ଗାଈର ସ୍ପେଶାଲ ନଲ୍ସ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଏମ ଏସ ଧୋନୀ, କୃଷକଙ୍କୁ ଦେବେ ମାଗଣାରେ,ପଢନ୍ତୁ ପୁରା ଖବର

କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇ ସାରିଥିବା ମହେନ୍ଦ୍ର ସିଂ ଧୋନୀ ପ୍ରସିଦ୍ଧ କୃଷକ ହେବା ରାସ୍ତାରେ ଅଛନ୍ତି। ରାଞ୍ଚିର ସେମ୍ବୋ ଗ୍ରାମରେ ୪୩ ଏକରର ଏକ ନୂଆ ଫାର୍ମହାଉସରେ ଧୋନୀ ଚାଷ ଓ ଡାଏରୀ ପ୍ଳାନ କରୁଛନ୍ତି। ଧୋନୀଙ୍କର ଏହି ସ୍ଵପ୍ନ ଫାର୍ମ ହାଉସ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ତାଙ୍କର ଫାର୍ମ ହାଉସ, ସବୁଜ ଉଦ୍ଭିଦ ମଧ୍ୟରେ ଭରିରହିଛି।

ଧୋନୀଙ୍କ ୪୩ଏକରର ଫାର୍ମ ହାଉସରେ ପନିପରିବା ଚାଷ ମଧ୍ୟ ହେଉଅଛି। ବଡ ଧରଣର ଡାଏରୀ, ମାଛ ଚାଷ ଓ କୁକୁଡା ପାଳନ ଇତ୍ଯାଦିର ଆରମ୍ଭ ହୋଇସାରିଛି। ଧୋନୀଙ୍କ ଡାଏରୀରେ ବର୍ତ୍ତମାନ ୭୨ଟି ଗାଈ ଅଛନ୍ତି ଯେଉଁମାନେ ହେଉଛନ୍ତି ଫ୍ରାନ୍ସ ଫ୍ରିଜିୟନ, ସାହିବାଲ ନଲ୍ସ ଇତ୍ୟାଦି। ଗିର ନଲ୍ସ ଗାଈଙ୍କୁ ଆଣିବାକୁ ପ୍ରସ୍ତୁତି କରାଯାଉଛି।

Google

ଧୋନୀଙ୍କ ଗାଈ ଓ କଡକନାଥ କୁକୁଡାର ଲାଳନପାଳନ କରୁଥିବା ଡାକ୍ତର ବିଶ୍ଵନାଥ କହିଲେକି ପଞ୍ଜାବରୁ ଯେତେବେଳେ ଏହି ଗାଈଗୁଡିକୁ ଅଣାଯାଇଥିଲା ସେତେବେଳେ ଏମାନେ ଏହି ବାତାବରଣରେ ବଢିପାରି ନଥିଲେ, ସାବୁବେଳେ ତାଙ୍କର ଦେହ ଖରାପ ହେଉଥିଲା। ବର୍ତ୍ତମାନ ସମସ୍ତେ ଏଠାକାର ପାଣିପାଗ ସହିତ ମେଳ ଖାଇସାରିଲେଣି।

ଧୋନି ମଧ୍ୟ ଗାଈମାନଙ୍କର ସେବା କରନ୍ତି। ସେ ସେମାନଙ୍କର ଖାଦ୍ୟ ଏବଂ ସେମାନଙ୍କୁ ଦିଆଯାଇଥିବା ମାତ୍ରା ଉପରେ ମଧ୍ୟ ଖାସ ନଜର ରଖନ୍ତି। ଏପରିକି ପ୍ରତ୍ୟେକ ଲିଟର କ୍ଷୀରର ହିସାବ ରଖନ୍ତି। ଧୋନୀଙ୍କ ଡାଏରୀ ଫାର୍ମରେ ୩୦୦ଟି ଗାଈ ରଖିବାର ଯୋଜନା ଅଛି। ବର୍ତ୍ତମାନ, ସେମାନଙ୍କ ଡାଏରୀରୁ ୪୦୦ଲିଟର କ୍ଷୀର ଉତ୍ପାଦନ ହେଉଛି। ଧୋନୀ ଲୋକାଲ ଫର ଭୋକାଲଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଧୋନୀ ଗାଈମାନଙ୍କର ଏକ ଭଲ ପ୍ରଜାତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପ୍ରଜାତିକୁ ଏଠାରେ ଥିବା ଚାଷୀଙ୍କୁ ମାଗଣାରେ ଦେବେ।

ଧୋନୀଙ୍କ ଝିଅ ଜିଭା ଏଠାକୁ ଆସି ବାଛୁରି ମାନଙ୍କ ସହିତ ଖେଳିଥାଏ। ଧୋନୀଙ୍କ ମାତା-ପିତା ଏହି ଫାର୍ମହାଉସକୁ ଆସି ସମୟ ମଧ୍ୟ ବିତାନ୍ତି। ଧୋନୀ କଡକନାଥ କୁକୁଡାର ପାଳନ କରନ୍ତି। ଦୁଇ ହଜାର କଡକନାଥ କୁକୁଡାର ଅର୍ଡର ଝାବୁଆରେ ଦିଆଯାଇଥିଲା। ବର୍ତ୍ତମାନ ୨୦୦ କଡକନାଥ ଧୋନୀଙ୍କ ନିକଟରେ ଅଛି।

Google

ଧୋନୀଙ୍କ ଚାଷ କାମ ଦେଖୁଥିବା କୃଷି ସାକ୍ଷାତକାର ରୋଶନ କହିଲେକି ଧୋନୀଙ୍କ ଫାର୍ମ ହାଉସରେ ଗୋବି, ପପେୟା, ଆଳୁ, ବିଲାତି, ଷ୍ଟ୍ରୋବେରୀ ଆଦି ବଡ ଧରଣର ଚାଷ କରାଯାଇଛି। ଧୋନୀଙ୍କ ଫାର୍ମହାଉସରେ ବର୍ତ୍ତମାନ ବିଲାତି, ମଟର, ଗୋବି ଆଦି ଭଲ ଉତ୍ପାଦନ ହେଉଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *