କ୍ରିକେଟ ଖବର : ଇଂଲଣ୍ଡର ଭାରତ ଗସ୍ତ: ଘୋଷଣା ହେଲା ସେଡ୍ୟୁଲ, ଦେଖନ୍ତୁ କେଉଁଠାରେ ହେବାକୁ ଯାଉଛି ମ୍ୟାଚ,କେଉଁ ଫର୍ମାଟରେ ଖେଳାଯିବ କେତୋଟି ମ୍ୟାଚ ରହିଛି,ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ଇଂଲଣ୍ଡ ବିପକ୍ଷରେ ଭାରତ ନିଜର ଦିବା-ରାତ୍ର ଟେଷ୍ଟ ଅହମ୍ମଦାବାଦର ନୂଆ ଷ୍ଟାଡିୟମ ମୋଟେରାରେ ଫେବୃଆରୀ 24 ତାରିଖରେ ହେବାକୁ ଯାଉଛି । ଏହା ଚାରୋଟି ସିରିଜର ତୃତୀୟ ମ୍ୟାଚ ହେବ । ଏହାବ୍ୟତୀତ ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ମଧ୍ୟ ଏହିଠାରେ ଖେଳିବାକୁ ଯାଉଛି ।

ଭାରତୀୟ କ୍ରିକେଟ ବୋର୍ଡ଼ ବିସିସିଆଇ ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି କି, ଫେବୃଆରୀ-ମାର୍ଚ୍ଚ (2021) ରେ ଇଂଲଣ୍ଡ ଭାରତ ଗସ୍ତ କରିବ । ଏହି ଗସ୍ତରେ ପ୍ରଥମ ଟେଷ୍ଟ ସିରିଜ ଫେବୃଆରୀ 5 ତାରିଖରେ ଚେନ୍ନାଇ ଓ ଦ୍ଵିତୀୟ ଟେଷ୍ଟ ମଧ୍ୟ ଫେବୃଆରୀ 13ରେ ଚେନ୍ନାଇରେ ଖେଳାଯିବ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ 23 ରୁ 28 ମାର୍ଚ୍ଚରେ ଆରମ୍ଭ ହେବ ।

Google

ବିସିସିଆଇ ସଚିବ ଜୟ ଶାହ ଗୁରୁବାର ଦିନ ଗୁଜୁରାଟ କ୍ରିକେଟ ସଂଘଏ ଇଣ୍ଡୋର ଏକାଡେମୀ ଉଦ୍ଘାଟନ ସମୟରେ ମୋଟେରାରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବାନେଇ ସୂଚନା ଦେଇଥିଲେ । ଏହି ଟେଷ୍ଟ ମ୍ୟାଚ ଗୋଲାପୀ ବଲରେ ଖେଳାଯିବ ବୋଲି କୁହାଯାଇଛି ।

ବିସିସିଆଇ କହିଥିଲେ, ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇରେ ହେବାକୁ ଥିବାବେଳେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମୋଟେରା ଷ୍ଟାଡିୟମରେ ଖେଳାଯିବ ।

ବୋର୍ଡ଼ କହିଥିଲା, 1 ଲକ୍ଷ 10 ହଜାର ବିଶିଷ୍ଟ କ୍ଷମତା ରଖିଥିବା ଏହି ଷ୍ଟାଡିୟମ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ । ପାଞ୍ଚ ମ୍ୟାଚ ବିଶିଷ୍ଟ t-20 ସିରିଜ ମଧ୍ୟ ଏହିଠାରେ ଖେଳାଯିବ।

ଇଂଲଣ୍ଡ ଗସ୍ତର ଦିନିକିଆ ମ୍ୟାଚ ଅନ୍ତିମ ଚରଣରେ କରାଯିବ । ତିନୋଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ତିନୋଟି ଯାକ ଦିନିକିଆ ପୁନେରେ ହିଁ ଖେଳାଯିବ । ବିସିସିଆଇ ଦେଶବ୍ୟାପୀ କୋଭିଡ-19କୁ ଦୃଷ୍ଟିରେ ରଖି ଏହି ତିନିସ୍ଥଳରେ ମ୍ୟାଚ କରାଇବାକୁ ନିଷ୍ପତି ନେଇଛି ।

ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ଼ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ ହାରିସନ କହିଥିଲେ, ବିସିସିଆଇ ତିନୋଟି ସ୍ଥାନ ଯଥାକ୍ରମେ : ଚେନ୍ନାଇ, ଅହମ୍ମଦାବାଦ ଓ ପୁନେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ଆମେ ବହୁତ ଖୁସି ।

Google

ଇଂଲଣ୍ଡର ଭାରତ ଗସ୍ତ :-

ଟେଷ୍ଟ ସିରିଜ୍ –

ପ୍ରଥମ ଟେଷ୍ଟ: 5 ରୁ 9 ଫେବୃଆରୀ: ଚେନ୍ନାଇ ।

ଦ୍ୱିତୀୟ ଟେଷ୍ଟ: 13 ରୁ 17 ଫେବୃଆରୀ: ଚେନ୍ନାଇ ।

ତୃତୀୟ ଟେଷ୍ଟ: 24 ରୁ 28 ଫେବୃଆରୀ: ଅହମ୍ମଦାବାଦ ।

ଚତୁର୍ଥ ଟେଷ୍ଟ: 4 ରୁ 8 ମାର୍ଚ୍ଚ: ଅହମ୍ମଦାବାଦ ।

T20 ଆନ୍ତର୍ଜାତୀୟ ସିରିଜ୍-

ପ୍ରଥମ T20 ଆନ୍ତର୍ଜାତୀୟ ମାର୍ଚ୍ଚ 12: ଅହମ୍ମଦାବାଦ ।

ଦ୍ୱିତୀୟ T20 ଆନ୍ତର୍ଜାତୀୟ 14 ମାର୍ଚ୍ଚ: ଅହମ୍ମଦାବାଦ ।

ତୃତୀୟ T20 ଆନ୍ତର୍ଜାତୀୟ ମାର୍ଚ୍ଚ 16: ଅହମ୍ମଦାବାଦ ।

ଚତୁର୍ଥ T20 ଆନ୍ତର୍ଜାତୀୟ ମାର୍ଚ୍ଚ 18: ଅହମ୍ମଦାବାଦ ।

ପଞ୍ଚମ T20 ଆନ୍ତର୍ଜାତୀୟ ମାର୍ଚ୍ଚ 20: ଅହମ୍ମଦାବାଦ ।

ODI ସିରିଜ୍ –

ପ୍ରଥମ ODI: ମାର୍ଚ୍ଚ 23: ପୁଣେ ।

ଦ୍ୱିତୀୟ ODI: ମାର୍ଚ୍ଚ 26: ପୁଣେ ।

ତୃତୀୟ ODI: ମାର୍ଚ୍ଚ 28: ପୁଣେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *