ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ କମାଲ,ଗାଙ୍ଗୁଲି ଓ ଧୋନୀ ମଧ୍ୟ କରିପାରି ନଥିଲେ ଏହି ରେକର୍ଡ଼,ଜାଣନ୍ତୁ ପୁରା ଖବର

ଟି-20 ସିରିଜରେ 2-1 ରେ ବିଜୟ ହାସଲ କରିବାପରେ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ସମସ୍ତ ଫର୍ମାଟରେ ହରାଇବାରେ ପ୍ରଥମ ଏସିଆ ଅଧିନାୟକ ହୋଇଗଲେ । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ 2018-19ରେ 2-1ରେ ଟେଷ୍ଟ ସିରିଜ ଜିତିଥିଲେ । ସେ ଦିନିକିଆ ସିରିଜ ମଧ୍ୟ 2-1ରେ ନିଜର ନାମରେ କରିଥିଲେ ।

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତର ଅଷ୍ଟ୍ରେଲିଆରେ ବିଜୟ :-

Google

2018/19 ଟେଷ୍ଟ ସିରିଜରେ ଭାରତ 2-1 ରେ ସିରିଜ ଜିତିଥିଲା ।

2018/19 ଦିନିକିଆ ସିରିଜରେ ଭାରତ 2-1 ରେ ସିରିଜ ଜିତିଥିଲା ।

2020- 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଭାରତ 2-1ରେ ଜିତିଥିଲା ।

Google

ଭାରତ ବିଗତ ଥର ଅଷ୍ଟ୍ରେଲିଆରେ ଟି-20 ସିରିଜ ଡ୍ର କରିଥିଲା। କିନ୍ତୁ ଏହିଥର ଭାରତ 2-1ରେ ସିରିଜ ପୋଛିଥିଲା। ଭାରତ 2016ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ 3-0 ରେ ଟି-20 ଜିତିଥିଲା । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ 2007/008ରେ ଟ୍ରାଇ ସିରିଜ ମଧ୍ୟ କ୍ଲିନ ସ୍ୱିପ କରିଥିଲା ।

ଧୋନୀ ଭାରତକୁ ଅଷ୍ଟ୍ରେଲିଆରେ ଟି-20 ସିରିଜ ଜିତାଇବାରେ ବିଫଳ ରହିଥିଲେ । ଯେମିତିକି 2011-12ରେ ଧୋନୀ ସିରିଜ ହାରିଥିଲେ । ଭାରତ 2015-16ରେ ମଧ୍ୟ 1-4 ରେ ସିରିଜ ହାରିଥିଲା । ଧୋନୀଙ୍କ ଅଧିନାୟକତ୍ୱରେ ଭାରତକୁ 2014-15 ରେ 0-2ରେ ସିରିଜ ହାରିବାକୁ ପଡିଥିଲା ।

ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆରେ ତ୍ରିକୋଣୀୟ ସିରିଜ ନିଜ ହାତକୁ ନେଇଥିଲା ଓ ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ କୌଣସି ସିରିଜ ଜିତିନଥିଲା ।

Google

ଯେଉଁଠାରେ ଭାରତ ସମସ୍ତ ଫର୍ମାଟରେ ବିଜୟ ଲାଭ କରିଛି । ସେହିପରି ଏସିଆ ଦେଶ ମାନଙ୍କ ମଧ୍ୟରୁ ଟେଷ୍ଟ ଖେଳୁଥିବା ପକିସ୍ତାନ, ଶ୍ରୀଲଙ୍କା କେହିବି ଅଷ୍ଟ୍ରେଲିଆରେ ସିରିଜ ଜିତିପାରିନାହାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *