୪ ବର୍ଷର ଝିଅ ନିଜ ବାପା ଆଗରେ ଖୋଲିଲା ମାଆର ମୃତ୍ୟୁ ରହସ୍ୟ,ଅଙ୍କଲ ବଳାତ୍କାର କରି …ଜାଣନ୍ତୁ ପୁରା ମାମଲା

ଦେଶରେ ପ୍ରତ୍ଯେକ ଦିନ ବଳାତ୍କାରର ମାମଲା ବାଢିବାରେ ଲାଗିଛି। ନିକଟରେ ଏମିତି ଏକ ମାମଲା ଅଲବରର ଶାହଜାହଁପୁରରୁ ଆସିଛି। ଶାହଜାହଁପୁରରେ ଜଣେ ବ୍ୟକ୍ତି ନିଜର ସାଙ୍ଗଙ୍କର ୩୫ବର୍ଷୀୟ ସ୍ତ୍ରୀଙ୍କୁ ବଳାତ୍କାର କରି ହତ୍ୟା କରିଦେଲେ। ପୁଣି ଆରୋପୀ ତାଙ୍କର ସାଙ୍ଗଙ୍କୁ କହିଲେ ତାଙ୍କର ସ୍ତ୍ରୀଙ୍କୁ ରୋଗ ହୋଇଥିବା ଯୋଗୁଁ ମୃତ୍ୟୁ ହୋଇଗଲା। ସାଙ୍ଗଜଣକ ଏହାକୁ ସତ ବୋଲି ମାନିନେଲେ। କିନ୍ତୁ ସେହି ମହିଳାଙ୍କର ୪ବର୍ଷର ଏକ ଛୁଆ ଥିଲା। ଯିଏକି ସେହି ଅଙ୍କଲଙ୍କର ସମସ୍ତ କାରନାମା ଖୋଲିଦେଲେ।

ଏହି ଘଟଣା ନଭେମ୍ବର ୧୮ରେ ହୋଇଥିଲା। କେବଳ ଏତିକି ନୁହେଁ, ଆରୋପୀ ଓ ମୃତକଙ୍କର ସ୍ଵାମୀ ବିଜନେସ ପାର୍ଟନର ଥିଲେ। ଘଟଣା ସମୟରେ ମୃତକଙ୍କ ସ୍ଵାମୀ କୌଣସି କାମରେ ଭିବାଡି ଯାଇଥିଲେ। ଆରୋପୀ ଶବର ଦାହ ସଂସ୍କାର ପାଇଁ ସାଙ୍ଗର ପୈତୃକ ଗାଁ ଅଲବରର ଶାହାଜାହଁପୁର ସ୍ଥିତ ବେଲନୀ ନେଇଯାଇଥିଲେ। ଏଇ ସମୟରେ ପିଲାଟି କହିଲାକି ମହାବୀର ଅଙ୍କଲ ମାଙ୍କୁ ମାରିଛନ୍ତି ଓ କପଡା ମଧ୍ୟ ବାହାର କରି ରଖିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନ୍ତିମ ସଂସ୍କାରକୁ ଅଟକାଇ ଦେଲେ।

Google

ରେପ ପରେ ବେକ ଚିପିଥିଲେ:-

ଶାହଜାହଁପୁର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସୁନୀଲ ଜାଙ୍ଗିଦ କହିଛନ୍ତିଯେ ପୀଡିତାଙ୍କ ସ୍ୱାମୀ ବେଲନୀ ନିବାସୀ ଜୟପୁରର ଖୋ ନାଗୋରିଆନରେ ପରିବାର ସହିତ ରହିବା ପରେ ପରିବହନ ବ୍ୟବସାୟ କରିଆସୁଥିଲେ। ଜୟପୁରର ଗୋନର ରୋଡ ଶଙ୍କର ବିହାରର ବାସିନ୍ଦା ମହାବୀର ସିଂ ଗୁଜର୍ର (୪୩) ତାଙ୍କର ବ୍ୟବସାୟିକ ପାର୍ଟନର ଥିଲେ। ନଭେମ୍ବର ୧୭ରେ, ପୀଡିତାଙ୍କ ସ୍ୱାମୀ ଗାଡିରେ ପନିପରିବା ନେଇ ଭିବାଡି ଯାଇଥିଲେ। ତା’ପର ପରଦିନ ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଫୋନରେ କଥାବାର୍ତ୍ତା ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଆରୋପୀ ସାଙ୍ଗକୁ ଫୋନ କରି କହିଥିଲେଯେ ତାଙ୍କ ପତ୍ନୀ ଅସୁସ୍ଥ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଅନୁସନ୍ଧାନ ବେଳେ ଜଣାପଡିଛିଯେ ପ୍ରଥମେ ମହିଳାଙ୍କର ବଳାତ୍କାର କରାଯାଇଛି ପରେ ଆରୋପୀ ତାଙ୍କ ବେକ ଚିପି ହତ୍ୟା କରିଛନ୍ତି। ପୀଡିତାଙ୍କର ୧୨ବର୍ଷର ପୁଅ ଏବଂ ୪ବର୍ଷର ଝିଅ ଅଛି। ଉଭୟଙ୍କୁ ଆରୋପୀଜଣକ ଜବରଦସ୍ତ ଟ୍ୟୁସନ ପଠାଇ ଦେଇଥିଲେ।

ପୀଡ଼ିତାଙ୍କ ହାତକୁ ସିଗାରେଟରେ ଜାକିଥିଲେ:-

ଦ୍ଵିତୀୟ ମାମଲା ୧୭ବର୍ଷର ଏକ ଝିଅକୁ ଯିଏକି ୮ମାସ ପୂର୍ବରୁ ଅପହରଣ କରିନେଇ ନିଶା ଜାତୀୟ ଗୁଳି ଓ ଇଜେକ୍ସନ ଦେଇ ଲଗାତାର ବଳାତ୍କାରର ମାମଲା ସାମ୍ନାକୁ ଆସିଛି। ଯେତେବେଳେ ଏହି ଝିଅଜଣକ ଆରୋପୀ ମାନଙ୍କୁ ପାଖରୁ ଖସି ଆସିଲା ସେତେବେଳେ ସେ ପୋଲିସକୁ ଏହି ଘଟଣା ବିଷୟରେ ଜଣାଇଲା। ଆରୋପ ହେଉଛିକି ୨୮ ଜାନୁୟାରୀ ଦିନ ତାଙ୍କର ଜଣେ ପରିଚିତ ମହିଳା ଜ୍ଯୋତି ଓ ତାଙ୍କର ମା ତାଙ୍କୁ ବଜାର ନେଇ ଯାଇଥିଲେ। ସେତେବେଳେ ସେ ତାଙ୍କୁ ଦିଲ୍ଲୀର ନିବାସୀ ପ୍ରଦୀପ ଭଟନାଗରଙ୍କ ପାଖକୁ ନେଇଯାଇଥିଲେ। ପ୍ରଦୀପ ତାଙ୍କ ସହିତ ବଳାତ୍କାର କରିଥିଲେ।

ଆଗାମୀ ଦିନ ତାଙ୍କୁ କାରରେ କର୍ଣ୍ଣାଟକର ନିବାସୀ ସେମ ଉର୍ଫ ସମ୍ପତ କୁମାରଙ୍କ ପାଖକୁ ଝୁଂଝନୁଂ ନେଇଯାଇଥିଲେ। ସମ୍ପତ ସେଠାରେ ତାଙ୍କର ବଳାତ୍କାର କରିଥିଲେ। ସେଠାରେ ତାଙ୍କୁ ରୁମରେ ବନ୍ଦ କରିଦେଲେ। ଏହାପରେ ଅନେକ ଲୋକ ତାଙ୍କର ବଳାତ୍କାର କରିଲେ। ସେଥିମଧ୍ୟରୁ ଜଣେ ସୈନିକ ମଧ୍ୟ ଥିଲେ। ବିରୋଧ କରିଲେ ପୀଡିତାଙ୍କୁ ପିଟା ଯାଇଥାଏ। ତାଙ୍କ ହାତରେ ସିଗାରେଟରେ ଜାକି ଦେଉଥିଲେ। ପୀଡ଼ିତାଙ୍କ ଆରୋପ ହେଉଛିକି ଯେତେବେଳେ ସେ ଖସିବାକୁ ଚେଷ୍ଟା କରିଲେ, ସେତେବେଳେ ଜ୍ଯୋତିଙ୍କ ଧରମ ଭାଇ ଶ୍ରୀଗଙ୍ଗାନଗର ନିବାସୀ ଗୌରବ ତାଙ୍କ ସହିତ ବଳାତ୍କାର କରିଥିଲେ। ସେହି ସମୟରେ ତାଙ୍କୁ ଅନ୍ୟ ସହରକୁ ନେଇଗଲେ।

Google

ରାଜସ୍ଥାନ ବାଲ ଆୟୋଗ ଏହି ମାମଲାରେ ଏସପିଙ୍କୁ ୭ଦିନରେ ତଦନ୍ତ ରିପୋର୍ଟ ମାଗିଛନ୍ତି। ପୀଡିତାଙ୍କ ମା କହିଲେକି ଆରୋପୀ କରୋନାର ଡର ଦେଖାଇ ତାଙ୍କର ଝିଅଙ୍କୁ ଭେଟିବାକୁ ଦେଉନଥିଲେ। ଏହି ମାମଲାରେ ପୋଲିସ କିଛି କହିନାହିଁ। କିନ୍ତୁ ଆରୋପୀଙ୍କୁ ଗିରଫ କରାଯାଇଛି। ଏଏସପି ଡ. ଦେବେନ୍ଦ୍ର ଶର୍ମା କହିଲେକି ରିପୋର୍ଟ ଦାଖିଲ କରିବା ମାତ୍ରେ ଆରୋପୀଙ୍କୁ ଧରି ନିଆଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *