ନିଜ ଠାରୁ ୨୧ବର୍ଷୀୟ ଏହି ଝିଅଙ୍କୁ ବିବାହ କରିବେ ୫୪ ବର୍ଷୀୟ ସଲମାନ ଖାନ ? ଜାଣନ୍ତୁ ପୁରା ଖବର

ସଲମାନ ଖାନ ୫୪ ବର୍ଷର ହୋଇଗଲେ କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ସେ ବିବାହ କରିନାହାନ୍ତି। ‘ସଲମାନ ଖାନଙ୍କ ବିବାହ” କେବେ ହେବ ଏହା ତାଙ୍କର କୋଟି କୋଟି ପ୍ରଶଂସକ ଜାଣିବାକୁ ଚାହୁଞ୍ଚନ୍ତି। ଯେତେବେଳେ ସଲମାନଙ୍କୁ ବିବାହ କଥା ପଚରାଯାଏ ସେତେବେଳେ ସେ କଥାକୁ ବୁଲାଇଦିଅନ୍ତି। ବର୍ତ୍ତମାନ ସେ ବିଗ ବୋସ ୧୪ରେ ହୋଷ୍ଟ କରୁଛନ୍ତି ଓ ସେ ଏହି ଶୋ’ରେ ଏମିତି କିଛି ଅଜବ ପ୍ରଶ୍ନ ପଚାରିଥିଲେ।

ବିଗ ବୋସରେ ହେଲା ସଲମାନଙ୍କ ବିବାହର ଚର୍ଚ୍ଚା:-

ରବିବାର ଦିନର ଟେଲିକାଷ୍ଟରେ “ୱିକେଣ୍ଡର ୱାର” ଏପିସୋଡରେ ସଲମାନ ଖାନ ଓ ହିନା ଖାନଙ୍କୁ ନେଇ ବିବାହ କଥା କୁହାଯାଉଥିଲା। ଜଣାଇଦେଉଛୁକି ହିନା ୩୩ବର୍ଷର ଅଟନ୍ତି ଓ ସେ ସଲମାନ ଖାନଙ୍କ ଠାରୁ ୨୧ ବର୍ଷ ସାନ। ଶୋ’ରେ ଏକ ମୁହୂର୍ତ୍ତ ଏମିତି ଆସିଲା ଯେଉଁଠି ହିନା ସଲମାନଙ୍କୁ ନିଜକୁ ବିବାହ କରିବାକୁ କୁହନ୍ତି। ଏହା ପରେ ସମସ୍ତେ ସଲମାନ ଯେଉଁ ଉତ୍ତର ଦେଇଥିଲେ ସେଥିରେ ସମସ୍ତେ ହସିବା ଆରମ୍ଭ କରନ୍ତି।

Google

ବାସ୍ତବରେ ସଲମାନ ଖାନ, ହିନା ଖାନ ଏବଂ ସିଦ୍ଧାର୍ଥ ଶୁକ୍ଲା (ସିଦ୍ଧାର୍ଥ ଶୁକ୍ଲା) ଶୋ’ରେ ବିବାହ ବିଷୟକୁ ନେଇ ଥଟ୍ଟା ମଜା କରୁଥିଲେ। ପ୍ରଥମେ ସଲମାନ ସିଦ୍ଧାର୍ଥଙ୍କୁ ଥଟ୍ଟା କରି କହିଛନ୍ତିଯେ ‘ସିଦ୍ଧାର୍ଥଙ୍କ ବିବାହ ତାରିଖ ସ୍ଥିର ହୋଇଯାଇଛି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏହା ପରେ ହିନା ପଚାରିଛନ୍ତି, ‘ସେ ଝିଅ କିଏ?’ ସଲମାନ ସ୍ପଷ୍ଟ କରିଛନ୍ତିଯେ ସିଦ୍ଧାର୍ଥ ଶୋ ‘ବାଲିକା ବଧୁ ଶୋ’ରେ ବିବାହ କରିବାକୁ ଯାଉଛନ୍ତି’।

ହିନା କରିଲେ ପ୍ରୋପଜଙ୍କୁ ସଲମାନ ଦେଲେ ଉତ୍ତର:-

ଏହା ପରେ ହିନା କହିଛନ୍ତିଯେ ‘ମୁଁ ପ୍ରକୃତରେ ଉତ୍ସାହିତ ହୋଇଯାଇଥିଲିକି ବାସ୍ତବରେ ଏକ ବିବାହ ଅଛି। ତାପରେ ନୂଆ ପୋଷାକ ପିନ୍ଧିବାକୁ ଏବଂ ମଜା କରିବାକୁ ପଡିଥାନ୍ତା।” ସଲମାନ ଏହା ବିଷୟରେ କଥାବାର୍ତ୍ତା କରି କହିଛନ୍ତିକି,“ତେବେ ତୁମେ ବିବାହ କରିନିଅ।” ଏହା ପରେ ହିନା ସଲମାନଙ୍କୁ କୁହନ୍ତିକି,“ତେବେ ଆପଣ କରିନିଅନ୍ତୁ ବିବାହ।” ହିନାଙ୍କର ଏହି ବିବାହ ପ୍ରସ୍ତାବରେ ସଲମାନ ଖାନ ଉତ୍ତର ଦେଇ କହିଲେକି,” ମୋର ବିବାହ ହୋଇସାରିଛି। ମୋର ବିବାହର ବୟସ ହୋଇଯାଇଛି। ଅର୍ଥାତ ବୟସ ପାରେଇଗଲାଣି। ମୋତେ ଆଉ ବିବାହ କରିବାର ନାହିଁ ଭାଇ। ଆପଣଙ୍କୁ କିଛି ଅସୁବିଧା ଅଛି କି? କାହାରିକୁ ବିବାହ କଥା କହିଲେ ସମସ୍ତେ ସିଧାସଳଖ ମୋ ଉପରକୁ ଆସିଯାଅ।”

ସଲମାନଙ୍କ ଏହି ଉତ୍ତର ଶୁଣି ସେଠାରେ ଥିବା ଉପସ୍ଥିତ ଲୋକ ହସିବାକୁ ଲାଗିଲା। ବର୍ତ୍ତମାନ ଭାଇଜାନ କେବେ ବିବାହ କରିବେ ତାହା ଜଣାପଡିନାହିଁ। କିନ୍ତୁ ଏହା ନିଶ୍ଚୟ ଅଟେକି ଆଗାମୀ ସମୟରେ ତାଙ୍କର ବିବାହକୁ ନେଇ ଲୋକ ମଜାକ ଉଡାଇବେ। ସେମିତି ସଲମାନଙ୍କ ଲାଇଫରେ ଅନେକ ଝିଅ ଆସିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ କାହାରି ସହ ତାଙ୍କ ବିବାହ ହୋଇପାରିନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *