୨୦୦ ଟଙ୍କା ବନାଇଦେଲା କୃଷକଙ୍କୁ ଲକ୍ଷପତି, ଖୋଲିବା ସମୟରେ ଜମିରୁ ପାଇଲେ ୬୦ଲକ୍ଷର ହୀରା,ନଜର ପକାନ୍ତୁ ସମ୍ପୂର୍ଣ ଘଟଣା ଉପରେ

ମଧ୍ୟପ୍ରଦେଶର ଏକ ଗରିବ କୃଷକ ପନ୍ନା ଜିଲ୍ଲାରେ ଏକ ଜମି ଲିଜରେ ନେଇଥିଲେ ଓ ସେହି ଜମି ତାଙ୍କୁ ଲକ୍ଷପତି କରିଦେଲା। ପନ୍ନା ଜିଲ୍ଲା ହୀରା ପାଇଁ ପ୍ରସିଦ୍ଧ ଅଟେ। ଏହି ଜିଲ୍ଲାରେ ସରକାରଙ୍କ ଦ୍ଵାରା ଜମି ଲିଜରେ ଦିଆଯାଏ। ଜଣେ କୃଷକ ମଧ୍ୟ ସରକାରଙ୍କ ପକ୍ଷରୁ ଏକ ଜମି ଲିଜରେ ନେଲେ ଓ ଦିନ-ରାତି ଏହି ଜମିକୁ ଖୋଲିବାରେ ଲାଗିଲେ। କୃଷକର ପରିଶ୍ରମ ଫଳ ଆଣିଲା ଓ ସେହି ଜମିରେ ୧୪.୯୮ କ୍ୟାରେଟର ହୀରା ମିଳିଲା।

କୃଷକ ଲଖନ ଯାଦବ ପନ୍ନା ଜିଲ୍ଲାରେ ରୁହନ୍ତି। ଲଖନ ଯାଦବ ୨୦୦ଟଙ୍କାରେ ଜମିକୁ ଲିଜରେ ନେଇଥିଲେ। ଲଖନ ଯାଦବଙ୍କ ଅନୁସାରେ ସେ ଜମିକୁ ଖୋଲିବା ସମୟରେ ତାଙ୍କୁ ଏକ ଚକ ଚକ ହେଉଥିବା ଜିନିଷ ଦେଖାଯାଇଥିଲା। ତାଙ୍କୁ ବିଶ୍ବାସ ହେଲା ନାହିଁ କି ଏହା ଏକ ହୀରା ବୋଲି। ଲଖନ ଯାଦବ ଯେତେବେଳେ ଏହାର ଯାଞ୍ଚ କରିଲେ ତାଙ୍କର ହୋଶ ଉଡିଗଲା। କାରଣ ଏହି ହୀରାର ଓଜନ ୧୪.୯୮ କ୍ୟାରେଟ ଥିଲା।

Google

କୃଷକ ଲଖନ ଯାଦବ:-

ଖଣିଜ ବିଭାଗ ଏହି ବିଷୟରେ ସୂଚନା ଦେଇ କହିଲେକି ଲଖନ ଯାଦବଙ୍କୁ ଯେଉଁ ହୀରା ମିଳିଛି ତାହାକୁ ୬୦ଲକ୍ଷରେ ନିଲାମୀ କରି ଦିଆଯାଇଛି। ଲଖନ ଯାଦବଙ୍କୁ ହୀରା ମିଳିବା ମାତ୍ରେ ସେ କହିଲେକି ଏହି ହୀରା ମୋ ଜୀବନ ବଦଳାଇ ଦେଇଛି। ଏହି ମୂହୁର୍ତ୍ତକୁ କେବେ ଭୁଲି ପାରିବେ ନାହିଁ।

ଲଖନ ଯାଦବ କହିଲେକି ଯେତେବେଳେ ମୁଁ ଜମିକୁ ଖୋଳୁଥିଲି। ସେତେବେଳେ ମୁଁ ଜମିରେ ଚକ ଚକ ହେଉଥିବା ଏକ ଜିନିଷ ଦେଖିଲି। ଯାହାକି କଙ୍କଡ ପଥର ଭିତରେ ଚମକୁ ଥିଲା। ମୁଁ ସେସବୁକୁ ପରିଷ୍କାର କରି ଦେଖିଲି ତୋ ତାହା ମାମୁଲି ପଥର ନଥିଲା ବରଂ ଏକ ହୀରା ଥିଲା। ହୀରାକୁ ଦେଖି ମୋର ହୃତ ସ୍ପନ୍ଦନ ବଢିଗଲା ଓ ଏମିତି ଲାଗିଲାକି ଏହି ମୂହୁର୍ତ୍ତ ଅଟକିଯାଉ। ଏସବୁ ଭଗବାନଙ୍କ ଇଚ୍ଛା ବିନା ଅସମ୍ଭବ ଅଟେ।

ଲଖନ ଯାଦବଙ୍କୁ ଯେତେବେଳେ ପଚରାଗଲାକି ହୀରାରୁ ମିଳିଥିବା ରାଶିରେ ସେ କଣ କରିବେ। ସେତେବେଳେ ଲଖନ ଯାଦବ କହିଲେକି ମୁଁ ଏହି ରାଶିକୁ ସମ୍ଭାଳିକରି ରଖିବି ଓ ମୋର ପିଲାଙ୍କ ପାଠପଢାରେ ଖର୍ଚ୍ଚ କରିବି। ସେ କହିଲେକି ମୁଁ ପାଠ ପଢିନାହିଁ। ସେଥିପାଇଁ ମୁଁ ମୋର ଚାରୋଟି ପିଲକୁ ପାଠ ପଢାଇବି। ତାଙ୍କ ପାଇଁ ଏକ ନିଶ୍ଚିତ ଜମା ରାଶି ନିବେଶ କରିବି।

ଲଖନଙ୍କୁ ହୀରା ମିଳିବା କାହାଣୀ ବହୁତ ଚର୍ଚ୍ଚାରେ ରହିଲା ଓ ତାଙ୍କର ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଯେଉଁଥିରେ ସେ କାଓ ବୟର ଏକ ଟୋପୀ, ଲାଲ ପୋଷାକ ପ ଧଳା ରଙ୍ଗର ଏକ ଗାମୁଛାରେ ନଜର ଆସୁଛନ୍ତି।

Google

ବାହାର କରିଦେଲେ ଗାଁରୁ:-

ଲଖନ ଯାଦବ କହିଲେକି ପନ୍ନାରେ ରାଷ୍ଟ୍ରୀୟ ଉଦ୍ୟାନ ବନାଉଥିବା ସମୟରେ ଅନେକ ଲୋକଙ୍କୁ ସେଠାରୁ ବାହାର କରିଦେଇଥିଲେ ଓ ସେଥିରେ ସେ ସାମିଲ ଥିଲେ। ଗାଁ ରୁ ବାହାର କରିଦେବା ପରେ ତାଙ୍କୁ ଲକ୍ଷ ଟଙ୍କାର କ୍ଷତି ପୂରଣ ମଧ୍ୟ ଦେଇଥିଲେ। ଏଥିରେ ସେ ଏକ ହେକ୍ଟର ଜମି ଓ ଏକ ମଟର ସାଇକେଲ କିଣିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *