ଏହି ପାଞ୍ଚଟି ଜିନ ଥିବା ବ୍ୟକ୍ତିଙ୍କ ନିକଟରେ କରୋନା ହୋଇପାରେ ସବୁଠୁ ଅଧିକ ବିପଦ,ବୈଜ୍ଞାନିକ ଦେଲେ ବଡ ବୟାନ,ଜାଣନ୍ତୁ ପୁରା ଖବର

ଅନୁସନ୍ଧାନରୁ ଜଣାପଡିଛିକି ପାଞ୍ଚଟି ଜିନ ଥିବା ବ୍ୟକ୍ତିଙ୍କୁ କରୋନା ଠାରୁ ଅଧିକ ବିପଦ ଅଛି। ବ୍ରିଟିଶର ଅନୁସନ୍ଧାନକାରୀ କହିଲେକି ଅନୁସନ୍ଧାନ ସମୟରେ କରୋନାର ଗମ୍ଭୀର ପ୍ରଭାବ କିମ୍ବା ମୃତ୍ୟୁ ଏହି ପାଞ୍ଚଟି ଜିନ ଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ଦେଖାଯାଇଥାଏ।

ବ୍ରିଟେନର ଏଡିନବର୍ଗ ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କ ମୁତାବିକ, ଟିଵାଇକେ୨, ସିସିଆର୨, ଓଏଏସ୧, ଆଇଏଫଏନଏଆର୨ ଓ ଡିପିପି୯ ଜିନ ଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ବିପଦ ଅଛି। ଅନୁସନ୍ଧାନକାରୀ ଅଧ୍ୟୟନ ପାଇଁ ବ୍ରିଟେନର ୨୦୮ ଆଇସିୟୁ ୟୁନିଟର ୨୭୦୦ ରୋଗୀଙ୍କ ଡିଏନଏ ତଥ୍ୟ ବିଶ୍ଳେଷଣ କରିଥିଲେ। ଏହା ସହିତ ଏହି ରୋଗୀଙ୍କ ଡାଟାର ତୁଳନା ବ୍ରିଟେନର ଏକ ଲକ୍ଷ ଅନ୍ୟ ଲୋକଙ୍କ ସହ କରିଥିଲେ।

Google

ଡେଲି ମେଲର ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀ ଜିନର ଅଧ୍ୟୟନ ୨୭୦୦ରୋଗୀଙ୍କ ନିକଟରେ କରିଥିଲେ, ସେଥିରୁ ୨୨ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଗଲା। ଓ ୭୪ପ୍ରତିଶତ ରୋଗୀ ନିଜେ ନିଃଶ୍ଵାସ ନେଇପାରୁନଥିଲେ ଓ ସେମାନଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିଲା।

ଅନୁସନ୍ଧାନକାରୀଙ୍କ କହିବା କଥାକି ଟିଵାଇକେ୨ ଓ ଡିପିପି୯ ଜିନ ଗୁଣସୁତ୍ର ୧୯ରେ ମିଳିଥାଏ। ସେହିପରି ଆଇଏଫଏନଏଆର୨ ଗୁଣସୁତ୍ର ୨୧ରେ ଓ ସିସିଆର୨ ଗୁଣସୁତ୍ର ୪ରେ ରହିଥାଏ।

ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଅଧ୍ୟୟନର ପରିଣାମରୁ ଏହା ମଧ୍ୟ ଜଣାପଡିଛିକି କାହିଁକି କିଛି ଲୋକ କରୋନାରେ ଗମ୍ଭୀର ରୂପରେ ଆକ୍ରାନ୍ତ ହେଉଛନ୍ତି, ଯେତେବେଳେକି କିଛି ଲୋକ ପ୍ରଭାବିତ ହେଉନାହାନ୍ତି। କରୋନାରୁ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଜିନର ସନ୍ଧାନରେ ଔଷଧ ପ୍ରସ୍ତୁତ କରିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ ମିଳିପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *