ଚଉଠି ରାତିରେ କନ୍ୟା ଖେଳିଲା ମୃତ୍ୟୁର ଖେଳ, ପରିବାର ସମସ୍ତ ସଦସ୍ୟକୁ ପିଆଇଲା ଏହି ଜିନିଷ,ଜାଣନ୍ତୁ ପୁରା ମାମଲା

ହରିଆଣାରେ ଏକ ନୂଆ ବୋହୁ ବିବାହର କିଛିଦିନ ପରେ ନିଜର ପତି ସହ ପରିବାରର ସମସ୍ତ ସଦସ୍ୟକୁ ବିଷାକ୍ତ କ୍ଷୀରଦେଇ ମରଣ ଘାଟକୁ ଠେଲିଦେଲା । ବର୍ତ୍ତମାନ ସମସ୍ତେ ଠିକ ଅଛନ୍ତି । ଜଣାପଡିଛି କି, ଏହି ନୂଆ ବୋହୁ ଚୋରି କରିବାପାଇଁ ନିଜ ପତି ସହ ପରିବାର ସଦସ୍ୟକୁ ବିଷାକ୍ତ କ୍ଷୀର ପିଆଇଦେଇଥିଲା ।

ପାନିପତ ଜିଲ୍ଲା ନୌଲଥା ଥାନାର ବର ଦିନେଶ ପୋଲିସକୁ କହିଥିଲେ, ଡ଼ିସେମ୍ବର 2 ତାରିଖରେ ତାଙ୍କ ବିବାହ ସୁନିତା ନାମକ ଝିଅ ସହିତ ହୋଇଥିଲା । ସେ ଝିଅର ଘର ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲ୍ଲା ପାବା ଗ୍ରାମରେ । ଏହିଠାର ନିବାସୀ ବିଛୌଲିଆ ସୁନିତାର ପରିବାର ସହିତ ଦିନେଶକୁ ଭେଟ କରାଇଥିଲେ ଓ ଉଭୟ ପକ୍ଷ ବିବାହ ପାଇଁ ରାଜି ମଧ୍ୟ ହୋଇଯାଇଥିଲେ ।

Google

ବର କହିଥିଲେ କନ୍ୟାର ଆତଙ୍କ କାରନାମା :-

ବର କହିଥିଲେ କି, ସୁନିତା ବିବାହ ପରଦିନ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ପ୍ରେମରେ ଖାଇବାକୁ ଡାକିଥିଲେ ଓ କ୍ଷୀର ପିଆଇଥିଲେ । କ୍ଷୀର ପିଇବାପରେ ଦିନେଶ ଓ ତାଙ୍କ ମାତା ପିତା ବେହୋସ ହୋଇଯାଇଥିଲେ । ଏହାପରେ କଣ ହେଲା ଦିନେଶଙ୍କୁ କିଛି ଜଣାନଥିଲା । ପୋଲିସ ଆରୋପୀ କନ୍ୟା ଉପରେ ମାମଲା ରୁଜୁ କରି ଗିରଫ କରିଛି ।

Google

ସୁନା ଗହଣା ଚୋରି କରିଥିଲା ବୋହୁ :-

କ୍ଷୀର ପିଆଇସାରିବା ପରେ ଚୋରଣୀ ବୋହୁ ଗହଣା ଗାଣ୍ଠି ସହିତ ଫେରାର ହୋଇଥିଲା । କିଛି ସମୟପରେ ପଡୋଶୀ ମାନେ ଡାକିଥିଲେ କିନ୍ତୁ କୌଣସି ଶବ୍ଦ ନଆସିବାରୁ ସେମାନେ ଘର ଭିତରକୁ ଆସି ଦେଖନ୍ତି ତ ସମସ୍ତେ ବେହୋସ ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ଚିକିତ୍ସା ପରେ ସମସ୍ତଙ୍କ ହୋସ ଫେରିଥିଲା। ଘରକୁ ଫେରି ଦେଖିବାପରେ କନ୍ୟା ସମସ୍ତ ଗହଣା ଗାଣ୍ଠି ଓ ଟଙ୍କା ସହିତ ଫେରାର ଥିଲା ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଏହାକୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *