କୃଷକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି ସରକାର । ଯଦି ଆପଣ କୃଷକ ତାହେଲେ ଜାଣିରଖନ୍ତୁ ଏହାବିଷୟରେ

ବିଗତ ଚାରିମାସରେ ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ କୃଷକ ସମ୍ମାନ ନିଧି ଯୋଜନାରେ ପ୍ରତି କୃଷକଙ୍କୁ 2-2 ହଜାର ଟଙ୍କା ସହାୟତା ଦେଇଛନ୍ତି । ସରକାର ଏହି କୃଷକ ମାନଙ୍କୁ ପୁଣିଥରେ କିସ୍ତି ଟଙ୍କା ଯୋଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ସେହିପରି କୃଷକ ଆନ୍ଦୋଳନରେ 10 ତାରିଖ ସୁଦ୍ଧା ଟଙ୍କା ପଠାଇବାର ସମ୍ଭାବନା ରହିଛି । ଆପଣଙ୍କୁ ଜଣାଇଦେଉଛୁ କି, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା କୃଷକ ମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଅଟେ ।

କୃଷକ ମାନଙ୍କୁ ଦିଆଯାଉଛି 1 ଲକ୍ଷ କୋଟି ଟଙ୍କା :-

କେନ୍ଦ୍ରସରକାରଙ୍କ ଏହି ଯୋଜନାରେ କୃଷକ ମାନଙ୍କୁ ବାର୍ଷିକ ତିନିଥର କିସ୍ତି ଆଧାରରେ 6000 ଟଙ୍କା ଦିଆଯାଇଥାଏ । ଏବେପର୍ଯ୍ୟନ୍ତ କୃଷକଙ୍କୁ 6ଟି କିସ୍ତି ଦିଆଯାଇସାରିଛି । ବିଗତ 23 ମାସରେ ସରକାର 11.35 କୃଷକ ମାନଙ୍କୁ 1 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୈଠ କରିସାରିଛନ୍ତି ।

Google

ଆପଣଙ୍କୁ ଜଣାଇଦେଉଛୁ ସରକାର ଏହି ଯୋଜନାରେ ଚାଷୀଙ୍କୁ ତିନୋଟି କିସ୍ତିରେ ଟଙ୍କା ପଠାଇଥାନ୍ତି । ପ୍ରଥମ କିସ୍ତି ଡିସେମ୍ବର ରୁ ମାର୍ଚ୍ଚ ମାସରେ ହୋଇଥିବାବେଳେ ଦ୍ଵିତୀୟ କିସ୍ତି ଏପ୍ରିଲ ରୁ ଜୁଲାଇ ଓ ତୃତୀୟ କିସ୍ତି ଅଗଷ୍ଟ ରୁ ନଭେମ୍ବର ମାସରେ ମିଳିଥାଏ ।

ସପ୍ତମ କିସ୍ତିର ଫାଇଦା ମଧ୍ୟ :-

ଯଦି କାଗଜ ପତ୍ର ସବୁ ସଠିକ ରହେ ତାହେଲେ 11.35 କୋଟି କୃଷକଙ୍କୁ ସପ୍ତମ କିସ୍ତିର ଫାଇଦା ମିଳିବ । ଏଥିପାଇଁ ନିଜର ରେକର୍ଡ଼ ଚେକ କରାଇ ନିଅନ୍ତୁ କାରଣ ଟଙ୍କା ମିଳିବା ସମୟରେ କୌଣସି ସମସ୍ୟା ନହେବା ଉଚିତ । ଯଦି ରେକର୍ଡ଼ରେ କୌଣସି ଗଡବଡ଼ି ହେବ ତାହେଲେ ଆପଣ ଟଙ୍କା ପାଇବାରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।

ସରକାରଙ୍କ ସବୁଠାରୁ ବଡ଼ କିଷାନ ସ୍କିମ :-

କୃଷି ମନ୍ତ୍ରାଳୟ ବିଭାଗ ଦ୍ଵାରା କୁହାଯାଇଥିଲା କି, 1.3 କୋଟି କୃଷକଙ୍କୁ ଟଙ୍କା ମିଳିପାରିନାହିଁ କାରଣ ସେମାନଙ୍କ ରେକର୍ଡ଼ରେ ଆଧାରକାର୍ଡ଼ ଭୁଲ କିମ୍ବା ସ୍ପେଲିଂ ଭୁଲ ରହିଥିଲା ।

ଏହା ମୋଦି ସରକାରଙ୍କର କୃଷକ ମାନଙ୍କ ପାଇଁ ସବୁଠାରୁ ବଡ଼ ଯୋଜନା ହୋଇଥିବାରୁ ଏଥିପାଇଁ କୃଷକମାନଙ୍କୁ ସରକାରଙ୍କ ତରଫରୁ କିଛି ହେଲ୍ପଲାଇନ ନମ୍ବର୍ ଦିଆଯାଇଛି । ଯାହାଦ୍ୱାରା ଦେଶର ଯେକୌଣସି କୋଣରେ ରହୁଥିବା କୃଷକ ନିଜର ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇପାରିବ ।

କୃଷକ ମାନଙ୍କ ପାଇଁ କୃଷି ମନ୍ତ୍ରାଳୟ ପାଖକୁ ସମ୍ପର୍କ :-

ପିଏମ କିଷାନ ଲ୍ୟାଣ୍ଡଲାଇନ ନମ୍ବର୍ : 011—23381092, 23382401

ପିଏମ କିଷାନ ହେଲ୍ପଲାଇନ : 011-24300606

ପିଏମ କିଷାନ ଟୋଲ ଫ୍ରି ନମ୍ବର୍ : 18001155266

ପିଏମ କିଷାନ ଆଉ ଏକ ହେଲ୍ପଲାଇନ : 0120-6025109

ପିଏମ କିଷାନ ହେଲ୍ପଲାଇନ ନମ୍ବର୍ :155261

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *