ରାତାରାତି ଖାଲି ହୋଇଗଲା ସମ୍ପୂର୍ଣ୍ଣ ସହର, ୪୫ ବର୍ଷ ହେଲାଣି ଏହି ସ୍ଥାନରେ ଯିଏ ବି ପାଦ ରଖୁଛି ,ତାଙ୍କୁ ମିଳୁଛି ଜେଲ ଦଣ୍ଡ,ଜାଣନ୍ତୁ ସେ ସହର ବିଷୟରେ

ପ୍ରାୟତଃ ଆମେ ଫିଲ୍ମରେ ଦେଖିଥାଉ ଏକ ଭୁତ ଘର କିମ୍ବା ବଙ୍ଗଳା, ଯେଉଁଠାକୁ ଲୋକମାନେ ଯିବାକୁ ମଧ୍ୟ ଡରିଥାନ୍ତି | କିନ୍ତୁ ଆପଣ କଣ ଜାଣିଛନ୍ତି ଯେ ବାସ୍ତବରେ ଏକ ଏମିତି ସ୍ଥାନ ରହିଛି, ଯେଉଁଠାରେ ୪୫ବର୍ଷ ଧରି ଲୋକମାନେ ଡରି ସେଠାକୁ ଯାଉନାହାନ୍ତି | ଏହା କୌଣସି ବଙ୍ଗଳା କିମ୍ବା ଘର ନୁହେଁ ବରଂ ସମ୍ପୂର୍ଣ୍ଣ ଭାବେ ଏକ ସହର ଅଟେ | ଆଜ୍ଞା ହଁ , ସାଇପ୍ରସର ଭାରୋଶା ସହର ଦୁନିଆର ସବୁଠୁ ବଡ ଭୁତ ସହର ଅଟେ | ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ କେଉଁ କାରଣରୁ ଏଠିକାର ଲୋକମାନଙ୍କୁ ରାତାରାତି ନିଜ ଘର ଛାଡି ଯିବାକୁ ପଡିଲା ଏବଂ କାହିଁକି ୪୫ବର୍ଷ ଧରି ଏଠାକୁ କେହି ଯାଉନାହାନ୍ତି |

ଆଇସଲ୍ୟାଣ୍ଡରେ ସାଇପ୍ରସ ଭାରୋଶା ସହର ଦିନେ ପର୍ଯ୍ୟଟନ ପାଇଁ ଜଣାଶୁଣା ଥିଲା, କିନ୍ତୁ ବର୍ତ୍ତମାନ ଏହା ଦୁନିଆର ସବୁଠାରୁ ବଡ ଭୁତ ସହରରେ ପରିଣତ ହୋଇଛି | ଏକ ଏମିତି ସହର ଯେଉଁ ସ୍ଥାନକୁ ଲୋକମାନେ ଯିବା ପାଇଁ ମଧ୍ୟ ଡରିଥାନ୍ତି |

Google

ଏହି ଫୋଟଗୁଡିକୁ ଦେଖି ଆପଣ ଅନୁମାନ କରିପାରିବେ ଯେ ଏହି ସହରଟି କେତେକାଂଶରେ ଗୁଜବ ସୃଷ୍ଟି କରିଥାନ୍ତା | ଏଠାରେ ହୋଟେଲ, ସ୍କୁଲ, ଡାକ୍ତରଖାନା, ଆବାସିକ କୋଠା, ବାର ଏବଂ ରେଷ୍ଟୁରାଣ୍ଟ ଭଳି ସମସ୍ତ ସୁବିଧା ଥିଲା | କିନ୍ତୁ ବର୍ତ୍ତମାନ ସବୁକିଛି ଏଠାରେ ପରିତ୍ୟକ୍ତ ହୋଇଛି |

ସମୁଦ୍ରକୂଳ ପାଖରେ ବସିବାକୁ ସହରର ଯଦି କେହି ଆସିବାକୁ ମଧ୍ୟ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଜେଲ ହୋଇଥାଏ | ଆଜ୍ଞା ହଁ, ଭାରୋଶା ସହରକୁ ସବୁ ଦିଗରୁ ସିଲ୍ କରାଯାଇଛି | ଯଦି କୌଣସି ବ୍ୟକ୍ତି ଏଠାକୁ ଆସିବାକୁ କିମ୍ବା ସହରର ଫଟୋ ଉଠାଇବାକୁ ଚେଷ୍ଟା କରିଥାନ୍ତି, ତେବେ ତାଙ୍କୁ ତୁରନ୍ତ ଗିରଫ କରି ନିଆଯାଇଥାଏ |

ଆପଣ ଭାବୁଥିବେ ଯେ ପ୍ରକୃତରେ ଏପରି କାହିଁକି ? ତେବେ ଆପଣଙ୍କୁ କହିରଖୁଛୁ ଯେ ୧୯୭୪ ମସିହାରେ ଏହି ସହର ଉପରେ ତୁର୍କୀ ଆକ୍ରମଣ କରିଥିଲା ଏବଂ ଏହି ଆକ୍ରମଣ ପରେ ଏହି ସହରଟି ରାତାରାତି ସମ୍ପୂର୍ଣ୍ଣ ଖାଲି ହୋଇଗଲା | ୪୫ ବର୍ଷ ପରେ ମଧ୍ୟ ଏହି ସହର ଆଜି ବି ପରିତ୍ୟକ୍ତ ହୋଇଛି |

ତୁର୍କୀର ଦାବି ରହିଥିଲା ଯେ ଆଇଲ୍ୟାଣ୍ଡରେ ରହୁଥିବା ତୁର୍କୀ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିଲା | ଏହାର ଫଳାଫଳ ଏହା ହୋଇଥିଲା ଯେ ଗ୍ରୀସ ସାଇପ୍ରସ ଏବଂ ତୁର୍କୀ ସାଇପ୍ରସର ନାମରେ ଦୁଇ ଭାଗରେ ବାଣ୍ଟି ହୋଇଗଲା |

ଏହି ଆକ୍ରମଣ ପରେ ଭାରୋଶା ସହର ସାଇପ୍ରସରୁ ଅଲଗା ହୋଇଗଲା | ଏହି ସହର ବର୍ତ୍ତମାନ ତୁର୍କୀ ସେନା ଅଧୀନରେ ରହିଛି | ଏଠାରେ ତୁର୍କୀ ସେନା ବ୍ୟତୀତ ଅନ୍ୟ କେହି ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି |

କୁହାଯାଉଛି ଯେ ଏହି ଆକ୍ରମଣ ପୂର୍ବରୁ ଏହି ସହରର ଜନସଂଖ୍ୟା ପ୍ରାୟ ୪୦,୦୦୦ ଥିଲା, ଯାହା ତୁର୍କୀ ସେନା ଆକ୍ରମଣର ରାତିରେ ଶୂନ୍ୟ ହୋଇଯାଇଥିଲା |

ଦିନେ ଆଇଲ୍ୟାଣ୍ଡ କଣ୍ଟ୍ରି ସାଇପ୍ରସର ଭାରୋଶା ସହର ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ହୋଇଥିଲା କିନ୍ତୁ ବର୍ତ୍ତମାନ ଏହା ଦୁନିଆର ସବୁଠୁ ବଡ ଭୁତ ସହରରେ ପରିଣତ ହୋଇଛି | ନରସଂହାର ଭୟରେ ଏହି ସହରକୁ ଯିବାଆସିବା କରନ୍ତି ନାହିଁ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *