ବିବାହ ପାଇଁ ମନା କରିବାରୁ ଯୁବକ ମାରିଦେଲା ଝିଅକୁ,ଜାଣନ୍ତୁ ପୁରା ଘଟଣା

ପାକିସ୍ତାନରେ ଅଣ ଇସଲାମିକ ଲୋକଙ୍କ ବିରୋଧରେ ହିଂସା ବଢି ଚାଲିଛି | ରାୱଲପିଣ୍ଡିରେ ଜଣେ ଖ୍ରୀଷ୍ଟିଆନ ଝିଅକୁ କେବଳ ଏଥିପାଇଁ ହତ୍ୟା କରାଯାଇଥିଲା କାରଣ ତାଙ୍କ ପରିବାର ଜଣେ ମୁସଲମାନ ପୁଅକୁ ବିବାହ କରିବାକୁ ମନା କରିଦେଇଥିଲେ | ବାସ୍ତବରେ, ଖ୍ରୀଷ୍ଟିଆନ ଝିଅର ବାପାମା ସେହି ମୁସଲମାନ ପୁଅ ସହିତ ନିଜ ଝିଅର ବିବାହ କରିବାକୁ ପ୍ରସ୍ତୁତ ନଥିଲେ, ଯାହା ପରେ ଝିଅଟିକୁ ହତ୍ୟା କରାଯାଇଥିଲା |

ପାକିସ୍ତାନରେ ଧର୍ମ ଆଧାରରେ ଭେଦଭାବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ବୃଦ୍ଧି ନେଇ ଅନେକ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି | ସ୍ଥାନୀୟ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିର କୋରଲ ପୋଲିସ ଷ୍ଟେସନର ଅଧିକାରୀମାନେ ହତ୍ୟାର ଏହି ମାମଲାରେ ଏକ ଅଭିଯୁକ୍ତ ଫେଇଜାନଙ୍କୁ ଗିରଫ କରିଛନ୍ତି | ତେବେ ମୁଖ୍ୟ ଅଭିଯୁକ୍ତ ଶାହଜାଦଙ୍କୁ ବର୍ତ୍ତମାନ ମଧ୍ୟ ପୋଲିସ ହେପାଜତରେ ନାହିଁ, ଯାହାକୁ ଧରିବାପାଇଁ ଚଢ଼ାଉ କରାଯାଉଛି |

Google

ରିପୋର୍ଟ ଅନୁଯାୟୀ, ଶାହଜାଦଙ୍କ ମା ନିଜ ପୁଅର ବିବାହର ପ୍ରସ୍ତାବ ମୃତକ ସୋନିଆଙ୍କ ପରିବାର ଲୋକଙ୍କୁ ଦେଇଥିଲେ, ଯାହାକୁ ସେମାନେ ମନା କରିଦେଇଥିଲେ |

ପରିବାର ଲୋକେ ବିବାହକୁ ପ୍ରତ୍ୟାଖ୍ୟାନ କରିବାଟା ସୋନିଆଙ୍କୁ ଭାରି ପଡିଲା ଏବଂ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିଥିଲେ | ସୋନିଆଙ୍କ ବାପାମା ତାଙ୍କ ବିବାହ ଅନ୍ୟ କୌଣସି ପୁଅ ସହିତ କରିବାପାଇଁ ଚାହୁଁଥିଲେ | ଯାହା ସହିତ ବିବାହ ହୋଇଥାନ୍ତା ତାଙ୍କ ନାମ ଫେଇଜାନ ବୋଲି କୁହାଯାଉଛି |

ପୋଲିସ ଅନ୍ୟଜାୟୀ, ଘଟଣା ଦିନ ମୃତକ ଯୁବତୀ ଫେଇଜାନ ସହିତ ଯାତ୍ରା କରୁଥିଲେ | ଠିକ ସେହି ସମୟରେ ଶହଜାଦ ନାମକ ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲା | କୁହାଯାଉଛି ଯେ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା କାରଣରୁ ଶହଜାଦ ବହୁତ ରାଗି ଯାଇଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *