ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି -ଟ୍ୱେଣ୍ଟି ମ୍ୟାଚରେ ହେଲା ବିବାଦ । ଭାରତୀୟ ଦଳ ଉପରେ ଲାଗିଲା ଧୋକାବାଜିର ଆରୋପ,ଜାଣନ୍ତୁ ପୁରା ଖବର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ t20 ମ୍ୟାଚ ଖେଳାଯାଇଥିଲା । ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିବାବେଳେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା । ପ୍ରଥମ ପାଳି ପରେ ଯେତେବେଳେ ଭାରତୀୟ ଦଳ ବୋଲିଂ କରିବାକୁ ଆସିଥିଲା ସେତେବେଳେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ ପଡିଆକୁ ଆସିଥିଲେ। ମ୍ୟାଚ ରେଫରି ଡେଭିଡ଼ ବୁନ ଆଇସିସି ନିୟମ ମୁତାବିକ ତାଙ୍କୁ ଆମନ୍ତ୍ରଣ କରିଥିଲେ କିନ୍ତୁ ଏଥିରେ ଅଷ୍ଟ୍ରେଲିଆ ଦଳ ନାରାଜ ଜାହିର କରିଥିଲା ।

ଭାରତୀୟ ଦଳ ଆଇସିସି ନିୟମ ଅନୁସାରେ ଚହଲଙ୍କୁ ଜାଡେଜାଙ୍କ ସ୍ଥାନରେ ଖେଳାଇଥିଲେ କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ଓ କୋଚ୍ ଏଥିରେ ମନସ୍ଥ ନଥିଲେ । ଦ୍ଵିତୀୟ ପାଳି ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଓ କୋଚ୍ ଜଷ୍ଟିନ ଲାଙ୍ଗର ମ୍ୟାଚ ରେଫରି ବୁନଙ୍କ ସହିତ ଏହି କଥା ଆଲୋଚନା କରୁଥିବାର ଦୃଶ୍ୟ ପଡ଼ିଆରେ ଦେଖାଯାଇଥିଲା । ପ୍ରଥମ ପାଳିର ଶେଷ ଓଭରରେ ଜାଡେଜାଙ୍କ ମୁଣ୍ଡରେ ବାଉଁସର ଲାଗିଥିଲା ଓ ସେ ପରେ ପଡିଆକୁ ମଧ୍ୟ ଆସିଥିଲେ ।

Google

ଏହିକଥାକୁ ନେଇ ପୂର୍ବ ଇଂଲିଶ ଅଧିନାୟକ ମଇକେଲ ୱନ ମଧ୍ୟ ନିଜର ମତ ଦେଇଥିଲେ । ସେ ମଧ୍ୟ ଇଶାରାରେ ଭାରତୀୟ ଦଳ ଉପରେ ଧୋକାର ଆରୋପ ଆଣିଥିଲେ । ମଇକେଲ ୱନ ଲେଖିଥିଲେ, ଜାଡେଜା ଆଘାତ ପାଇବା ସମୟରେ କୌଣସି ଡ଼କ୍ଟର କିମ୍ବା ଫିଜିଓ ତାଙ୍କ ପାଖକୁ ଆସିନଥିଲେ । ଏହାପରେ ଏମିତି ଲାଗିଥିଲା କି, ତାଙ୍କ ଗୋଡ଼ରେ ମାଂସପେଶୀ ଆଘାତ ଲାଗିଛି ଓ ପରେ ସେ ମ୍ୟାଚରୁ ବାହାରିଗଲେ ଓ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଗଲା ।

ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ମଧ୍ୟ ଏଥିରେ ନିଜର ମତ ରଖି କହିଥିଲେ, ଜାଡେଜାଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଚହଲ ଖେଳିବା ଏଥିରେ କୌଣସି ଅଭିଯୋଗ ନାହିଁ କିନ୍ତୁ ଜାଡେଜା ଆଘାତ ପାଇବାପରେ ମଧ୍ୟ କୌଣସି ଫିଜିଓ କିମ୍ବା ଡ଼କ୍ଟର ତାଙ୍କୁ ଟେଷ୍ଟ କରିବାକୁ କଣପାଇଁ ଆସିନଥିଲେ ? ଯେଉଁଟାକି ପ୍ରୋଟୋକଲ ମଧ୍ୟରେ ଅନ୍ତର୍ଭୁକ୍ତ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *