ବୋହୂର ପେଟ ଫୁଲିବା ଉପରେ ଘର ଲୋକ ଭାବିଲେକି ସେ ଗର୍ଭବତୀ ଅଛନ୍ତି, କିନ୍ତୁ ଯାଞ୍ଚ୍ ରିପୋର୍ଟ୍ ଦେଖି ଉଡିଗଲା ସମସ୍ତଙ୍କର ହୋଶ,ଜାଣନ୍ତୁ ପୁରା ଘଟଣା

କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ପେଟ ହଠାତ୍ ଫୁଲିବାକୁ ଲାଗିଲା। ପେଟ ଫୁଲିଯିବା ଦ୍ୱାରା ମହିଳାଙ୍କ ଘର ଲୋକ ଭାବିଲେକି ତାଙ୍କର ପିଲା ହେବାକୁ ଯାଉଛି ଓ ସେ ତୃତୀୟ ଥର ମା ହେବାକୁ ଯାଉଛନ୍ତି। ତେବେ ମହିଳାଙ୍କର ଯାଞ୍ଚ୍ କରାଗଲା।ଏହା ଦ୍ୱାରା ସମସ୍ତଙ୍କର ହୋଶ ଉଡିଗଲା।କୁହାଯାଉଛିକି, ନଦିଆ ଜିଲ୍ଲାର କାଲିଗଞ୍ଜ ପୋଲିସ ଷ୍ଟେସନ ଅନ୍ତର୍ଗତ ନାସିପୁରର ବାସିନ୍ଦା ଖୋସନେହର ବିବିଙ୍କ ପେଟ ତିନିମାସ ପୂର୍ବରୁ ଫୁଲିବା ଆରମ୍ଭ କରିଥିଲା। ପ୍ରଥମେ ଏହି କଥାକୁ ସମସ୍ତେ ଅବହେଳିତ କରି ଦେଇଥିଲେ। କିନ୍ତୁ ଯେତେ ବେଳେ ପେଟର ଆକାର ବଢ଼ିବାକୁ ଲାଗିଲା, ସେବେ ପରିବାର ସଦସ୍ୟମାନେ ଭାବିଲେ କି ବୋଧେ ସେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି।

ପରିବାର ସଦସ୍ୟ ଖୋସନେହର ବିବିଙ୍କ ଯତ୍ନ ନେବା ଆରମ୍ଭ କରିଦେଲେ। କିନ୍ତୁ ଖୋସନେହର ବିବିଙ୍କ ଦେହ ସବୁ ବେଳେ ଖରାପ ହେବାକୁ ଲାଗିଥିଲା ଓ ସେ ବାନ୍ତି ମଧ୍ୟ କରିବାକୁ ଲାଗିଲେ। କିଛି ଦିନ ପରେ ପରିବାର ସଦସ୍ୟ ଭାବିଲେକି ବୋଧେ ସେ ଗର୍ଭବତୀ କାରଣରୁ ବାନ୍ତି କରୁଛନ୍ତି। କିନ୍ତୁ ଅବସ୍ଥା ଠିକ୍ ନହେବାରୁ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା।

Google

ଡାକ୍ତରୀ ପରୀକ୍ଷା ହେବା ପରେ ଆସିଥିବା ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟରେ ଅନୁସାରେ, ଖୋସନାହର ବିବିଙ୍କ ପେଟରେ କୋୖଣସି ସନ୍ତାନ ନଥିଲା, କିନ୍ତୁ ୧୦ କିଲୋଗ୍ରାମର ଟ୍ୟୁମଟିଏ ଥିଲା। ଏହା ପରେ ଖୋସନେହର ବିବିଙ୍କୁ କାଟୱା ମହାକାମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଟ୍ୟୁମରକୁ ବାହାର କରି ଦିଆଯାଇଥିଲା।

ଖୋସନେହର ବିବିଙ୍କ ଶାଶୁ ନିମା ବିବିଙ୍କ ଅନୁଯାୟୀ, ଗତ ତିନିମାସ ହେବ ତାଙ୍କ ବହୁତ ପେଟ ଫୁଲୁଥିଲା। ସେ ଅନୁଭବ କରୁଥିଲେଯେ, ବୋହୂ ପୁଣି ଥରେ ମା ହେବାକୁ ଯାଉଛି। ନାଇମା ବିବି କହିଛନ୍ତିଯେ, ଖୋସନେହରଙ୍କର ପୂର୍ବରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ମୋତେ ଲାଗିଲା କି ମୋ ବୋହୂ ପୁଣି ଥରେ ମାଆ ହେବାକୁ ଯାଉଛି। ମୁଁ ମୋ ବୋହୂର ଭଲ ସେ ଯତ୍ନ ନେବାକୁ ଲାଗିଲି। ମୁଁ ଭାବିଲି ଯେ, ଅନ୍ୟ ନାତି କିମ୍ବା ନାତୁଣୀ ତାଙ୍କ କୋଳରେ ଖେଳିବାକୁ ସୁଯୋଗ ପାଇବେ। କିନ୍ତୁ ପରେ ବହୁତ କିଛି ଅସାଧାରଣ ଲକ୍ଷଣ ଦେଖିବାକୁ ପାଇଥିଲୁ ଓ ପାଞ୍ଚ ଦିନ ପୂର୍ବରୁ ଆମେ ତାକୁ ଡାକ୍ତରଙ୍କ ନିକଟକୁ ନେଇଥିଲୁ। ସର୍ଜନ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଦେଖେଇବାକୁ କହିଥିଲେ। ଏହା ପରେ ଆମେ ତାଙ୍କୁ କଟୱା ମହକମା ଡାକ୍ତରଖାନାକୁ ନେଇଗଲୁ।

ନାଇମା ବିବିଙ୍କ ଅନୁଯାୟୀ, ଡକ୍ଟର ପ୍ରଦୀପ କରଣ ଖୋସନେହରଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ଯେତେବେଳେ ପରୀକ୍ଷଣର ଫଳାଫଳ ଆସିଲା। ତାଙ୍କୁ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ। ମୋ ବୋହୂ ପେଟରେ ୧୦କିଲୋଗ୍ରାମର ଟ୍ୟୁମର ଥିଲା। ଏହା ଜାଣିବା ପରେ ଏହାକୁ ଅପରେସନ୍ କରାଯାଇଥିଲା। ଖୋସନେହରଙ୍କ ଅବସ୍ଥା ଏବେ ସ୍ୱାଭାବିକ ଅଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *