ଏହା ହେଉଛି ଦୁନିଆର ସବୁଠାରୁ ଥଣ୍ଡା ବିଦ୍ୟାଳୟ, -୫୧(ମାଇନସ ୫୧ ଡିଗ୍ରୀ ) ଡିଗ୍ରୀ ସେଲସିୟସରେ ମଧ୍ୟ ପିଲାମାନେ ଆସନ୍ତି ବିଦ୍ୟାଳୟ

ସାଇବେରିଆକୁ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରେ ଗଣନା କରାଯାଇଥାଏ ଓ ଏହି ଅଞ୍ଚଳରେ ଦୁନିଆର ସବୁଠାରୁ ଶୀତଳ ବିଦ୍ୟାଳୟ ମଧ୍ୟ ଅଛି। ଯେଉଁଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଥାଏ। ଏତେ ମାତ୍ରାରେ ଥଣ୍ଡା ଥିବା ସତ୍ତ୍ୱେ ଛୋଟ ପିଲାମାନେ ଅଧ୍ୟୟନ ପାଇଁ ଏହି ବିଦ୍ୟାଳୟକୁ ଆସିଥାନ୍ତି। ଏବଂ ଏହି ବିଦ୍ୟାଳୟ ୧୧ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ପିଲାମାନଙ୍କ ପାଇଁ ସେତେବେଳେ ବନ୍ଦ ହୋଇଯାଏ ଯେତେବେଳେ ତାପମାତ୍ରା -୫୨ ଡିଗ୍ରୀ କିମ୍ବା ତା’ଠାରୁ କମ୍ ହୋଇଯାଏ।

ଓମୟାକୋନ୍ ନାମକ ଏକ ସହରରେ ଏହି ବିଦ୍ୟାଳୟଟି ଅବସ୍ଥିତ ଏବଂ ସେଠାରେ ଡାକଘର ଏବଂ ବ୍ୟାଙ୍କ ପରି କିଛି ଛୋଟ ଛୋଟ ସୁବିଧା ଅଛି। ଏହିପରି ଦୁର୍ଗମ ଓ ଚ୍ୟାଲେଞ୍ଜିଂ ସ୍ଥାନରେ ମଧ୍ୟ କରୋନା ଭାଇରସ ଆକ୍ରାନ୍ତ କରିବାର ଆଶଙ୍କା ଅଛି। ଏବଂ ବିଦ୍ୟାଳୟକୁ ଆସୁଥିବା ପିଲାମାନଙ୍କ ସହିତ ଅଭିଭାବକ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ତାପମାତ୍ରା ଯାଞ୍ଚ କରିବାକୁ ପଡ଼ିଥାଏ।

Google

ଏହି ବିଦ୍ୟାଳୟଟି ୧୯୩୨ ମସିହାରେ ରାଜା ଷ୍ଟାଲିନଙ୍କ ଅଧୀନରେ ନିର୍ମାଣ କରାଯାଇଥିଲା।ଏହି ବିଦ୍ୟାଳୟରେ ଖାରା ତୁମୁଲ ଏବଂ ବେରେଗ ୟୁର୍ଡେ ଗାଁର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି। ଏଠିକାର ସ୍ଥାନୀୟ ଫଟୋଗ୍ରାଫର ସେମିୟନ୍ ସାଇବେରିଆନ୍ ଟାଇମ୍ସ ସହିତ ଏକ କଥାବାର୍ତ୍ତାରେ କହିଛନ୍ତିଯେ, ମୁଁ ଡିସେମ୍ବର ୮ତାରିଖରେ ପ୍ରାୟେ ସକାଳ ୯ଟା ସମୟରେ ସୁଟିଂ କରୁଥିଲି ଏବଂ ଏଠାରେ ତାପମାତ୍ରା -୫୧ ଡିଗ୍ରୀ ସେଲସିୟସ୍ ଥିଲା।

ସେ କହିଲେକି ମୋତେ ଲଗାତାର ଗ୍ଲବସ୍ ପିନ୍ଧିବାକୁ ପଡୁଥିଲା, ଯଦି ମୁଁ ଗ୍ଲବସ୍ ପିନ୍ଧି ନଥାନ୍ତି ତାହାଲେ ମୋ ହାତ ସମ୍ପୂର୍ଣ୍ଣ ଭାବରେ ଜମି ଯାଇଥାନ୍ତା ଓ ମୋତେ ଫ୍ରାଷ୍ଟ ବାଇଟିଂ ପରି ସମସ୍ୟା ହୋଇପାରିଥାନ୍ତି। ଯାହାକି ଅତ୍ୟଧିକ ଥଣ୍ଡା ପାଇଁ ହାନିକାରକ ଅଟେ। ଏଥିରୁ ଆପଣ ଜାଣି ପାରୁଥିବେ ପିଲାମାନଙ୍କୁ କେତେ ଅସୁବିଧାର ସମ୍ମୁଖିନ ହୋଇ ସ୍କୁଲ୍ ଯିବାକୁ ପଡ଼ିଥାଏ। ଏହା କେବେ କେବେ ପିତାମାତାଙ୍କ ସହ ହୋଇଥାଏ ତୋ ଏହା କେବେ କେବେ ଆମର କୁକୁର ମାନଙ୍କ ସହିତ ମଧ୍ୟ ହୋଇଥାଏ।

ଜଣାଇଦେଉଛୁଛିକି, -୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହାଇପୋଥର୍ମିଆର ହେବାର ବିପଦ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଥାଏ। ହାଇପୋଥର୍ମିଆ ହେଉଛି ଏକ ଜରୁରୀକାଳୀନ ପରିସ୍ଥିତି ଯେଉଁଥିରେ ଶରୀରର ତାପମାତ୍ରା ଅତି ଶୀଘ୍ର ହ୍ରାସ ପାଇବାରେ ଲାଗିଥାଏ ଓ ଶରୀରର ଉଚ୍ଚ ରକ୍ତଚାପ, ଦ୍ରୁତ ହୃଦସ୍ପନ୍ଦନ, ସ୍ନାୟୁ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ଘଟାଇଥାଏ |

Google

ଏହି ତାପମାତ୍ରାରେ ଡ଼କ୍ଟର ମାନେ ଲମ୍ବା ଲମ୍ବା ଓ ଗଭୀର ନିଃଶ୍ବାସ ନେବାକୁ ମନା କରନ୍ତି କାରଣ ଏହି ତାପମାତ୍ରା ଉପରେ ନିଃଶ୍ବାସ ନେବା ମଧ୍ୟ ବହୁତ୍ କଠିନ ହୋଇପାରେ। ଥଣ୍ଡା ପବନ ଫୁସଫୁସରେ ଭର୍ତ୍ତି ହୋଇଯିବାର ବିପଦ ଅଧିକ ଅଛି, ଓ ଯାହାକି ଶରୀର ପାଇଁ ବହୁତ୍ ବିପଦ ମଧ୍ୟ ଅଟେ। ଏହି ସମୟରେ କେବଳ ପାଠପଢା ନୁହେଁ ବର୍ଂ ସାମାନ୍ୟ ଜୀବନ ଯାପନ ମଧ୍ୟ ବହୁ ପ୍ରଭାବିତ ହୋଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *