ବୋହୂର ଇଛା ପୂରଣ କରିବା ଲାଗି ଶଶୁର ଆଣିଲେ ହେଲିକ୍ୟାପ୍ଟର,ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼,ଜାଣନ୍ତୁ ପୁରା ଘଟଣା

ରାଜସ୍ଥାନର ଭରତପୁରରେ ଜଣେ କନ୍ୟାର ବିଦାୟ ଏକ ହେଲିକ୍ୟାପ୍ଟର ଜରିଆରେ ହୋଇଛି । ଭରତପୁର ଗ୍ରାମର ଛତରପୁର ଲୋକମାନଙ୍କ ପାଇଁ ଏହା ପ୍ରଥମ ଥର ହୋଇଛି, ଗ୍ରାମର କୌଣସି ଏକ ପ୍ରଥମ ଝିଅ ହେଲିକ୍ୟାପ୍ଟର ଜରିଆରେ ନିଜ ଶଶୁର ଘରକୁ ଯାଇଛି । କନ୍ୟାର ଇଚ୍ଛାକୁ ପୂରଣ କରିବାପାଇଁ କନ୍ୟାର ଶଶୁର 5 ଲକ୍ଷ ଟଙ୍କା ବିନିମୟରେ ଏକ ହେଲିକ୍ୟାପ୍ଟର ମଗାଇଥିଲେ ।

ଭରତପୁର କରଲି ଗ୍ରାମର ବିଡ଼ଗମାରେ ରହୁଥିବା ପିଡବ୍ଲୁଡି ଠିକାଦାରଙ୍କ ପୁଅ ନରେନ୍ଦ୍ର ସିଂହଙ୍କ ବିବାହ ଛତରପୁରରେ ରହୁଥିବା ଏକ କନ୍ୟା ସହିତ ତୟ ହୋଇଥିଲା । ବରଯାତ୍ରୀ ଯେତେବେଳେ ଛତରପୁରରେ ପହଞ୍ଚିଲା ସେତେବେଳେ କନ୍ୟାର ଇଛା ଥିଲା ସେ ଶଶୁର ଘରକୁ ଏକ ହେଲିକ୍ୟାପ୍ଟରରେ ଯିବ । ଯେତେବେଳେ ଏହିକଥା ଶ୍ୱଶୁର ଜାଣିଲେ ସେତେବେଳେ ସେ ଏକ ହେଲିକ୍ୟାପ୍ଟର ମଗାଇ ନିଜ ବୋହୂକୁ ଆଶ୍ଚର୍ଯ୍ୟ କରିଦେଲେ ।

Google

ଝିଅ ବିଦାୟର ରସମ ଚାଲୁଥିଲା ଓ ସେହିସମୟରେ ଗ୍ରାମର ଆକାଶରେ ଏକ ହେଲିକ୍ୟାପ୍ଟର ଉଡ଼ିଆସିବାର ଦେଖାଦେଇଥିଲା ଓ ଆସି ଓହ୍ଲାଇଥିଲା । ସେହିସମୟରେ ଗ୍ରାମରେ ଭିଡ଼ ଜମିଥିଲା । ଯେତେବେଳେ ଏହିକଥା କନ୍ୟାକୁ ଜଣାପଡିଲା ଯେ, ଶଶୁର ତାକୁ ଏହାଦେଇ ସରପ୍ରାଇଜ କରିଛନ୍ତି ସେତେବେଳେ ତା’ ଖୁସିର ସୀମା ରହିନଥିଲା ।

ଝିଅର ସବୁ ରୀତିନୀତି ସରିବାପରେ ଝିଅ ନିଜର ପତି ସହିତ ହେଲିକ୍ୟାପ୍ଟରରେ ବସି ବିଦାୟ ହୋଇଥିଲା । କନ୍ୟା ଯେତେବେଳେ ଶାଶୁ ଘରେ ପହଞ୍ଚିଥିଲା ତାଙ୍କୁ ଦେଖିବାପାଇଁ ସେଠାକାର ଗ୍ରାମରେ ମଧ୍ୟ ଭିଡ଼ ସୃଷ୍ଟି ହୋଇଥିଲା ।

ଯେତେବେଳେ ହେଲିକ୍ୟାପ୍ଟର ବିଡଗମା ଗ୍ରାମରେ ପହଞ୍ଚିଥିଲା ସେତେବେଳେ ପରିବାର ଲୋକେ ପୁଅ ଓ ବୋହୂର ସ୍ୱାଗତ କରିବାକୁ ଲାଗିଥିଲେ ଓ ଗ୍ରାମର ଲୋକେ ହେଲିକ୍ୟାପ୍ଟର ଦେଖିବାପାଇଁ ଭିଡ଼ ସୃଷ୍ଟି କରିଥିଲେ । ଏହି ହେଲିକ୍ୟାପ୍ଟରର ଖର୍ଚ୍ଚ 5 ଲକ୍ଷ ଲାଗିଥିଲା । ବୋହୂର ଇଛା ପୂରଣ କରିବାପାଇଁ ଶ୍ୱଶୁର ଦ୍ୱାରା ଏମିତି ପଦକ୍ଷେପ ବହୁତ ସରହନୀୟ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *