କିଏ ଏହି ମହାନ୍ ବ୍ୟକ୍ତି, ଯାହାଙ୍କର ଡିଜାଇନ୍ ରେ ମୋଦି ସରକାର ଖର୍ଚ୍ଚ କରିବେ ୯୭୧କୋଟି ଟଙ୍କା,୨୦୨୨ ପର୍ଯ୍ୟନ୍ତ ତିଆରି ହେବ ଏହି ନୂଆ ସଂସଦ,ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ-ସଂସଦ ଭବନର ନୂତନ କୋଠାର ଡିଜାଇନ୍ ଗୁଜରାଟର ଆର୍କିଟେକ୍ଟ ବିମଲ ପଟେଲ ତିଆରି କରିଛନ୍ତି|ଏହା ପୂର୍ବରୁ ସେ ଗୁଜରାଟ ହାଇକୋର୍ଟ, ଆଇଆଇଏମ୍ ଅହମଦାବାଦ, ଆଇଆଇଟି ଯୋଧପୁର ଭଳି ବିଲଡିଙ୍ଗ୍ ର ଡିଜାଇନ୍ ବନାଇଛନ୍ତି|ତାଙ୍କ କମ୍ପାନୀ ଏଚ୍•ସି•ପି ଡିଜାଇନ୍,ପ୍ଲାନିଙ୍ଗ୍ଓ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ବହୁତ ପ୍ରକଳ୍ପ ପାଇଁ କାମ କରିଛନ୍ତି|ଆସନ୍ତୁ ଜାଣିବା ଏହି ମହାନ୍ ବ୍ୟକ୍ତିଙ୍କ ବିଷୟରେ:

ବିମଲ ପଟେଲଙ୍କ ଜନ୍ମ ୩୧ ଅଗଷ୍ଟ ୧୯୬୧ ରେ ହେଇଥିଲା|ସେ ୩୫ ବର୍ଷ ଧରି ଗୁଜରାଟରେ ବାସ୍ତୁକଳା,ସହରୀ ଡିଜାଇନ୍ ଭଳି କାମ କରି ଆସୁଛନ୍ତି|ସେ ଅହମଦାବାଦର ସିଇପିଟି ବିଶ୍ୱବିଦ୍ୟାଳୟ ର ଅଧକ୍ଷ ଓ ସ୍କୁଲ ଅଫ୍ ପ୍ଲାନିଙ୍ଗ୍ ଏବଂ ଆର୍କିଟେକଚର ଭୋପାଳ ବୋର୍ଡ ର ଅଧକ୍ଷ ଅଟନ୍ତି|ତାଙ୍କୁ ୨୦୧୯ ରେ ଏଥିପାଇଁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା|

Google

୧୯୯୦ ମସିହାରେ ଡକ୍ଟର ପଟେଲ ଅହମଦାବାଦରେ ନିଜ ବାପାଙ୍କ ସହ କାମ ଆରମ୍ଭ କରିଥିଲେ|ତାଙ୍କର ପ୍ରଥମ ନିର୍ଦ୍ଦେଶନାରେ ଅହମଦାବାଦରେ ଦ ଏଣ୍ଟରପ୍ରାଇଜ୍ ଡେଭଲପମେଣ୍ଟ ଇନିଷ୍ଟିଚ୍ୟୁଟ୍ ପାଇଁ ଡିଜାଇନ୍ କରିଥିଲେ|୧୯୯୨ ମସିହାରେ ବାସ୍ତୁକଳା ପାଇଁ ଆଗା ଖାଁ ପୁରସ୍କାର ଜିତିଥିଲେ|ଏହା ପରେ ସେ ବହୁ ଜାଗାରେ କାମ କରି ଖ୍ୟାତିତିଅର୍ଜନ କରିଥିଲେ|

ତାଙ୍କର ମହତ୍ୱପୂର୍ଣ୍ଣ ପରିଯୋଜନା ଅନ୍ତର୍ଗତ ଆଗା ଖାଁ ଏକାଡେମୀ ହାଇଦ୍ରାବାଦ, ଅହମଦାବାଦ ମ୍ୟାନେଜମେଣ୍ଟ ଆସୋସିଏସନ୍,ଭୁଜ ବିକାଶ ଯୋଜନା ଓ ଟାଉନ ପ୍ଲାନିଙ୍ଗ୍,ଉଦ୍ୟମିତା ବିକାଶ ସଂସ୍ଥାନ, ଗୁଜରାଟର ହାଇକୋର୍ଟ, ଆଇଆଇଏମ୍ ଅହମଦାବାଦ,କାଙ୍କରିଆ ହ୍ରଦ, ସାବରମତୀ ରିଭର ଫ୍ରଣ୍ଟ ବିକାଶ, ଏବଂ ଗାନ୍ଧୀନଗର ରେ ସ୍ୱର୍ଣିମ ସଙ୍କୁଳ ତାଙ୍କ ସୁନ୍ଦର କାର୍ଯ୍ୟର ନମୁନା ଅଟେ|

ଡକ୍ଟର ଖାଁ ୧୯୯୨ ରେ ଆଗା ଖାଁ ଆୱାର୍ଡ଼ ଫର ଆର୍କିଟେକଚର୍,ୟୁଏନ୍ ସେଣ୍ଟର ଫର ହ୍ୟୁମାନ ସେଟେଲମେଣ୍ଟ ଆୱାର୍ଡ଼(୧୯୯୮),ବିଶ୍ୱ ଆର୍କିଟେକଚର ଆୱାର୍ଡ଼(୨୦୦୧), ପ୍ରଧାନମନ୍ତ୍ରୀ ନେସନାଲ ଆୱାର୍ଡ଼ ଫର ଏକ୍ସଲେନ୍ସ ଇନ୍ ଅର୍ବାନ ପ୍ଲାନିଙ୍ଗ ଏଣ୍ଡ ଡିଜାଇନ୍ (୨୦୦୨), ହାସଲ କରିଥିଲେ|ସେ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *