ଟି ନଟରାଜନଙ୍କ ବାୟୋଗ୍ରାଫି: ମାଙ୍କ ସହିତ ସଡକରେ ଚିକେନ ବିକ୍ରି କରୁଥିବା ବ୍ୟକ୍ତି କିପରି ହେଲେ ଭାରତୀୟ ଦଳର ଷ୍ଟାର ବୋଲର,ଜାଣନ୍ତୁ ତାଙ୍କ ଜୀବନର ସଂଘର୍ଷ ବିଷୟରେ

ତାମିଲନାଡୁର ସୁଦୂର ଗାଁରୁ ବାହାରି ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବା ଏକ ସ୍ଵପ୍ନର କଥା ଅଟେ। ଯାହାର ନାୟକ ଦିନେ ସଂଘର୍ଷ କବାଟ ବାଡେଇ ବାଡେଇ ସଫଳତା ପାଇଥାଏ। ଯାହାକୁ ଟେନିସ ବଲର ମୂଲ୍ୟ ବହୁତ ଅଧିକ ଲାଗୁଥିଲା ସେହି ବୋଲର ଅଷ୍ଟ୍ରେଲିଆ ଯାଇ ଅଷ୍ଟ୍ରେଲିଆରେ ନିଜ ବୋଲିଂ ମାଧ୍ୟମରେ ଆତଙ୍କ ସୃଷ୍ଟି କରିଛି।

ସେହି ବୋଲର ହେଉଛନ୍ତି ଥଙ୍ଗରାସୁ ନଟରାଜନ ଉର୍ଫ ଟି ନଟରାଜନ। ଜନ୍ମ ସ୍ଥାନ ତାମିଲନାଡୁ। କାହାରିକୁ କିଛି ଜିନିଷ ସହଜରେ ମିଳିନଥାଏ। ସେହିଭଳି ଟି ନଟରାଜନଙ୍କୁ ଭାରତୀୟ ଦଳରେ ଖେଳିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ନଟରାଜନଙ୍କ ପିତା ବହୁତ କମ ପଇସାରେ ଚାକିରି କରୁଥିଲେ। ଓ ତାଙ୍କର ମା ପରିବାରକୁ ଚଳାଇବା ପାଇଁ ରାସ୍ତା କଡରେ ଚିକେନର ବିକ୍ରି କରୁଥିଲେ। ସଂଘର୍ଷ ଦିନରେ ନଟରାଜନଙ୍କୁ କେବେ କେବେ ରାତିରେ ଖାଲିପେଟରେ ଶୋଇବାକୁ ପଡିଛି। ଏହିଭଳି ସଂଘର୍ଷ କରୁଥିବା ପରିବାରରୁ ବାହାରି ଭାରତୀୟ ଦଳ ପାଇଁ ଖେଳିବା କୌଣସି ଚମତ୍କାରରୁ କମ ନୁହେଁ।

Google

ନଟରାଜନଙ୍କ ପାଖରେ କେତେବେଳେ ଜୋତା ନଥିଲା ତୋ କେତେବେଳେ ବଲ ନଥିଲା କିନ୍ତୁ ସେ କେବେ ହାର ମାନିନଥିଲେ, ପ୍ରଥେମ ଟେନିସ ବଲରେ ଖେଳୁଥିଲେ। କିନ୍ତୁ କିଛି କାରଣ ଯୋଗୁଁ ତାଙ୍କୁ ଖେଳ ବନ୍ଦ କରିବାକୁ ପଡିଲା, କିନ୍ତୁ କିଛି ସମୟ ବ୍ୟବଧାନ ପରେ ସେ ପୁଣିଥରେ ପଡିଆକୁ ଉଲ୍ହାଇଲେ ଓ ସେତେବେଳେ ସେ ଗୋଟିଏ ଅଭରରେ ଛଅଟି ୟର୍କର ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ସେତେବେଳେ ପରିସ୍ଥିତି ଏତେ ଭଲ ନଥିଲା। କ୍ରିକେଟର ସମସ୍ଯା ସହିତ ପାରିବାରିକ ସମସ୍ଯା ଥିଲା। ଏହାପରେ ତାଙ୍କ ଗୁରୁ ଏ ଜୟପ୍ରକାଶଙ୍କ ନଜର ତାଙ୍କ ଉପରେ ପଡିଲା। ସେ ନଟରାଜନଙ୍କ ପ୍ରତିଭାକୁ ଦେଖିଲେ ଓ ତାଙ୍କୁ ଚେନ୍ନାଇ ପଠାଇଦେଲେ ଓ ପରେ ତାଙ୍କର ସମସ୍ତ ଅସୁବିଧାକୁ ସେ ସମାଧାନ କରିବାକୁ ଚେଷ୍ଟା କରିଲେ। ନଟରାଜନଙ୍କୁ ତାମିଲନାଡୁ ପକ୍ଷରୁ ୨୦୧୧ ମସିହାରେ ପ୍ରଥମ ଥର ଖେଳିବାକୁ ସୁଯୋଗ ମିଳିଲା। ଟି ନଟରାଜନ ଏଥିପାଇଁ ଜବରଦସ୍ତ ପ୍ରଦର୍ଶନ କରିଲେ। ଅନେକ ସୁଯୋଗ ମିଳିଲା ଓ ସେ ଏହି ସୁଯୋଗର ଲାଭ ଉଠାଇ ଆଇପିଏଲ ୨୦୧୭ରେ ପଞ୍ଜାବ ତରଫରୁ ୩କୋଟି ଟଙ୍କାରେ କିଣାଯାଇଥିଲେ।

ନଟରାଜନ ତାଙ୍କର ପ୍ରଥମ ଘରୋଇ ମ୍ଯାଚ ୫ ଜାନୁୟାରୀ ୨୦୧୫ରେ ରଣଜୀ ଟ୍ରଫି ମାଧ୍ୟମରେ କରିଥିଲେ। ସେ ନିଜର ପ୍ରଥମ ଟି ୨୦ ମ୍ୟାଚ ୨୯ ଜାନୁୟାରୀ ୨୦୨୭ରେ ଖେଳିଥିଲେ ତାମିଲନାଡୁ ତରଫରୁ।

ଏହାପରେ କିଙ୍ଗସ ଇଲେଭେନ ପଞ୍ଜାବ ନଟରାଜନଙ୍କୁ ଆଇପିଏଲରେ ସୁଯୋଗ ଦେଲା। ନଟରାଜନଙ୍କୁ ୩କୋଟି ଟଙ୍କାରେ କିଣାଯାଇଥିଲା। ସେ ଆଇପିଏଲରେ କେବଳ ୬ଟି ମ୍ଯାଚରୁ ୨ଟି ୱିକେଟ ନେଇଥିଲେ ଓ ପରେ ସେ ଆଘାତ ହୋଇଥିଲେ ଓ ବାକି ମ୍ଯାଚ ମଧ୍ୟ ଖେଳିନଥିଲେ। ଏହାର ମୂଲ୍ୟ ତାଙ୍କୁ ଆଗାମୀ ବର୍ଷ ଆଇପିଏଲରେ ଦେଖିବାକୁ ମିଳିଲା। ସେତେବେଳେ ତାଙ୍କର ମୂଲ୍ୟ ୩କୋଟିରୁ କମି ସିଧାସଳଖ ୪୦ଲକ୍ଷ ପହଞ୍ଚିଗଲା ଓ ସେତେବେଳେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ କିଣିଥିଲା। ପ୍ରଦର୍ଶନ ହିସାବରେ ତାଙ୍କୁ ଦଳର ସଦସ୍ୟ ଭାବରେ ଦେଖାଗଲା।

ପଇସା ଧୀରେ ଧୀରେ ଆସିବା ମାତ୍ରେ ସେ ନିଜର ବାପା-ମାଙ୍କ ଏକ ଘର ତିଆରି କରିଲେ ଓ ଭଉଣୀଙ୍କ ପଢା ମଧ୍ୟ ଦେଖିଲେ ଓ ଗାଁରେ ଏକ କ୍ରିକେଟ ଅନୁଷ୍ଠାନ ଖୋଲିଲେ। ଏସବୁ ସତ୍ବେ ତାଙ୍କର ବାପା-ମା ନିଜର ବୃତ୍ତି ଛାଡିନଥିଲେ। ପରିଶେଷରେ ୨୦୨୦ ଆଇପିଏଲର ଶେଷ ଅଭରରେ ନଟରାଜନ ନିଜର କାବିଲିୟତ ଦେଖାଇଥିଲେ। ସେ ଆଇପିଏଲ ବଡ ବଡ ୱିକେଟ ନେଇଥିଲେ। ସେ ହାଇଦ୍ରାବାଦ ପକ୍ଷରୁ ଖେଳି ୬୦ରୁ ଉର୍ଦ୍ଧ ୟର୍କର ପକାଇଥିଲେ ଓ ସେ ଏଥିରେ କୋହଲୀ ଓ ଡିଭିଲିୟର୍ସଙ୍କ ୱିକେଟ ମଧ୍ୟ ନେଇଥିଲେ।

Google

ପ୍ରଥେମ ତାମିଲନାଡୁ ତାପରେ ୟୁଏଇ ଓ ପରେ ଅଷ୍ଟ୍ରେଲିଆରେ ଖେଳିବା ପରି ସୁଯୋଗ ନଟରାଜନଙ୍କ ପାଇଁ କୌଣସି ସ୍ଵପ୍ନରୁ କମ ନୁହେଁ। ୟୁଏଇର ଆଇପିଏଲ ତାଙ୍କର ଭାଗ୍ୟ ଖୋଲିଦେଇଥିଲା। ବର୍ତ୍ତମାନ ସେ ଆହୁରି ଆଗକୁ ଯିବେ ଓ ତାଙ୍କ ମଧ୍ୟରେ ବିଜୟ ହେବାର ସ୍ପୃହା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *