ନ୍ୟୁଜିଲାଣ୍ଡକୁ କ୍ରିକେଟକୁ ଅଲବିଦା କହିଲେ କୋରି ଆଣ୍ଡରସନ ବର୍ତ୍ତମାନ ଆମେରିକା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବେ,ଜାଣନ୍ତୁ ପୁରା ଖବର

କୋରି ଆଣ୍ଡରସନ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଇଣ୍ଟରନାଶନାଲ କ୍ରିକେଟକୁ ଛାଡ଼ି ଆମେରିକା ପାଇଁ ଇଣ୍ଟରନାଶନାଲ କ୍ରିକେଟ ଖେଳିବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି ।

29 ବର୍ଷ ବୟସର କୋରି ଆଣ୍ଡରସନଙ୍କ ନାମରେ ଦିନିକିଆ କ୍ରିକେଟରେ ଦ୍ଵିତୀୟ ସବୁଠାରୁ ଦ୍ରୁତ ଶତକ ମାରିବାର ରେକର୍ଡ଼ ରଖିଛନ୍ତି । ସେ ଆମେରିକାରେ ମେଜର କ୍ରିକେଟ t20 ରୁ ଆରମ୍ଭ କରିବେ ଓ ଅନରାଷ୍ଟ୍ରୀୟ କ୍ରିକେଟରେ ଆମେରିକା ପାଇଁ ପ୍ରତିନିଧିତ୍ୱ କରିବେ ।

Google

ଆଣ୍ଡରସନଙ୍କ ପତ୍ନୀ ଆମେରିକୀୟ ଅଟନ୍ତି ଓ ତାଙ୍କର ନାମ ମାରି ଶାମବର୍ଗର ଅଟେ । କୋଭିଡ-19 ମହାମାରୀ କାରଣରୁ ଅଧିକତର ସମୟ ସେ ଟେକ୍ସସରେ ରହିଥିଲେ ଯେଉଁଠାରେ ତାଙ୍କର ପତ୍ନୀ ରୁହନ୍ତି ।

ଇଏସପିଏନକ୍ରିକଇନ୍ଫୋ ରିପୋର୍ଟ ମୁତାବିକ ଆମେରିକା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ନିଜ ଦେଶର କ୍ରିକେଟ ଆଣିବାପାଇଁ ଚେଷ୍ଟା କରୁଛି ଓ ଏଥିପାଇଁ ସେ ବହୁତ ବଡ଼ ବଡ଼ କ୍ରିକେଟ ତାରକାଙ୍କୁ ନିଜ ଦଳରେ ସାମିଲ କରିବାକୁ ଯାଉଛି ।

ପାକିସ୍ତାନ କ୍ରିକେଟର ଶମି ଅସଲାମ ଓ ବିଶ୍ବବିଜୟୀ ଇଂଲଣ୍ଡ କ୍ରିକେଟ ଦଳର ଲିଆମ ପ୍ଲଙ୍କେଟ ମଧ୍ୟ ଆମେରିକାର ନଜରରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକାର ରେଷ୍ଟି ଥେରୋନ ଓ ଡେନ ପିଟ ପ୍ରଥମରୁ ହିଁ ଆମେରିକା ତରଫରୁ ଖେଳିବାକୁ ନିର୍ଣ୍ଣୟ ନେଇଛନ୍ତି । ମେଜର t20 କ୍ରିକେଟ ଲିଗ ଏକ ବଡ଼ ମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି ଓ ଏଥିରେ କୋଲକାତା ନାଇଟ ରାଇଡ଼ର୍ସ ମାଲିକ ଶହରୁଖ ଖାଁ ଏଥିରେ ନିବେଶ କରିବାପାଇଁ ମନ ବଳାଇଛନ୍ତି । ଏହି ଲିଗ 2022ରୁ ଆରମ୍ଭ ହୋଇପାରେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *