତୁତ ହୋଇଥିଲେ ରାଣା ଦୁଗୁବତି

ସାଉଥ୍ ସୁପରଷ୍ଟାର ରାଣା ଦୁଗୁବତି ୧୪ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଏକ ଲମ୍ବା ରାସ୍ତା ଫିଲ୍ମ ଜଗତରେ ଅଛି। ଯେଉଁଠି ସେ ଅନେକ ଭଲ ଭଲ ଫିଲ୍ମରେ କାମ କରିଛନ୍ତି ଓ ସେ ଅନେକ ଆୱାର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। କିନ୍ତୁ ରାଣାଙ୍କର ଭଲ୍ଲାଲଦେବର ଅବତାର ସମସ୍ତେ ମନେ ରଖିବେ। ଦେଶର ସବୁଠୁ ସଫଳ ଫିଲ୍ମ୍ ବାହୁବଳୀରେ ସେ ଏକ ସସକ୍ତ ଭୂମିକା ନିଭାଇଥିଲେ। କହିବାକୁ ଗଲେ ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ଥିଲେ କିନ୍ତୁ ରାଣାଙ୍କ ବିନା ଏହି ଫିଲ୍ମ୍ ବିଷୟରେ ଚିନ୍ତା କରାଯାଇ ପାରିବ ନାହିଁ।

କେମିତି ପ୍ରସ୍ତୁତ ହେଲା ଭଲ୍ଲାଲଦେବଙ୍କ ଭୂମିକା?

ଭଲ୍ଲାଲଦେବ ହେବା ପାଇଁ ରାଣାଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡ଼ିଥିଲା। ସେ ଶ୍ରଦ୍ଧାର ସହିତ କାମ କରିଥିଲେ ଓ ସେ ଏହି ଫିଲ୍ମର ପ୍ରସ୍ତୁତ ସମୟରେ ତାଙ୍କୁ ଅନେକ ଶାରୀରିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଲା। କୁହାଯାଉଛିକି ଭଲ୍ଲାଲଦେବଙ୍କ ଭୂମିକା ପାଇଁ ରାଣାଙ୍କୁ ୪୦୦୦ କ୍ୟାଲୋରୀ ନେବାକୁ ପଡ଼ିଥିଲା। ଏତେ ବଡ଼ ଇଣ୍ଟେକ୍ ପାଇଁ ସେ ପ୍ରତ୍ୟେକ ଦିନ ୪୦ ଟି ଅଣ୍ଡା ଖାଉଥିଲେ। ଏହା ବ୍ୟତୀତ ଜିମରେ ୮ ଘଣ୍ଟା ଧରି ପରିଶ୍ରମ କରୁଥିଲେ। ଗୋଟିଏ ମଣିଷ ଦିନରେ କେବଳ ତିନିଥର ଖାଇଥାଏ କିନ୍ତୁ ରାଣା ଭଲ୍ଲାଲଦେବଙ୍କ ଭୂମିକା ପାଇଁ ଦିନକୁ ୮ଥର ଖାଉଥିଲେ। ସେ ପ୍ରତ୍ୟେକ ଦୁଇ ଘଣ୍ଟାରେ ଥରେ ଚାଉଳ ଖାଉଥିଲେ।

Google

ଏକ୍ଟରଙ୍କ ମୁତାବିକ ଏହି ଭୂମିକା ପାଇଁ ସେ ନିଜର ଓଜନ ୧୦୦ କିଲୋ କରିଦେଇଥିଲେ। ବର୍ତ୍ତମାନ ଏତିକି ଓଜନରେ କହାରିବି ପେଟ ବାହାରି ଆସୁଛି। କିନ୍ତୁ ରାଣା ନିଜର ଶରୀର ଉପରେ ଏତେ ପରିଶ୍ରମ କରୁଥିଲେକି ତାଙ୍କର ବଢୁଥିବା ଓଜନ କେବଳ ମସଲସ ରୂପରେ ଦେଖା ଯାଉଥିଲା। ଏମିତି ଭାବରେ ସମସ୍ତଙ୍କୁ ଭଲ୍ଲାଲଦେବଙ୍କ ଏହି ଶରୀର ଦେଖିବାକୁ ମିଳିଥିଲା।

ରାଣାଙ୍କ ଫିଲ୍ମରେ ସଫର:-

ସେମିତି ଦେଖିବାକୁ ଗଲେ ରାଣା ଦୁଗୁବତି ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ବିପାସା ବାସୁଙ୍କ ସହ ଫିଲ୍ମରେ କାମ କରିଛନ୍ତି। ସେ ଖିଲାଡ଼ି ଅକ୍ଷୟ କୁମାରଙ୍କ ସହିତ ମଧ୍ୟ କାମ କରିଛନ୍ତି। ସେ ବଲିଉଡରେ ବହୁତ୍ କମ ସମୟ ମଧ୍ୟରେ ଅନେକ କାମ କରିଛନ୍ତି। ସାଉଥରେ ମଧ୍ୟ ସେହିପରି ଅନେକ ଫିଲ୍ମ୍ କରିଛନ୍ତି। ତାଙ୍କର ଏକ୍ସନ ମଧ୍ୟ ସେହିଭଳି ଦେଖିବାକୁ ମିଳିଥାଏ ଯେମିତି ତାଙ୍କର ଭୂମିକା ସେହି ଚଳଚ୍ଚିତ୍ର ପାଇଁ ଥାଏ। ଓ ତାଙ୍କର ଏହି ଭୂମିକାକୁ ଦେଖି ସମସ୍ତେ ପ୍ରଶଂସା କରିଥାନ୍ତି। ରାଣା ମଧ୍ୟ କରୋନା ସମୟରେ ବିବାହ କରିଛନ୍ତି।ସେ ମିହିକା ବଜାଜଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଏହି ଫୋଟ ଟ୍ରେଣ୍ଡ କରୁଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *