ନିଜର ମୋଟି ଗାର୍ଲଫ୍ରେଣ୍ଡକୁ ପରିବାର ସହିତ ଭେଟ କରାଇବା ପାଇଁ ମନା କରୁଥିଲା ଯୁବକ । ଶେଷରେ ଏମିତି ନେଲା ପ୍ରତିଶୋଧ,ଜାଣନ୍ତୁ ପୁରା ଖବର

ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ସାମନ୍ଥଆ ରାଲି କେବେ ଭାବିନଥିଲେ କି, ସେ ନିଜର ଓଜନକୁ ନେଇ ଲଜ୍ବିତ ହେବେ । ସେ ଜାଣିବାକୁ ପାଇଲେ କି, ତାଙ୍କର ଏକ୍ସ ବୟଫ୍ରେଣ୍ଡ ତାଙ୍କୁ ତାଙ୍କର ପରିବାର ସହିତ ଭେଟ କରାଇବାକୁ ଚାହୁଁନଥିଲେ କାରଣ ସେ ବହୁତ ମୋଟି ଥିଲେ । ଏହି ବ୍ୟକ୍ତି ବିନା କିଛି କହି ସାମନ୍ଥଆଙ୍କ ସହ ନିଜର ବ୍ରେକଅପ କରିଥିଲେ ପରେ ସାମନ୍ଥଆ ଏହାକୁ ନିଜର ତାକତ ବନାଇ ଏହିପରି ଭାବରେ ପ୍ରତିଶୋଧ ନେଇଥିଲେ ।

ସାମନ୍ଥଆ 30 ବର୍ଷର ଅଟନ୍ତି ଓ ସେ କାଲିଫର୍ଣ୍ଣିଆର ଅରେଞ୍ଜ କାଉଁଟିରେ ରୁହନ୍ତି । ସାମନ୍ଥଆଙ୍କ ଓଜନ 165 କିଲୋ ଥିଲା । ସେ ପାରମ୍ପରିକ ଭାବରେ ନିଜର ଓଜନ କମାଇବାକୁ ଚେଷ୍ଟା କଲେ କିନ୍ତୁ ଏହା ହୋଇପାରିଲାନାହିଁ ଶେଷରେ ସେ ଅପରେଶନର ସହାୟତା ନେଇଥିଲେ । ସାମନ୍ଥଆ ଗ୍ୟାଷ୍ଟ୍ରିକ୍ ସ୍ଲିବ ସର୍ଜରୀ କରିଥିଲେ ଓ ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ କରି ସେ ଲେଖିଥିଲେ କି ଓଜନ କମାଇବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ।

Google

ବୋର୍ଡ ପଣ୍ଡାଙ୍କୁ ଖବର ଦେଇ ସାମନ୍ଥଆ କହିଥିଲେ କି, ସେ 12 ବର୍ଷରୁ ଡାଇଟିଂରେ ଅଛନ୍ତି ଓ ଓଜନ କମାଇବା ପାଇଁ ବହୁତ ସାରା ଦବେଇ ମଧ୍ୟ ନେଇଛନ୍ତି । ସେ କିଛି ଉପାୟ ଆପଣାଇଥିଲେ ଯାହାଦ୍ୱାରା ଓଜନ କମିଯାଏ ଓ ପୁଣି ପୂର୍ବଭଳି ବଢିଯାଇଥାଏ । ତାଙ୍କୁ ବିଭିନ୍ନ ସମୟରେ ମୋଟାପାର ସମସ୍ୟା ମଧ୍ୟ ସମ୍ମୁଖିନ ହେବାକୁ ପଡୁଥିଲା । ସାମନ୍ଥଆ ଏହାପରେ ନିଜକୁ ପରିବର୍ତ୍ତନ କରିବାପାଇଁ ପାଦ ଉଠାଇଥିଲେ ।

ସାମନ୍ଥଆ ନିଜର ଏକ୍ସ ବୟଫ୍ରେଣ୍ଡ ବିଷୟରେ କହିଥିଲେ କି, ସେ ତାଙ୍କ ଏହିତ ଦୀର୍ଘ 2 ବର୍ଷ ଡେଟ କରିଥିଲେ । କିନ୍ତୁ ଏହିସମୟ ମଧ୍ୟରେ ତାଙ୍କ ବୟଫ୍ରେଣ୍ଡ ତାଙ୍କ ପରିବାର ସଦସ୍ୟଙ୍କ ସହିତ ତାଙ୍କୁ ଭେଟ କରାଇନଥିଲେ । ଏହାପରେ ସାମନ୍ଥଆ ଭାବିଥିଲେ ସେମାନଙ୍କର ସମ୍ପର୍କ ଶେଷ ହୋଇଯାଉଛି । ଏକଦା ସେ ନିଜ ବୟଫ୍ରେଣ୍ଡ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଝିଅର ଫୋଟୋ ଦେଖିଥିଲେ ପରେ ସେ ଜାଣିଲେ କି, ତାଙ୍କର ରିଲେସନ ଶେଷ ହୋଇଗଲା । ସାମନ୍ଥଆ ଏହାପରେ କହିଥିଲେ ତାଙ୍କ ବୟଫ୍ରେଣ୍ଡ ନିଜ ଆଡୁ ବ୍ରେକଅପ କରିଦେଇଥିଲେ, ଏହାପରେ ତାଙ୍କୁ ଦୁଃଖ ତ ଆସିଥିଲା କିନ୍ତୁ ସେ ନିଜକୁ ପରିବର୍ତ୍ତନ କରିଦେଇଥିଲେ ।

ସେ କହିଥିଲେ, ତାଙ୍କ ଏକ୍ସ ବୟଫ୍ରେଣ୍ଡ ପୂର୍ବରୁ ସେ ଯେଉଁମାନଙ୍କୁ ଡେଟ କରିଥିଲେ ସେମାନେ ତାଙ୍କର ଓଜନକୁ ନେଇ ଠିକ ନଥିଲେ । ଏହାକୁ ନେଇ ତାଙ୍କ ଆତ୍ମବିଶ୍ବାସ କମିଯାଇଥିଲା । ସେ କହିଥିଲେ, ପିଲାବେଳରୁ ହିଁ ସେ ଲୋକମାନଙ୍କୁ ଇନ୍ସପାୟାର କରିବାକୁ ଚାହୁଁଥିଲେ କିନ୍ତୁ ସେ ନିଜ ଉପରେ ଭରସା ରଖିପାରୁନଥିଲେ ଯେ, ଓଜନ କମାଇବା ପାଇଁ ସେ ଲୋକଙ୍କୁ କେମିତି ଇନ୍ସପାୟାର କରିବେ । ଏହାପରେ ସେ ଲୋକମାନଙ୍କୁ ଏହି ଜିନିଷ ଉପରେ ମୋତିଭେଟ ରହିବାକୁ ଚେଷ୍ଟା ଜାରିରଖିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *