ପ୍ରତିଶୋଧ ନେଲା ଭାରତ : ଟି୨୦ ସିରିଜ କଲା କବଜା, ଦ୍ଵିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ଦ୍ଵିତୀୟ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଭାରତ ଟସ ଜିତି ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ଇନିଙ୍ଗ୍ସର ଆରମ୍ଭ କରି ଅଧିନାୟକ ମେଥ୍ଯୁଙ୍କ ଅର୍ଦ୍ଧଶତକ(୫୪) ଓ ଷ୍ଟିଭ ସ୍ମିଥ(୪୬) ରନ କରି ଭାରତକୁ ୧୯୫ ରନର ଲକ୍ଷ୍ୟ ଦେଇଥିଲେ। ଏହାର ଉତ୍ତରରେ ଭାରତୀୟ ଦଳର ଅପନର ଶିଖର ଧାବନ(୫୨), ଅଧିନାୟକ ବିରାଟ କୋହଲୀ(୪୦) ଓ ହାର୍ଦ୍ଦିକ ପାଣ୍ଡ୍ୟା(୪୨) ରନ କରିଥିଲେ ଓ ପରିଶେଷରେ ୨ଟି ବୋଲ ରହିଗଲା ଓ ଭାରତ ୪ୱିକେଟରେ ମ୍ୟାଚକୁ ନିଜ ନାମରେ କରି ନେଲା।

ଭାରତ ପ୍ରଥମେ ଟସ ଜିତି ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଆଘାତ ହୋଇଥିବା ଯୋଗୁଁ ଆରୋନ ଫିଞ୍ଚଙ୍କ ଅନୁପସ୍ଥିତିରେ ଅଧିନାୟକ ମେଥ୍ଯୁ ୩୨ଟି ବଲରୁ କେବଳ ୫୮ରନ କରିଥିଲେ। ଷ୍ଟିଭ ସ୍ମିଥ ୩୮ଟି ବୋଲରୁ ୪୬ରନ କରିଥିଲେ। ବୋଲର ଟି ନଟରାଜନ ନିଜର ଚାରି ଅଭର ବୋଲିଂରେ ୨ଟି ୱିକେଟ ନେଇ କେବଳ ୨୦ରନ ଦେଇଥିଲେ। ଭାରତ ମଝି ଅଭରରେ ରନ ଚାପି ଦେଇଥିଲେ କିନ୍ତୁ ଅଷ୍ଟ୍ରେଲିଆ ଶେଷ ପାଞ୍ଚ ଅଭରରେ ୬୨ରନ ଯୋଡ଼ିଦେଲା । ମେଥ୍ଯୁ ଅଷ୍ଟ୍ରେଲିଆ ପାଇଁ ଦ୍ରୁତ ଇନିଙ୍ଗ୍ସ ଆରମ୍ଭ କରିଥିଲେ। ଯୁଜୁବେନ୍ଦ୍ର ଚହଲଙ୍କୁ ଛାଡି ଭାରତର କମ ଅନୁଭବ ଥିବା ବୋଲରଙ୍କୁ ସେ ୧୦ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ମେଥ୍ଯୁ ପ୍ରଥମ ଅଭରରେ ଦୀପକ ଚହରଙ୍କୁ ତିନୋଟି ଚୌକା ମାରିଥିଲେ ଓ ୧୩ ରନ କରିଥିଲେ। ଦ୍ଵିତୀୟ ଅଭରରେ ଅଫ ସ୍ପିନର ୱାଶିଂଟନ ସୁନ୍ଦରଙ୍କ ବୋଲରେ ସେ ଡିପ ସ୍କ୍ବାୟାର ଉପରେ ଛକା ମାରିଥିଲେ। ମେଥ୍ଯୁ ,ସାର୍ଦ୍ଧୁଳ ଠାକୁରଙ୍କର ସ୍ଵାଗତ ଚୌକା ସାହାଯ୍ୟରେ କରିଥିଲେ। ୱାଶିଂଟନ ସୁନ୍ଦରଙ୍କର ଚତୁର୍ଥ ଅଭରରେ ୧୫ରନ ଦେଇଥିଲେ ଓ ଠାକୁରଙ୍କ ୧୨ରନ ଯୋଡି ସମୁଦାୟ ଅଷ୍ଟ୍ରେଲିଆ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନିଜର ୫୦ରନ ପୂରଣ କରିଥିଲେ। ନଟରାଜନଙ୍କ ବୋଲିଂ ଆକ୍ରମଣରେ ଅଷ୍ଟ୍ରେଲିଆର ପ୍ରଥମ ୱିକେଟ ଡାର୍ଶି ସାର୍ଟଙ୍କ ରୂପରେ ଯାଇଥିଲା।

ମେଥ୍ଯୁଙ୍କ ବ୍ୟାଟିଂ ଜାରି ରହିଥିଲା ଏବଂ ସେ ଚହଲଙ୍କ ବଲରୁ ଚାରିଟି ଛକା ସହ ଅର୍ଦ୍ଧଶତକ ମାତ୍ର ୨୫ଟି ବଲରେ କରିଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିନାୟକ କୌତୁହଳପୂର୍ଣ୍ଣ ଭାବରେ ଆଉଟ ମଧ୍ୟ ହୋଇଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲୀ କଭରରେ ନିଜର ସହଜ କ୍ୟାଚ ଛାଡିଦେଲେ ଓ ମେଥ୍ଯୁ ଅନ୍ୟ ପଟକୁ ଦୌଡିବାକୁ ଲାଗିଲେ କିନ୍ତୁ ଷ୍ଟିଭ୍ ସ୍ମିଥ୍ ଦୌଡି ନଥିଲେ। ତେଣୁ କୋହଲୀ ୱିକେଟ କିପର ଲୋକେଶ ରାହୁଲଙ୍କ ଆଡକୁ ବଲ ଦେଇଥିଲେ ଓ ମେଥ୍ଯୁ ଆଉଟ ହୋଇଯାଇଥିଲେ। ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମେଥ୍ଯୁଙ୍କ କ୍ୟାଚ ଛାଡିଥିଲେ। ସ୍ମିଥ ଏବଂ ଗ୍ଲେନ ମ୍ୟାକ୍ସୱେଲ ଚୌକା ଓ ଛକା ସହ ଇନିଂସକୁ ଆଗେଇ ନେଇଥିଲେ। ମ୍ୟାକ୍ସୱେଲ ଚହଲଙ୍କୁ ଦୁଇଟି ଛକା ମାରିଥିଲେ କିନ୍ତୁ ସାର୍ଦ୍ଦୁଳ ଠାକୁରଙ୍କ ଅଭରରେ ଆଉଟ ହୋଇଯାଇଥିଲେ। ଏହା ପରେ, ମୋଇଜେସ ହେନ୍ରିକ୍ସ କ୍ରିଜକୁ ଆସିଥିଲେ, ହେଂରିକ୍ସ ଓ ସ୍ମିଥ ଆଉଟ ହେବା ପୂର୍ବରୁ ଏକ ଲକ୍ଷ୍ୟ ରଖିଦେଲେ।

ପାଣିପାଗ:-

ସିଡନୀରେ ବର୍ଷା ହେବାର କୌଣସି ସମ୍ଭାବନା ନଥିଲା। ଦୁଇଟି ଦଳରେ ବିଜୟ ପାଇଁ ଭଲ ପ୍ରତିସ୍ପର୍ଦ୍ଦାଙ୍କୁ ଆଶା କରାଯାଉଥିଲା।

ପିଚ ରିପୋର୍ଟ:-

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ୨ଟି ଏକ ଦିବସୀୟ ମ୍ଯାଚ ସମୟରେ ପଡିଆରେ ପ୍ରଥମ ଇନିଙ୍ଗ୍ସରେ ଭଲ ରନ ବନାଇଥିଲେ ଓ ଏଠାରେ ପୁଣି ବ୍ୟାଟ୍ସମେନଙ୍କୁ ସାହାଯ୍ୟ ମିଳିପାରେ।

ପ୍ଲେଇଙ୍ଗ ଇଲେଭେନ:-

ଭାରତ:-

କେଏଲ ରାହୁଲ(ୱିକେଟ କିପର), ଶିଖର ଧାବନ, ବିରାଟ କୋହଲୀ(ଅଧିନାୟକ), ଶ୍ରେୟସ ଅୟର, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ସାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ, ଯୁଜୁବେନ୍ଦ୍ର ଚହଲ

ଅଷ୍ଟ୍ରେଲିଆ:-

ଡି ଆର୍ସି ଶୋର୍ଟ, ମାର୍କସ ଷ୍ଟୋଇନିସ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ମୋଇସେସ ହ୍ୟାନରିକ୍ସ, ମେଥ୍ଯୁ ବେଡ(ୱିକେଟ କିପର ଓ ଅଧିନାୟକ), ଡେନିୟାଲ ସାମ୍ସ, ସିନ ଏବଟ, ମିଶେଲ ସ୍ଵେପସନ, ଏଡମ ଜାମ୍ପା, ଏଣ୍ଡ୍ର୍ଯୁ ଟାଇ

Leave a Reply

Your email address will not be published. Required fields are marked *