ଶ୍ୱଶୁର ଘରକୁ କଲ କରି କହିଲେ ଜ୍ୱାଇଁ, ତୁମ ଝିଅକୁ ମାରିଦେଲି , ଆଉ ତା ପରେ ଶବ ପାଖରେ ବସି ଖେଳିଲେ ମୋବାଇଲରେ ଗେମ,ଜାଣନ୍ତୁ ପୁରା ଘଟଣା

ରାଜସ୍ଥାନର ଯୋଧପୁରରେ ମହାମନ୍ଦିର ଥାନା ଅଞ୍ଚଳର ବିଜେଏସ କଲୋନୀରେ ରବିବାର ରାତିରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀକୁ ହତ୍ୟା କରିଦେଲା | ହତ୍ୟା ପରେ ହତ୍ୟାକାରୀ ସ୍ୱାମୀ ନିଜେ ପୋଲିସକୁ ଫୋନ କରିଥିଲା | ଏହାସହିତ ନିଜ ଶ୍ୱଶୁର ଘରଲୋକଙ୍କୁ ଫୋନ କରି କହିଲେ ଯେ ତୁମ ଝିଅକୁ ମୁଁ ହତ୍ୟା କରିଦେଇଛି | ପୋଲିସ ଆସିବା ପର୍ଯ୍ୟନ୍ତ ହତ୍ୟାକାରୀ ନିଜ ସ୍ତ୍ରୀଙ୍କ ଶବ ପାଖରେ ବସି ମୋବାଇଲରେ ଗେମ ଖେଳୁଥିଲା |

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ କରିଛି | ଅଭିଯୁକ୍ତଙ୍କ ନାମ ବିକ୍ରମ ସିଂ ଅଟେ ଏବଂ ସ୍ତ୍ରୀଙ୍କ ନାମ ଶିବ କମ୍ବର ଅଟେ | ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ଏକ ଭାରି ଓଜନ ବିଶିଷ୍ଟ ଜିନିଷ ସାହାଯ୍ୟରେ ହତ୍ୟା କରିଛନ୍ତି | ବିକ୍ରମ ସିଂହଙ୍କୁ ନିଜକୁ ହିଁ ଏହି କଥା ରାତିରେ ଜାଣିପାରି ନଥିଲେ ଯେ ସେ କଣ କରିଥିଲେ | ତାଙ୍କ କହିବାନୁସାରେ, ତାଙ୍କୁ ମାନସିକ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ରାତିରେ ଉଠି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ରବିବାର ସକାଳେ ପୋଲିସ ଷ୍ଟେସନରେ ସେ ଏହି କଥା ଅନୁଭବ କରିଥିଲେ ଯେ ସେ ଆଜି ନିଜ ପିଲାମାନଙ୍କୁ ଅନାଥ କରି ଦେଇଛନ୍ତି |

Google

ବିକ୍ରମ ଏବଂ ଶିବ କମ୍ବରଙ୍କର ଏକ ପୁଅ ଏବଂ ଏକ ଝିଅ ମଧ୍ୟ ଅଛନ୍ତି | ରାତିରେ ଘରର ଅବସ୍ଥା ଦେଖି ପୋଲିସ କର୍ମଚାରୀମାନେ ମଧ୍ୟ କିଛି ସମୟ ପାଇଁ ଚମକି ଯାଇଥିଲେ | ଡିସିପି ଧର୍ମେନ୍ଦ୍ର ସିଂ ଯାଦବ କହିଛନ୍ତି ଯେ ବିକ୍ରମ ସିଂଙ୍କ ପରିବାର ମୂଳତଃ ଫୋୖଲଦିରେ ରହୁଥିଲେ | କିନ୍ତୁ ବିଜେଏସ କଲୋନୀରେ ମଧ୍ୟ ତାଙ୍କର ଏକ ଘର ଅଛି | ଯେଉଁଠାରେ ଏହି ଲୋକମାନେ ଦୀର୍ଘ ସମୟ ଧରି ରହି ଆସୁଥିଲେ |

Google

ଡିସିପି କହିଛନ୍ତି ଯେ ଅଭିଯୁକ୍ତ ନିଜେ ଦୀର୍ଘ ଦିନ ଧରି ବେରୋଜଗାର ହୋଇ ବସିଥିଲେ | ସ୍ତ୍ରୀ ଘରେ ପୂର୍ବରୁ ସିଲେଇ କାମ କରୁଥିଲେ, ପରେ ସହକାରୀ ଦୋକାନରେ ସେ କାମ କରିବା ଆରମ୍ଭ କରିଥିଲେ | ଏହା ଦ୍ୱାରା ଘର ଚଳୁଥିଲା, କିନ୍ତୁ ବିକ୍ରମ ତାଙ୍କ ସ୍ତ୍ରୀ ସହଯୋଗୀ ଦୋକାନରେ କାମ କରୁଥିବାରୁ ଅସନ୍ତୁଷ୍ଟ ଥିଲେ | ଡିସିପି ଧର୍ମେନ୍ଦ୍ର ସିଂ ଯାଦବ କହିଛନ୍ତି ଯେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସେ ପୋଲିସକୁ ସୂଚନା ଦେଇଥିଲେ |

ମୃତକା ଶିବ କମ୍ବରଙ୍କ ଭାଇ ମାଙ୍ଗୁ ସିଂ କହିଛନ୍ତି ଯେ ତାଙ୍କ ଭଉଣୀ ବିକ୍ରମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ | ବିକ୍ରମ ଦୀର୍ଘ ସମୟ ଧରି ବେରୋଜଗାର ଥିଲେ | ଟଙ୍କା ପାଇଁ ମାରପିଟ କରୁଥିଲା | ମୋ ଭଉଣୀ ହିଁ ଘର ଚଳାଉଥିଲେ | ତାର ଝିଅ ଆମ ପାଖରେ ଥିଲା ଓ ପୁଅଟି ନିଜ ଦାଦାଙ୍କ ସହିତ ଅକଥନା ଗାଁରେ ଥିଲା |

Google

ନିଜେ ଅଭିଯୁକ୍ତ ବିକ୍ରମ ସିଂ କହୁଛନ୍ତି ଯେ ତାଙ୍କୁ ରାତିରେ ମାନସିକ ଭାବରେ କାଳଚକ୍ର ଆସିଥିଲା ତେଣୁ ସେ ଉଠି ପଡ଼ିଥିଲେ ଏବଂ ସେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ | କିନ୍ତୁ ଏହା କାହିଁକି ହେଲା ଏହା ପୋଲିସ ପାଇଁ ବର୍ତ୍ତମାନ ଅଜଣା ଅଟେ | ଯେଉଁଥିପାଇଁ ବିକ୍ରମ ସିଂଙ୍କୁ ଅଧିକ ପଚରାଉଚରା କରାଯିବ | ବର୍ତ୍ତମାନ ପୋଲିସ ମୃତକାଙ୍କ ଶବକୁ ପୋଷ୍ଟମର୍ଟମ କରି ପରିବାରକୁ ହସ୍ତାନ୍ତର କରିଛି | ମୃତକାଙ୍କ ବାପା ମନୋହର ସିଂ ବିକ୍ରମ ସିଂଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜିକୃତ କରିଛନ୍ତି  |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *