ଏହି ଦଳ ହେବ ଆଇପିଏଲର ନବମ ଦଳ । 2021ରେ ଆଇପିଏଲରେ 10ଟି ଫ୍ରାଞ୍ଚାଇଜ ଖେଳିବାନେଇ ଆସିଲା ସୂଚନା,ପଢନ୍ତୁ ପୁରା ଖବର

ଆଇପିଏଲ 2020ର ସଫଳତା ପରେ ବିସିସିଆଇ ବହୁତ ଜଲଦି ଆଇପିଏଲ 2021ରେ ଆଉ ଦୁଇଟି ନୂଆ ଦଳ ଘୋଷଣା କରିବାର ନିଷ୍ପତ୍ତି ନେଇଛି । ଡିସେମ୍ବର 24 ତାରିଖରେ ହେବାକୁ ଥିବା ବୈଠକ ମାଧ୍ୟମରେ ବିସିସିଆଇ ଏହା ଘୋଷଣା କରିବ । ଏହାର ଅର୍ଥ ଆଇପିଏଲ 2021ରେ 8ଟି ଦଳ ବଦଳରେ 10ଟି ଦଳ ପରସ୍ପର ସହିତ ଲଢ଼ୁଥିବାର ନଜର ଆସିବେ ।

ବୋର୍ଡ଼ ମୁତାବିକ, ଅହମ୍ମଦାବାଦର ନାମ ତୟ କରାଯାଇ ‘ଅହମ୍ମଦାବାଦ ସିଟି’ ହୋଇଛି । ଏହିଦଳ ଆଇପିଏଲର ନବମ ଦଳ ଭାବରେ ସ୍ଥାନ ପାଇବ । ଏହାସହିତ ଆଇପିଏଲର 10ମ ଦଳ ଭାବରେ ଲକ୍ନୌ ଓ କାନପୁର ନାମ ସର୍ବାଗ୍ରେ ଚାଲୁଛି ।

Google

ଆପଣଙ୍କୁ ଜଣାଇଦେଉଛୁ କି, ଡ଼ିସେମ୍ବର 24 ତାରିଖରେ ବିସିସିଆଇର ବାର୍ଷିକ ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ଦୁଇଟି ନୂଆ ଦଳ ଆଇପିଏଲରେ ଦାମିଳ ହେବ ବୋଲି ନିଷ୍ପତ୍ତି ନିଆଯିବ । ଆଦାନୀ ଗ୍ରୁପ ଆଇପିଏଲରେ ନୂଆ ଦଳର ନିଲାମ ପାଇଁ ରୁଚି ଦେଖାଇଛନ୍ତି । ଏହାବ୍ୟତୀତ ହିରୋ ଗ୍ରୁପ ଓ ଗୋୟଙ୍କା ଗ୍ରୁପ ମଧ୍ୟ ଆଇପିଏଲ ଦଳ କିଣିବାପାଇଁ ଇଛା ପ୍ରକାଶ କରିଛନ୍ତି ।

ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ବର୍ତ୍ତମାନ ଭାରତରେ :-

ଅହମ୍ମଦାବାଦର ମୋଟରା ସ୍ଥିତ ‘ ସର୍ଦାର ବଲ୍ଲବଭାଇ ପଟେଲ ‘ ଷ୍ଟାଡିୟମ 63 ଏକର ଜମିରେ ପାଖାପାଖି 750 କୋଟି ଟଙ୍କାରେ ପ୍ରସ୍ତୁତ ହୋଇଛି । 1 ଲକ୍ଷ 10 ହଜାର କ୍ଷମତା ବିଶିଷ୍ଟ ଏହି ଗ୍ରାଉଣ୍ଡ ଅଷ୍ଟ୍ରେଲିଆର ମେଲବର୍ଣ ଷ୍ଟାଡିୟମ ଠାରୁ ମଧ୍ୟ ବହୁତ ବଡ଼ । ଏହା ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଅଟେ ଯାହାକି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇସାରିଛି ।

ଏହି ଷ୍ଟାଡିୟମ ବିଷୟରେ ଖାଆସ କଥା :-

ଏହାର ଖାଆସ କଥା ହେଉଛି 11 ପ୍ରକାରର ପିଚ, 3 ଟି ପ୍ରାକ୍ଟିସ ଗ୍ରାଉଣ୍ଡ ଓ ଗୋଟିଏ ଇଣ୍ଡୋର କ୍ରିକେଟ ଏକାଡେମୀ ରହିଛି । ଏଠାରେ ବର୍ଷା ହେଲେ ମଧ୍ୟ କୌଣସି ସମସ୍ୟା ରହିବନାହିଁ କାରଣ ପାଣି ବାହାରିବା ପାଇଁ ଏଠାରେ ନୂତନ ଧରଣର ଟେକ୍ନୋଲୋଜି ବ୍ୟବହାର ହୋଇଛି । ଯେଉଁ ଟେକ୍ନୋଲୋଜି ଏକଘଣ୍ଟା ଭିତରେ ଗ୍ରାଉଣ୍ଡରୁ ପାଣି ବାହାରକୁ ବାହାର କରିଦେବ ।

ବିସିସିଆଇ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଫଇସଲା କରାଯିବ :-

ବୈଠକରେ ଏହାଉପରେ ଚର୍ଚ୍ଚା କରାଯିବ ଯେ, ଆଇସିସି ଏବଂ ଏସିଆ କ୍ରିକେଟ ପରିଷଦରେ ବିସିସିଆଇ ପ୍ରତିନିଧି କିଏ ହେବ? ଏହାମଧ୍ୟରେ ଚୟନ ସମିତି ଅଧ୍ୟକ୍ଷଙ୍କ ସହିତ ତିନିଜଣ ନୂଆ ଚୟନକର୍ତ୍ତାଙ୍କୁ ମଧ୍ୟ ବଛାଯିବ । ଏହାସହିତ ଅମ୍ପାୟାରଙ୍କ ଉପ ସମିତିର ବି ଗଠନ କରାଯିବ । ଏହାସହ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ସହିତ ଜଡିତ ମାମଲା ଉପରେ ମଧ୍ୟ ଚର୍ଚ୍ଚା କରାଯିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *