ଭାରତୀୟଙ୍କୁ ମୁକେଶ ଅମ୍ବାନୀ ଦେଲେ ଖୁସି ଖବର, କହିଲେ କେବେ ଲଞ୍ଚ ହେବ ଜିଓ 5G

ଜିଓ ୫ଜି ସେବା ଭାରତରେ ୨୦୨୧ ମସିହାର ମଧ୍ୟଭାଗରେ ଅଣାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ଓ ଡାଇରେକ୍ଟର ମୁକେଶ ଅମ୍ବାନୀ ମଙ୍ଗଳବାର ଦିନ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୦ରେ ଏହି ବିଷୟରେ ଘୋଷଣା କରିଲେ।

ଅରବପତି ଉଦ୍ୟୋଗପତି ଅମ୍ବାନୀ କହିଲେକି ଜିଓ ଦ୍ଵାରା ୫ଜି ସେବାକୁ ଆତ୍ମନିର୍ଭର ଭାରତ ପଲିସି ଅନ୍ତର୍ଗତ ଉପଲବ୍ଧ କରାଯିବ। ଜିଓ ୫ଜି ସେବାକୁ ରୋଲ ଆଉଟ କରିବା ପୂର୍ବରୁ, ଜିଓ ଗୁଗଲ ସହିତ କୋଲାବେରେସନ କରିବ। ଏବଂ ଏକ ଏଣ୍ଡ୍ରୋଏଡ ଫୋନ ଡେଭେଲପ କରିପାରେ। ଯାହାକୁ ନେଇ ଏହି ସମ୍ଭାବନା ଅଛିକି ଏହି ଫୋନକୁ ଆଗାମୀ ମାସ ସୁଦ୍ଧା ଉପଲବ୍ଧ କରାଯାଇପାରେ।

ଜିଓ ଭାରତରେ ୫ଜି କ୍ରାନ୍ତିକୁ ଆଗକୁ ବଢାଇବ-ଅମ୍ବାନୀ:-

ମୁକେଶ ଅମ୍ବାନୀ ଏହି ଘୋଷଣା ସମୟରେ କହିଲେକି ଦେଶରେ ୫ଜି ର ସେବା ଆରମ୍ଭ ସମୟରେ ତୀବ୍ର ଆଣିବା ପାଇଁ ନୀତିଗତ ପଦକ୍ଷେପ ନିଆଯିବ। ମୁକେଶ ଅମ୍ବାନୀ କହିଲେକି ଆଜି ଦୁନିଆରେ ଭାରତ ସବୁଠୁ ଭଲ ଭାବରେ ‘ଡିଜିଟାଲ ସହ ଯୋଡି’ ଅଛି।

Google

ସେ ଆଗକୁ କହିଲେକି,” ମୁଁ ଆପଣଙ୍କୁ ଏହି ବିଶ୍ବାସ ଦେଉଅଛିକି ଜିଓ ୨୦୨୧ ମସିହାରେ ମଧ୍ୟଭାଗରେ ଭାରତରେ ୫ଜି କ୍ରାନ୍ତିକୁ ଆଗକୁ ବଢାଇବ।” ଏହି ସମ୍ମିଳନୀର ଆୟୋଜନ ମୋବାଇଲ ସେବା ପ୍ରଦାତାଙ୍କ ମଞ୍ଚ(ସିଓଏଆଇ) ଦୂରସଞ୍ଚାର ବିଭାଗ ସହିତ ମିଶି କରିବେ।

୫ଜି ପଞ୍ଚମ ପିଢୀର ମୋବାଇଲ ନେଟୱାର୍କ ଅଟେ:-

ମୁକେଶ ଅମ୍ବାନୀ ଭାରତକୁ ମଧ୍ୟ ହାର୍ଡୱେର୍ ଉତ୍ପାଦନ ହବ୍ ଭାବରେ ବିକଶିତ କରିବାରେ ସମର୍ଥନ କରିଲେ। ସେ କହିଛନ୍ତିଯେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦେଶ କେବଳ ଆମଦାନୀ ଉପରେ ନିର୍ଭର କରିପାରିବ ନାହିଁ। ଏଥି ସହିତ ଅମ୍ବାନୀଙ୍କ ଦୂର-ସଞ୍ଚାର ଉପକ୍ରମ ଜିଓ ୪ବର୍ଷରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଜିଓ ଦ୍ୱାରା ଭଏସ କଲିଂ ମାଗଣାରେ ଯୋଗାଇ ଦିଆଯାଉଛି। ଏହା ସହିତ, ତାଙ୍କର ଡାଟା ହାର ମଧ୍ୟ ବହୁତ କମ୍ ଅଟେ। ଜଣାଇଦେଉଛୁକି, ୫ଜି ହେଉଛି ପଞ୍ଚମ ପିଢୀର ମୋବାଇଲ୍ ନେଟୱାର୍କ, ଯାହା ଭର୍ଚୁଆଲ୍ ଉପାୟରେ ସମସ୍ତ ଲୋକଙ୍କୁ ଏବଂ ସମସ୍ତ ଜିନିଷ ଏବଂ ଉପକରଣଗୁଡ଼ିକୁ ସଂଯୋଗ କରିବ।

ଆଜି ୩୦କୋଟି ଗ୍ରାହକ ୨ଜି ଅଟକି ଅଛନ୍ତି-ଅମ୍ବାନୀ:-

ମୁକେଶ ଅମ୍ବାନୀ ଆଗକୁ କହିଲେକି, ଜିଓ ୫ଜି ଦେଶରେ ବିକଶିତ ନେଟୱାର୍କ, ହାର୍ଡୱେର ଓ ପ୍ରୋଦ୍ୟୋଗିକ ଉପକରଣ ଉପରେ ଅଟକିରହିଛି। “ଜିଓ ୫ଜିର ସେବା ଆପଣଙ୍କୁ ପ୍ରେରିତ କରିବା ପାଇଁ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଅନୁରୂପ ହେବ।” ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମେନ କହିଲେକି ଦେଶରେ ଆଜି ୩୦କୋଟି ଗ୍ରାହକ ୨ଜିରେ ଫସି ଅଛନ୍ତି ଓ ସେମାନଙ୍କୁ ସ୍ମାର୍ଟଫୋନରେ ଆଣିବା ପାଇଁ ନୀତିଗତ ହସ୍ତକ୍ଷେପ ଆବଶ୍ୟକତା।

ଏହି ସମୟରେ, ଏହି ଗ୍ରାହକମାନେ ସ୍ମାର୍ଟଫୋନ ମାଧ୍ୟମରେ ଡିଜିଟାଲ କାରବାର କରିବାକୁ ସକ୍ଷମ ହେବେ। ଅମ୍ବାନୀ କହିଛନ୍ତିକି, ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ କହିପାରିବିଯେ ୫ଜି କେବଳ ଭାରତକୁ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତିର ଏକ ଅଂଶ କରିବ ନାହିଁ, ବରଂ ଏହି ପ୍ରକଳ୍ପକୁ ଆଗେଇବାରେ ସାହାଯ୍ୟ କରିବ।

ଜଣାଇଦେଉଛୁକି, ଗତକିଛି ସମୟ ଧରି ଜିଓ ୫ଜି ଉପରେ କାମ କରୁଅଛି। ଦେଶବ୍ୟାପୀ ଏଲଟିଇ- ଏକ୍ସକ୍ଲୁସିଭ୍ କଭରେଜ ମୁମ୍ବାଇ ସ୍ଥିତ ଟେଲିକମ୍ କମ୍ପାନୀକୁ ଅଳ୍ପ ସମୟ ମଧ୍ୟରେ ପରବର୍ତ୍ତୀ ଜେନେରେସନକୁ ସେଲୁଲାର୍ ସେବାରେ ପରିଣତ କରିବାରେ ସାହାଯ୍ୟ କରୁଅଛି।

ନୂଆ ମଡେଲର ମୂଲ୍ୟ ୪ହଜାର ଟଙ୍କା ପର୍ଯ୍ଯନ୍ତ ହୋଇପାରେ:-

୫ଜି ସେବାକୁ ବାସ୍ତବିକତାରେ ଆଣିବା ପାଇଁ ଜିଓ ସାମସଙ୍ଗ ଓ କ୍ଵାଲକମ ପରି କମ୍ପାନୀ ସହିତ କାମ କରୁଅଛି। ମୁକେଶ ଅମ୍ବାନୀ ଜୁଲାଇ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ତମ ବାର୍ଷିକର ସାଧାରଣ ବୈଠକରେ ଘୋଷଣା କରିଥିଲେକି ଜିଓ ଭାରତରେ ସ୍ପେକ୍ଟରମ ଉପଲବ୍ଧି ଆରମ୍ଭ ହେବା ମାତ୍ରକେ ୫ଜି ନେଟୱାର୍କ ଟେଷ୍ଟିଙ୍ଗ ଆରମ୍ଭ ହେବ।

Google

୫ଜି ପ୍ଳାନ ବ୍ଯତୀତ, ଜିଓ ବର୍ତ୍ତମାନ ଗୁଗୁଲ ସହିତ ମିଶି ନିଜର ନୂଆ ଏଣ୍ଟ୍ରି ଲେବଲ ୪ଜି ଏଣ୍ଡ୍ରୋଏଡ ସ୍ମାର୍ଟଫୋନ ଲଞ୍ଚ କରିବା ଉପରେ କାମ କରୁଅଛି। ଏହି ନୂଆ ମଡେଲକୁ ନେଇ ଆଶା କରାଯାଉଛିକି ଆଗାମୀ ମାସ ୨୦୨୧ର ତିନି ମାସ ମଧ୍ୟରେ ଉପଲବ୍ଧ କରାଯାଇପାରେ, ଯାହାର ମୂଲ୍ୟ ୪ହଜାର ଟଙ୍କା ପାଖାପାଖି ରହିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *