ସୁଶାନ୍ତଙ୍କ ମୃତ୍ୟୁର ଚାରିମାସ ପରେ ମଧ୍ୟ ଚୁପ ବସିଛି ସିବିଆଇ। ସୁପ୍ରିମକୋର୍ଟରେ କରାଗଲା ନିବେଦନ,ଜାଣନ୍ତୁ ପୁରା ଖବର

ସୁଶାନ୍ତଙ୍କ ମୃତ୍ୟୁକୁ ବର୍ତ୍ତମାନ 6 ମାସ ହେବାକୁ ବସିଲାଣି କିନ୍ତୁ ସିବିଆଇ ଏହାଉପରେ କୌଣସି କୌଣସି ପରିସ୍ଥିତିରେ ପହଞ୍ଚି ପାରିଲାନାହିଁ । ଏମିତିରେ ବର୍ତ୍ତମାନ ଏଜେନ୍ସିଙ୍କ କାମ କରିବା ଶୈଳୀ ଉପରେ ହିଁ ପ୍ରଶ୍ନ କରାଯାଉଛି । ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ କରୁଥିବାନେଇ ସୁପ୍ରିମକୋର୍ଟରେ ଏକ ନିବେଦନ ଜାରି କରାଯାଇଛି । ଏହି ନିବେଦନରେ ସିବିଆଇ ଉପରେ ପ୍ରଶ୍ନ କରାଯାଉଛି । ଆପଣଙ୍କୁ ଜଣାଇଦେଉଛୁ କି, ସୁଶାନ୍ତ ସିଂହ ରାଜପୁତ ଜୁନ 14 ତାରିଖରେ ବାନ୍ଦ୍ରା ସ୍ଥିତ ନିଜର ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ ।

Google

ଆଡଭୋକେଟ ବିନୀତ ଢଣ୍ଡା ସୁପ୍ରିମକୋର୍ଟରେ ଏକ ନିବେଦନ ଲଗାଇଛନ୍ତି । ଯେଉଁଥିରେ ଏଜେନ୍ସିଙ୍କୁ ଯାଞ୍ଚ ପୂରଣ କରିବାକୁ ଓ ଏହାର ରିପୋର୍ଟ ପେଶକଷ କରିବାପାଇଁ ଅପିଲ କରିଛନ୍ତି । ନିବେଦନରେ କୁହାଯାଇଛି ପାଖାପାଖି 4 ମାସ ପୂର୍ବରୁ ସୁପ୍ରିମକୋର୍ଟ ଦ୍ୱାରା ସିବିଆଇକୁ ସୁଶାନ୍ତଙ୍କ କେସରେ ଯାଞ୍ଚ କରିବାପାଇଁ କହିଥିଲା ।

Google

 

ନିବେଦନରେ କୁହାଯାଇଛି- ସୁପ୍ରିମକୋର୍ଟ ଦେଶର ପ୍ରମୁଖ ଯାଞ୍ଚ ଏଜେନ୍ସି ମାନଙ୍କ ଉପରେ ଭରସା ଦେଖାଇଛନ୍ତି ଓ ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । କାରଣ ତାଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇଦେଇଥିଲା ଏପରିକି ବିଦେଶରେ ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଭାବ ବିହ୍ଵଳ ହୋଇଯାଇଥିଲେ ଓ ସମସ୍ତଙ୍କୁ ତାଙ୍କ ମୃତ୍ୟୁରେ ଝଟକା ଲାଗିଥିଲା । ନିବେଦନକର୍ତାଙ୍କ ମତରେ ଅଦାଲତ ଏହାର ଯାଞ୍ଚ ପାଇଁ ଦୁଇମାସ ସମୟ ଦେଉ କାରଣ ଏହାର ସଠିକ ନିଷ୍କର୍ଷ ଯେପରି ବାହାରିପାରିବ । ଏହାପରେ ସୁପ୍ରିମକୋର୍ଟକୁ କୁହାଯାଇଛି କି, ସେ ସିବିଆଇର ଯାଞ୍ଚ ପଦ୍ଧତି ଉପରେ ଏକ ନୋଟ ଜାରି କରନ୍ତୁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *