ଗାଧେଇବା ସମୟରେ ଫୋନ ବ୍ୟବହାର କରିବା ପଡିଲା ମହଙ୍ଗା,ଚାଲିଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

ରୁଷିଆର ଅଖରଗ୍ଲେସକ ସହରରେ ଜଣେ ୨୪ବର୍ଷୀୟ ମହିଳାଙ୍କୁ ବାଥଟବରେ ବିଜୁଳିର ଆଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଓଲେସ୍ୟା ସେମେନୋବାଙ୍କ ଆଇଫୋନ ୮ ଚାର୍ଜ ହେଉଥିଲା ଓ ଅଚାନକ ଫୋନଟି ବାଥଟବରେ ଗଳିପଡିଥିଲା। ଓଲେସ୍ୟା ସେ ସମୟରେ ଗାଧଉଥିଲେ ଓ ତାଙ୍କୁ ବିଜୁଳିର ଝଟକା ଲାଗିଥିଲା। ଓ ଏଥିରେ ତାଙ୍କର ମୃତ୍ୟୁ ହୋଇଗଲା।

ଓଲେସ୍ୟାଙ୍କ ଶରୀର ତାଙ୍କର ଫ୍ଲାଟମେଟ ଡାରିୟା ସର୍ବପ୍ରଥମେ ଦେଖିଥିଲେ। ଡାରିୟା ଏମରଜେନ୍ସି ଅପରେଟରଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ କହିଲେକି ମୁଁ ଯେତେବେଳେ ଘରେ ପହଞ୍ଚିଲି ତାଙ୍କର ଅବସ୍ଥା ଦେଖି ସେ ଚିଲାଇଥିଲେ। ତାଙ୍କର ଚେହେରା ହଳଦିଆ ପଡିଯାଇଥିଲା ଓ ସେ ନିଃଶ୍ଵାସ ମଧ୍ୟ ନେଉନଥିଲେ।

ओलेस्या सेमेनोवा
Google

ପାରାମେଡିକ୍ସ ମୁତାବିକ, ଓଲେସ୍ୟା ଏକ କପଡା ଦୋକାନରେ କାମ କରନ୍ତି ଓ ଚାର୍ଜିଙ୍ଗ ଫୋନ ବାଥଟବରେ ପଡିଯିବା କାରଣରୁ ତାଙ୍କର ଦେହାନ୍ତ ହୋଇଗଲା। ରୁଷିଆର ଏମରଜେନ୍ସି ମିନିଷ୍ଟ୍ରି ଏହି ଘଟଣା ପରେ ଏକ ଚେତାବନୀ ଜାରି କରିଛନ୍ତି।

Google

ଏହି ଚେତାବନୀରେ କୁହାଯାଇଛିକି, ଏହି ଅତ୍ୟନ୍ତ ଦୁଃଖଦ ଘଟଣା ପୁଣିଥରେ ପ୍ରମାଣିତ କରିଛିକି ପାଣି ଓ ଇଲେକ୍ଟ୍ରିକ ଜିନିଷଗୁଡିକ ମେନ ସହିତ ସଂଯୋଗ କରିବା ସମୟରେ ବିପଜ୍ଜନକ ପରିଣାମ ମିଳିଥାଏ। କିଛି ମୋବାଇଲ ଡିଭାଇସ ସହିତ ମଧ୍ୟ ଏମିତି ହୋଇଥାଏ। ଯଦି ଆପଣ ନିଜର ସ୍ମାର୍ଟଫୋନକୁ ପାଣିରେ ବୁଡ଼ାଇଦିଅନ୍ତି, ଅଧିକାଂଶ ସମୟରେ ଏହା ଖରାପ ହୋଇଯାଏ, କିନ୍ତୁ ଯଦି ଏହି ସ୍ମାର୍ଟଫୋନ ଏକ ନେଟୱାର୍କ ସହିତ ସଂଯୁକ୍ତ ହୋଇଥିବ ଓ ତା’ପରେ ପାଣିରେ ପଡେ, ତେବେ ଆପଣ ଦେଖିପାରୁଥିବେ ପରିସ୍ଥିତି କେତେ ବିପଜ୍ଜନକ ହୋଇପାରେ। ତେଣୁ ଦୟାକରି ଏହିପରି ଜିନିଷରୁ ଦୂରେଇ ରୁହନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।

Google

ଏହା ପୂର୍ବରୁ ଅଗଷ୍ଟରେ ୧୫ବର୍ଷୀୟ ସ୍କୁଲ ଝିଅ ଏନାଙ୍କ ସହିତ କିଛି ଏହିପରି ହୋଇଥିଲା ଓ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ମୋସ୍କୋରେ ରହୁଥିବା ଏହି ଏନାଙ୍କୁ ମଧ୍ୟ ଗାଧଉଥିବା ସମୟରେ ବିଜୁଳିର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତବର୍ଷ ପ୍ରସିଦ୍ଧ ପୋକଷ୍ଟାର ଲିଲିୟା ନୋବିକୋବାଙ୍କୁ ମଧ୍ୟ ନିଜର ବାଥରୁମରେ ବିଜୁଳି ଆଘାତ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *