ଦେଖନ୍ତୁ ଭିଡ଼ିଓ : ଝିଅର ମୋବାଇଲ ଛଡ଼ାଇ ଦୌଡୁଥିଲା ଚୋର, ଶେଷରେ ଝିଅର ମାଆ ଚୋର ସହ କଲେ ଏମିତି କାମ ଦେଖିକି ଚକିତ ହୋଇଯିବେ,ଦେଖନ୍ତୁ ପୁରା ଘଟଣା

ଗୋଟିଏ ମାଆ ପାଇଁ ତା’ପିଲାର ଖୁସି ଓ ସୁରକ୍ଷା ସବୁଠୁ ଆଗରେ ରହିଥାଏ । ଯଦି କେହି ପିଲାର ଖୁସି ଓ ତା’କୁ ଦୁଃଖ ଦେବାପାଇଁ ଚେଷ୍ଟା କରେ ତାହେଲେ ମାଆ କୌଣସି ପରିସ୍ଥିତିକୁ ଯାଇ ପିଲାର ସୁରକ୍ଷା କରିଥାଏ । ଆଜି ଆମେ ଜଣେ ବାହାଦୂର ମାଆ ସହିତ ଆପଣଙ୍କୁ ଭେଟ କରାଇବାକୁ ଯାଉଛୁ ଯିଏକି ନିଜ ଛୋଟ ଝିଅର ମୋବାଇଲ ପାଇଁ ଚୋର ସହିତ ଏମିତି କାମ କରିଦେଲେ ।

ସୋସିଆଲ ମିଡିଆରେ ଆଜିର ଦିନରେ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଉଛି କି, 15 ବର୍ଷର ଝିଅ ଓ ମାଆ ଶପିଂ କରି ରାସ୍ତାରେ ବୁଲାବୁଲି କରୁଛନ୍ତି । ସେହିସମୟରେ ହଠାତ ଏକ ଚୋର ଆସି ଝିଅର ମୋବାଇଲ ଛଡ଼ାଇ ଚାଲିଯାଉଛି ।

ଚୋର ସେଠାରୁ ଚାଲିଯିବା ପୂର୍ବରୁ ହିଁ ମାଆ ନିଜ ଛତାରେ ଚୋରକୁ ପକାଇ ଦେଉଛନ୍ତି । ଛତାରେ ଜୋରରେ ମାରିବା ଦ୍ୱାରା ଚୋରର ସନ୍ତୁଳନ ଖସିଯାଇ ସେ ଜମିରେ ପଡିଯାଇଛି। ଏହାପରେ ମାଆ ଓ ଝିଅ ଉଭୟ ମିଶି ଚୋରକୁ ପିଟିବାରେ ଲାଗିଲେ ଓ ଉପସ୍ଥିତ ଥିବା ପବ୍ଲିକ ମଧ୍ୟ ସେଠାକୁ ଆସିଥିଲେ ।

Google

ଏହି ଘଟଣା ସବୁ ସିସିଟିଭି ଫୁଟେଜରେ ରେକର୍ଡ଼ ହୋଇଯାଇଛି। ଏହି ଘଟଣା ବ୍ରାଜିଲର ସାଓ ପାଓଲର ଅଟେ । 50 ବର୍ଷୀୟ ମାଆ ମିଡ଼ିଆକୁ ସୂଚନା ଦେଇ କହିଥିଲେ । ଯେତେବେଳେ ମୁଁ ଓ ମୋର ଝିଅ ଶପିଂ କରି ଅଟୋ ଖୋଜୁଥିଲୁ ଘରକୁ ଯିବାପାଇଁ ସେତେବେଳେ ଏକ ଚୋର ଆସି ମୋ ଝିଅର ମୋବାଇଲ ଛଡ଼ାଇ ନେଇଯାଉଥିଲା । ବର୍ଷା ହେଉଥିବା କାରଣରୁ ମୁଁ ଛତା ଧରିଥିଲୁ ଓ ସେଥିରେ ତାକୁ ଜୋରରେ ମାରିଥିଲି ।

ମାଆ କହିଥିଲେ କି, ମୋ ରିଆକ୍ସନ ଏକଦମ ସ୍ୱାଭାବିକ ଥିଲା ଓ ମୁଁ ମୋ ଝିଅର କେବଳ ସୁରକ୍ଷା ଚାହୁଁଥିଲି । ଝିଅର ମୁହଁରେ ଯେଉଁ ଡ଼ରର ଭାବ ଥିଲା ଏହାଦେଖି ମୁଁ କ୍ରୋଧିତ ହୋଇଯାଇଥିଲି । ଏଥିପାଇଁ ମୁଁ ଫଳାଫଳ କିଛି ଭାବିନଥିଲି ସିଧା ଚୋର ଉପରେ ଆକ୍ରମଣ କରିଥିଲି । ମୁଁ ଚୋରଟିକୁ ଛତାରେ ମାରିଥିଲି ଓ ଏହା ଅଚାନକ ହୋଇଯାଇଥିଲା ।

Google

ମାଆଙ୍କର ଏହି ବାହାଦୁରୀ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରତେକ ଏହି ମାଆଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *