ଟ୍ରେନ ଟିକେଟ ବୁକ ସମୟରେ ଜରୁରୀ ଦର୍ଜ କରନ୍ତୁ ନିଜ ମୋବାଇଲ ନମ୍ବର୍ । ରେଳ ବିଭାଗ ପକ୍ଷରୁ ଆସିଲା ବଡ ସୂଚନା

ଟ୍ରେନରେ ଯାତାୟାତ ପାଇଁ ରେଜିଷ୍ଟ୍ରେସନ ଟିକେଟ ବୁକ କରିବା ସହିତ ନିଜର ମୋବାଇଲ ନମ୍ବର୍ ଦର୍ଜ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ । ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ସୂଚନା ଦେଇ କହିଛନ୍ତି କି, ଟିକେଟ ବୁକ କରିବା ସମୟରେ ନିଜର ମୋବାଇଲ ନମ୍ବର୍ ନିଶ୍ଚିତ ଭାବରେ ଦିଅନ୍ତୁ । ଯଦି ଆପଣ ଏହା ନକରନ୍ତି ତାହେଲେ ରେଲୱେ ତରଫରୁ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ନୋଟିସ ଅପଡେଟ ରହିବାରେ ଅସୁବିଧା ହେବ ।

ବର୍ତ୍ତମାନ ଭାରତୀୟ ରେଲୱେ ତରଫରୁ ଟ୍ରେନ ଟାଇମ ଟେବୁଲ ଗୁଡିକୁ ପରିବର୍ତ୍ତନ କରାଯାଉଛି । ଏହାମଧ୍ୟରେ ଯେଉଁମାନେ ଟ୍ରେନ ଟିକେଟ ବୁକିଂ ସମୟରେ ନୁଜର ଫୋନ ନମ୍ବର ଦର୍ଜ କରିନାହାଁନ୍ତି ସେମାନଙ୍କୁ ରେଲୱେ ଟାଇମର ଅପଡେଟ ମିଳିପାରିନାହିଁ । ଯାହାଦ୍ୱାରା ଯାତ୍ରୀମାନଙ୍କୁ ଟ୍ରେନ କେଉଁ ସମୟରେ ଛାଡିବ ଏହାର ସୂଚନା ରହିବନାହିଁ ।

Google

ଆପଣଙ୍କୁ ଜଣାଇଦେଉଛୁ କି, ଯାତ୍ରୀମାନଙ୍କୁ ରେଲୱେର ସମସ୍ତ ନୋଟିସ ବିଷୟରେ ଅପଡେଟ ଜଣାଇବା ପାଇଁ ଭାରତୀୟ ରେଲୱେ ମୋବାଇଲ ନମ୍ବରକୁ ମେସେଜ ଜରିଆରେ ସୂଚନା ଦେଉଛି ।

ରେଲୱେ ଦ୍ୱାରା କୁହାଯାଇଥିଲା କିଛି ଯାତ୍ରୀ ନିଜର ଟିକେଟ ଏଜେଣ୍ଟ ମାନଙ୍କ ଠାରୁ କିଣିଥାନ୍ତି । ଏଥିସହ କେତେଥର ପିଆରଏସ ସିଷ୍ଟମରେ ମୋବାଇଲ ନମ୍ବର୍ ଅପଡେଟ ନଥିବାରୁ ଏହା ଅସୁବିଧା ହୋଇଥାଏ । ରେଲୱେ ଯେତେବେଳେ ଟ୍ରେନର ଛାଡିବା ସମୟ କିମ୍ବା କ୍ୟାନ୍ସଲ କରିଥାଏ ସେତେବେଳେ ଏହାର ସୂଚନା ଯାତ୍ରୀ ମେସେଜ ଜରିଆରେ ପାଇଥାନ୍ତି ।

ରେଲୱେ ଯାତ୍ରୀମାନଙ୍କୁ ନିବେଦନ କରି କହିଛି କି, ଟିକେଟ ବୁକ ସମୟରେ ରିଜର୍ଭବେଶନ ଫର୍ମରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର୍ ଅପଡେଟ କରିବାକୁ ହେବ ଯାହାଫଳରେ ରେଲୱେ ସହିତ ସମସ୍ତ ସୂଚନା ଆପଣ ପାଇପାରିବେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *