ଏକ ଲକ୍ଷ ଟଙ୍କାର ବିବାଦ, ବାହାଘରର ତିନିଦିନ ପୂର୍ବରୁ କାଟିଦେଲେ ଯୁବକଙ୍କ ପ୍ରାଇଭେଟ ପାର୍ଟ,ଜାଣନ୍ତୁ ପୁରା ଘଟଣା

ଦୁଇ ସାଙ୍ଗ ମଧ୍ୟରେ ପଇସା ପତ୍ରକୁ ନେଇକି ଏତେ ବିବାଦ ବଢ଼ି ଯାଇଥିଲାଯେ, ସେମାନେ ଯୁବକଙ୍କୁ ଅପହରଣ କରି ତାକୁ ଜଙ୍ଗଲକୁ ନେଇ ଯାଇଥିଲେ ଓ ବିବାହର ତିନି ଦିନ ପୂର୍ବରୁ ତାଙ୍କର ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲେ। ଏହି ଗୁରୁତର ଘଟଣାଟି ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଇଥିଲା।

ଘଟଣାହେଉଛିକି, ପୀଡ଼ିତାଙ୍କ ସାଙ୍ଗ ଅନ୍ୟ ଦୁଇ ଜଣ ସାଙ୍ଗଙ୍କୁ କହିକି ପୀଡ଼ିତାଙ୍କୁ ବନ୍ଧକ କରିଥିଲେ ଓ ପରେ ତାଙ୍କର ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲେ। ଏହା ପରେ ସେମାନେ ତାଙ୍କୁ ଆହତ ଅବସ୍ଥାରେ ଛାଡି ପଳାଇ ଯାଇଥିଲେ। ବର୍ତ୍ତମାନ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର, ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ସେଣ୍ଟର ମେରଠ୍ ରେଫର କରାଯାଇଛି।

Google

ଏହି ଘଟଣାଟି କୋତବାଲି ଅନ୍ତର୍ଗତ ଇଦଗାଇ ମହଲାର ଅଟେ। ଯେଉଁଠି ସମୀର ନାମକ ଏକ ଯୁବକ ତାଙ୍କର ସାଙ୍ଗ ପରବେଜଙ୍କ ସହିତ ଏକ ଲକ୍ଷ ଟଙ୍କାକୁ ନେଇ ବିବାଦ ଚାଲିଥିଲା।

ସମୀରଙ୍କ ଆରୋପ ଥିଲାକି ସାଙ୍ଗ ପରବେଜର ନାମ ନେଇ କିଛି ଯୁବକ ତାଙ୍କ ପାଖରେ ପହଞ୍ଚିଲେ ଓ ପଇସା ଦେବା ପାଇଁ ଚାପ ପକାଇଲେ। କିନ୍ତୁ ସମୀର ତତ୍କାଳୀନ ଦେବେ ନାହିଁ ବୋଲି କହିଲେ। ଏହାପରେ ଦୁଇଜଣ ଯୁବକ ତାଙ୍କୁ ଜବରଦସ୍ତି ଜଙ୍ଗଲକୁ ନେଇଗଲେ ଓ ତାଙ୍କର ଗୁପ୍ତାଙ୍ଗକୁ କାଟିଦେଲେ। ଓ ଆହତ ଅବସ୍ଥାରେ ତାଙ୍କୁ ଜଙ୍ଗଲରେ ଛାଡ଼ି ଫେରାର ହୋଇଗଲେ।।

ଯେମିତି – ସେମିତି କରି ସମୀର ନିଜର ପରିଜନଙ୍କୁ ଏହି ବିଷୟରେ ସୂଚନା ଦେଲେ ଯାହାପରେ ଗମ୍ଭୀର ସ୍ଥିତିରେ ତାଙ୍କୁ ବାଗପତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଗଲା, ଓ ସେଠାରେ ତାଙ୍କର ପରିସ୍ଥିତି ଦେଖି ତାଙ୍କୁ ସେଣ୍ଟର ମେରଠ୍ ରେଫର କରିଦିଆଗଲା। ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କ ମୁତାବିକ ଯୁବକଙ୍କ ପରିସ୍ଥିତି ବହୁତ୍ ଚିନ୍ତାଜନକ ଅଟେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *