ତୀବ୍ର ହେଲା ଆନ୍ଦୋଳନ: ଭାରତ ବନ୍ଦ ପାଇଁ ୮ ତାରିଖରେ ଡାକରା ଦେଲେ ଚାଷୀମାନେ,ପଢନ୍ତୁ ସମ୍ପୂର୍ଣ ଖବର

କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଦେଶର ଅନ୍ନଦାତା ଆଜି ଏକ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୮ ଦିନ ହେବ ଦିଲ୍ଲୀର ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କର ଦାବିକୁ କେନ୍ଦ୍ର ସରକାର ଶୁଣୁ ନଥିବାରୁ ଚାଷୀମାନେ ଭାରତ ବନ୍ଦର ଡାକରା ଦେଇଛନ୍ତି।

ଆଜି ଚାଷୀମାନେ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ସମଗ୍ର ଦେଶରେ ବନ୍ଦ ପାଳନ କରିବାକୁ ଘୋଷଣା କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ବନ୍ଦ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

Google

ଆନ୍ଦୋଳନ କରୁଥିବା ଚାଷୀମାନଙ୍କର ନେତା ହରିନ୍ଦର ସିଂହ ଲକ୍ଷୋୱାଲ କହିଛନ୍ତିକି, ଚାଷୀମାନେ ୮ ତାରିଖ ଭାରତ ବନ୍ଦ ବେଳେ ଦେଶର ସମସ୍ତ ଟୋଲ ପ୍ଲାଜା ଓ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ସମସ୍ତପ୍ରକାର ଟୋଲରୁ ଟଙ୍କା ଆଦାୟ କରୁଥିବାରୁ, ବନ୍ଦ ସମୟରେ ଏଗୁଡ଼ିକୁ ମଧ୍ୟ ବିରୋଧ କରାଯିବ। ଚାଷୀମାନେ ୭ ତାରିଖରେ କୃଷି ଆଇନ ବିରୋଧରେ ସେମାନଙ୍କୁ ମିଳିଥିବା ମେଡାଲ ଓ ଆୱାର୍ଡକୁ ଫେରାଇବେ।

ଏହି ଆନ୍ଦୋଳନରେ କେବଳ ଚାଷୀମାନେ ନୁହନ୍ତି, ଏହି ଆନ୍ଦୋଳନରେ ସାଧାରଣ ଲୋକ ମଧ୍ୟ ସାମିଲ ହେବେ। ଆଲୋଚନା ସମୟରେ ଆମେ ସରକାରଙ୍କୁ ତିନୋଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଥିଲୁ। ଏହି ଆଇନ ଜରିଆରେ ସରକାର ଚାଷୀମାନଙ୍କର ଜମିକୁ ପୁଞ୍ଜିପତିମାନଙ୍କ ହାତରେ ଟେକି ଦେବାକୁ ଚାହୁଁଛନ୍ତି। ଚାଷୀମାନଙ୍କ ବିରୋଧ ସତ୍ତ୍ୱେ ସରକାର କୌଣସି ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ସେଥିପାଇଁ ଚାଷୀମାନେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାରଙ୍କର ଏହି ନିୟମକୁ ବିରୋଧ କରି ଆସନ୍ତାକାଲି ଦେଶର ବିଭିନ୍ନ ସ୍ଥାନରେ ମୋଦି ସରକାର ଓ ପୁଞ୍ଜିପତି ମାନଙ୍କର କୁଶପୁତ୍ତଳିକାକୁ ଦାହ କରିବାକୁ ଚାଷୀମାନେ ଯୋଜନା କରିଛନ୍ତି। ଆସନ୍ତାକାଲି ପୁଣିଥରେ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ ପାଇଁ ଦିନ ୨ଟାବେଳେ ବୈଜ୍ଞାନ ଭବନରେ ବୈଠକ ବସିବ।

ଗୁରୁବାର ଦିନ କେନ୍ଦ୍ର ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ସାଢ଼େ ୭ ଘଣ୍ଟା ବୈଠକ ବସିଥିଲା କିନ୍ତୁ କୌଣସି ସମାଧାନ ମିଳିନଥିଲା। କେନ୍ଦ୍ର ସରକାର ଏମଏସପି ଓ ମଣ୍ଡି ଇତ୍ୟାଦି ବନ୍ଦ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି। ଏ ସମୟରେ ଚାଷୀମାନଙ୍କର ଭାରତ ବନ୍ଦ ଡାକରା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ବିଶେଷଜ୍ଞ ମାନଙ୍କ ମତରେ ଆସନ୍ତାକାଲି ହେବାକୁ ଥିବା କେନ୍ଦ୍ର ସରକାର ବୈଠକରେ ଚାଷୀମାନଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଏକ ଲିଖିତ ପ୍ରତିଶ୍ରୁତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *