ଚିଡ଼ିଆଖାନାର ୪ ସିଂହଙ୍କୁ କରୋନା,ପଢନ୍ତୁ ପୁରା ଖବର

ସ୍ପେନର ବାର୍ସେଲୋନାରେ ଥିବା ଗୋଟିଏ ଚିଡ଼ିଆଖାନାରେ ୪ଟି ସିଂହ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗୋଟିଏ ସିଂହ ଓ ୩ଟି ସିଂହୀ ରହିଛନ୍ତି। ଚିଡ଼ିଆଖାନାରେ ଥିବା ଜଗୁଆଳୀ ପ୍ରଥମେ ସିଂହମାନଙ୍କ ଶରୀରରେ ସାମାନ୍ୟ କରୋନାର ଲକ୍ଷଣ ଚିହ୍ନଟ କରିଥିଲେ।

Google

ଏହାପରେ ସେ ଏ ସମ୍ପର୍କରେ ଡାକ୍ତରମାନଙ୍କୁ ସୂଚନା ଦେଇଥିଲେ। ଡାକ୍ତରମାନେ ସିଂହମାନଙ୍କର ସ୍ୱାବ ନେଇ ପରୀକ୍ଷା କରିଥିଲେ। ପରୀକ୍ଷାରେ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନୁଷ୍ୟମାନଙ୍କର ଯେଉଁଭଳି ଭାବରେ ଆରଟି-ପିସିଆର ଟେଷ୍ଟ ହୁଏ, ଠିକ୍‌ ସେହିଭଳି ଭାବରେ ସିଂହମାନଙ୍କର କରୋନା ଟେଷ୍ଟ କରାଯାଇଥିଲା।

କେବଳ ସେତିକି ନୁହେଁ, ଚିଡ଼ିଆଖାନାର ଦୁଇ ଜଣ ସଦସ୍ୟ ମଧ୍ୟ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଦୁଇ ସଦସ୍ୟଙ୍କ ଦ୍ୱାରା ସିଂହମାନେ କରୋନାରେ ଆକ୍ରାନ୍ତ ହେଲେ ନା ସିଂହ ଦ୍ଵାରା ଏ ଦୁଇଜଣ ସଦସ୍ୟ ଆକ୍ରାନ୍ତ ହେଲେ ତାହା ବର୍ତ୍ତମାନ ତଦନ୍ତ କରାଯାଉଛି। ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ବର୍ତ୍ତମାନ ଅନ୍ୟ ଜୀବଜନ୍ତୁମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *