କରୋନା ଟୀକା ମିଳିବ କେବଳ ୨୫୦ ଟଙ୍କାରେ

କେନ୍ଦ୍ର ସରକାରଙ୍କ ସହିତ ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ ନୂତନ ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁସାରେ କୋଭିଶିଲ୍ଡ ଟୀକାର ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ବିଜନେସ୍ ଷ୍ଟାଣ୍ଡାର୍ଡ ଏହି ରିପୋର୍ଟ ପ୍ରକାଶ କରିଅଛି। ଯଦି ଏହି ରିପୋର୍ଟ ସତ ହୋଇଥାଏ ତେବେ ଦେଶବାସୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର ଅଟେ। କାରଣ ଏ ପର୍ଯ୍ଯନ୍ତ ଯେଉଁସବୁ ଟୀକା ବ୍ୟବହାର ହେବ ବୋଲି ଆଶା କରାଯାଉଛି ସେସବୁର ମୂଲ୍ୟ ଏକ ହଜାର ଟଙ୍କା ରହିଛି।

Google

ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା ପୂର୍ବରୁ କହିଥିଲେଯେ ଏହି ଟୀକା ଭାରତର ଘରୋଇ ବଜାରରେ ପ୍ରତି ଡୋଜର ମୂଲ୍ୟ ୧୦୦୦ ଟଙ୍କା ରହିବ। ସରକାରମାନେ ଯୋଗାଣ ଚୁକ୍ତି ସ୍ୱାକ୍ଷର କରି ଅଧିକ ଟୀକା କିଣୁଥିବାରୁ ଏହା କମ୍ ଦାମରେ ଦେଶବାସୀଙ୍କୁ ମିଳୁଛି। ସିରମ୍ ପୂର୍ବରୁ ଅନେକ ଟୀକା ପ୍ରସ୍ତୁତ କରାଯାଇଛି। କମ ମୂଲ୍ୟରେ ଟୀକା ଉପଲବ୍ଧ କରାଇବାରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ରେକର୍ଡ ରହିଛି।

Google

ସିରମ୍ ପ୍ରଥମେ ଅନ୍ୟ ଦେଶକୁ ଟୀକା ବାଣ୍ଟିବା ପୂର୍ବରୁ ଭାରତୀୟଙ୍କୁ ଏହି ଟୀକା ଯୋଗାଇବା ଉପରେ ଧ୍ୟାନ ଦେବ ବୋଲି ପୁନାୱାଲା କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *