ଖାସ ଯୋଜନା : କେବଳ ୧୦୦ ଟଙ୍କା ପ୍ରତି ବର୍ଷ ଅନୁସାରେ ମିଳିବ ଜୀବନ ସାରା ବୀମା,ଏହି ଯୋଜନା ବିଷୟରେ ଜାଣନ୍ତୁ ସମ୍ପୂର୍ଣ ସୂଚନା

ଲାଇଫ ଇନ୍ସ୍ଯୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ(ଏଲଆଇସି) ଏକ ପବ୍ଲିକ ସେକ୍ଟର କମ୍ପାନୀ ଅଟେ। ଏହା ଭାରତର ସବୁଠାରୁ ବଡ କମ୍ପାନୀ ଅଟେ। ଏଲଆଇସି ଲୋକମାନଙ୍କୁ ଅଲଗା ଅଲଗା ଆବଶ୍ୟକତାକୁ ଧ୍ୟାନରେ ରଖି ପଲିସି ଦେଇଥାଏ। ଦେଶର କୋଟି କୋଟି ଲୋକ ଏହା ଉପରେ ବିଶ୍ବାସ କରନ୍ତି। ଏଲଆଇସିରେ ପଲିସି ନିବେଶ କରିବା ସବୁକ୍ଷେତ୍ରରୁ ଉତ୍ତମ ଅଟେ। ଏଥିରେ ପଲିସିଧାରୀଙ୍କ ଆକସ୍ମିକ ସ୍ଥିତିରେ ମୃତ୍ୟୁ ହୋଇଗଲେ ପରିବାର ଲୋକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ। ପଲିସି ମେଚ୍ଯୁର ହୋଇଗଲେ ଭଲ ରିଟର୍ନ ମିଳିଥାଏ। ଏଲଆଇସି ଲଗାଯାଇଥିବା ପଇସା ସମ୍ପୂର୍ଣ ଭାବରେ ସୁରକ୍ଷିତ ଅଟେ। ଏହି କାରଣରୁ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଭରେନ ଗ୍ୟାରେଣ୍ଟି ମିଳିଛି। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁକି ଏଲଆଇସିର ଏକ ଏମିତି ପଲିସି ବିଷୟରେ ଯାହାକି ଖାସ ଭାବରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଗରିବ ଲୋକମାନଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି। ଏଥିରେ ବହୁତ କମ ପ୍ରିମିୟମ ଦେବାକୁ ପଡିଥାଏ। ଏହି ପଲିସି ବିଷୟରେ ଜାଣନ୍ତୁ।

ଏଲଆଇସିର ଏହି ପଲିସିର ନାମ ଆମ ଆଦମି ବୀମା ଯୋଜନା ଅଟେ। ଏହା ସାମାଜିକ ସୁରକ୍ଷା ସହ ଜଡିତ ପଲିସି ଅଟେ। ଏହାକୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଦ୍ଵାରା ଲାଗୁ କରାଯାଇଛି।

Google

ଏଲଆଇସିର ଏହି ଯୋଜନା ଅନ୍ତର୍ଗତ ବୀମାର ଲାଭ ସହିତ ଗ୍ରାମୀଣ ଭୂମିହୀନ ପରିବାରଙ୍କ ମୁଖିଆଙ୍କ ଆଂଶିକ କିମ୍ବା ସ୍ଥାୟୀ ବିକଳାଙ୍ଗତ କିମ୍ବା ପରିବାରର ଜଣେ ଆୟ କରୁଥିବା ସଦସ୍ୟକୁ ଲାଇଫ କଭରେଜ ମିଳିଥାଏ।

ଏଲଆଇସିର ଏହି ବୀମା ଯୋଜନା ପାଇଁ ଆବେଦକଙ୍କ ବସ ୧୮-୫୯ ମଧ୍ୟରେ ରହିବା ଦରକାର। ଆବେଦକଙ୍କ ପରିବାରର ମୁଖିଆ ହୋଇଥିବା ଦରକାର କିମ୍ବା ଘରେ ଆୟ କରୁଥିବା ଜଣେ ସଦସ୍ୟ ହୋଇଥିବା ଦରକାର। ଏହି ଯୋଜନା ଗରିବ ରେଖାର ତଳେ ଥିବା ଲୋକ ଓ ଗରିବ ରେଖା ଉପରେ ଥିବା ଲୋକଙ୍କ ପାଇଁ ମଧ୍ୟ। ଯେଉଁମାନେ ସହରରେ ରୁହନ୍ତି କିନ୍ତୁ ତାଙ୍କୁ ସହରର ପରିଚୟ ପତ୍ର ଦିଆଯାଏ ନାହିଁ।

ଏଲଆଇସିର ଆମ ଆଦମି ବୀମା ଯୋଜନା ଅନ୍ତର୍ଗତ ପଲିସି ନେବା ପାଇଁ ଆବେଦକଙ୍କୁ କିଛି କାଗଜପତ୍ର ଦେବାକୁ ପଡିବ। ଯେଉଁଥିରେ ରାଶନ କାର୍ଡ, ଜନ୍ମ ପ୍ରମାଣ ପତ୍ର, ବିଦ୍ୟାଳୟ ପ୍ରମାଣ ପତ୍ର, ଭୋଟର ଆଇଡି, ସରକାରୀ ବିଭାଗ ଦ୍ଵାରା ଜାରି କରାଯାଇଥିବା ପରିଚୟ ପତ୍ର ଓ ଆଧାର କାର୍ଡ ସାମିଲ ଅଛି।

ଏଲଆଇସିର ୱେବସାଇଟ ମୁତାବିକ, ଆମ ଆଦମି ବୀମା ଯୋଜନା ଅନ୍ତର୍ଗତ ବୀମା ସୁରକ୍ଷାର ଅବଧି ସମୟରେ ବିମିତ ବ୍ୟକ୍ତିଙ୍କ ପ୍ରାକୃତିକ ରୂପରେ ମୃତ୍ୟୁ ହେଲେ ବୀମା ରାଶି ରୂପରେ ୩୦,୦୦୦ ଟଙ୍କା ମିଳିବ। ଯଦି ବ୍ୟକ୍ତିଙ୍କ ମୃତ୍ୟୁ ଦୁର୍ଘଟଣା କିମ୍ବା ବିକଳାଙ୍ଗଗତ କାରଣରୁ ହୋଇଥାଏ ତେବେ ପଲିସି ଅନୁସାରେ ୭୫,୦୦୦ଟଙ୍କା ମିଳିବ। ଆଂଶିକ ବିକଳାଙ୍ଗତ ମାମଲାରେ ପଲିସି ହୋଲ୍ଡର କିମ୍ବା ନୋମିନୀଙ୍କୁ ୩୭,୫୦୦ଟଙ୍କା ରାଶି ମିଳିବ। ସ୍କଲାରଶିପ ଲାଭ ଅନ୍ତର୍ଗତ ଏହି ବୀମା ଯୋଜନାରେ ନବମ ରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ଅଧିକତମ ଦୁଇଜଣ ପିଲାଙ୍କୁ ୧୦୦ ଟଙ୍କା ପ୍ରତି ପିଲା ପ୍ରତି ହିସାବରେ ସ୍କଲାରଶିପ ଦିଆଯିବ। ଏହାର ଭୁଗତାନ ୬ମାସ ମଧ୍ୟରେ ହେବ।

Google

ଏଲଆଇସିର ଏହି ଯୋଜନାରେ ୩୦,୦୦୦ ଟଙ୍କାର ବୀମା ପାଇଁ ପ୍ରତି ବ୍ୟକ୍ତି ପ୍ରିମିୟମ ୨୦୦ଟଙ୍କା ପ୍ରତି ବର୍ଷ ଲାଗିଥାଏ। ଏଥିରେ ସୁରକ୍ଷା ନିଧିରୁ ୫୦ ପ୍ରତିଶତ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଦେଇଥାନ୍ତି। ଦ୍ଵିତୀୟ ପ୍ରୋଫେସନାଲ ଗୃପ ମାମଲାରେ ୫୦ ପ୍ରତିଶତ ପ୍ରିମିୟମର ଭୁଗତାନ ନୋଡାଲ ଏଜେନ୍ସି, ରାଜ୍ୟ ସରକାର କିମ୍ବା ସଙ୍ଘୀୟ କ୍ଷେତ୍ର ଦ୍ଵାରା କରାଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *