କରୋନା ଯୋଗୁଁ ସ୍ଵାମୀ ବନାଇଲେ ସାମାଜିକ ଦୂରତା, ସ୍ତ୍ରୀ ପହଞ୍ଚିଲେ କୋର୍ଟ, ଦେବାକୁ ପଡ଼ିଲା ପୁରୁଷତ୍ଵର ପ୍ରମାଣ,ଜାଣନ୍ତୁ ପୁରା ଖବର

କରୋନା ସଂକ୍ରମଣ ଯୋଗୁଁ ଅନେକ ପ୍ରକାର ଘଟଣା ସାମ୍ନାକୁ ଆସୁଅଛି କିନ୍ତୁ ଏଠାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯିଏବି ଶୁଣିଲା ଦାନ୍ତରେ ଆଙ୍ଗୁଳିକୁ ଚୋବାଇ ଦେବ। ଭୋପାଳରେ ଲୋ ଟ୍ରିବ୍ୟୁନିଲ୍ ସାମ୍ନାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ସ୍ବାମୀଙ୍କୁ କରୋନା ଫବିଆ କାରଣରୁ ସ୍ତ୍ରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା ମହଙ୍ଗା ପଡିଲା। ଏହି ସାମାଜିକ ଦୂରତା କାରଣରୁ ନୂଆ ବିବାହିତ ସ୍ତ୍ରୀ ଜଣକ ରାଗିଯାଇ ବାପଘରକୁ ଚାଲିଗଲେ। ସେ ୫ମାସ ପରେ ପ୍ରାଧିକରଣ ରେ ଭରଣ ପୋଷଣର ଆବେଦନ ଦେଇଛନ୍ତି।

ଏହି ମାମଲାରେ କାଉନସେଲିଂରୁ ଜଣାପଡିଛିଯେ କରୋନା ଭୟ ହେତୁ ସ୍ୱାମୀ ବୈବାହିକ ଦାୟିତ୍ଵ ପାଳନ କରିନାହାଁନ୍ତି। ଏଥିରେ ପତ୍ନୀ ଅଭିଯୋଗ କରିଛନ୍ତିଯେ ତାଙ୍କ ସ୍ୱାମୀ ବିବାହିତ ସମ୍ପର୍କ ବଜାୟ ରଖିବା ପାଇଁ ଯୋଗ୍ୟ ନୁହଁନ୍ତି। ପତ୍ନୀଙ୍କୁ ମନାଇବା ପାଇଁ ସ୍ୱାମୀଙ୍କୁ ଡାକ୍ତରୀ ପରୀକ୍ଷା କରି ପୁରୁଷତ୍ୱର ପ୍ରମାଣ ଦେବାକୁ ପଡିଲା। ମାମଲା ସମାଧାନ ହେବା ପରେ ଶୁକ୍ରବାର ଦିନ ସ୍ୱାମୀଙ୍କ ସହ ମହିଳା ତାଙ୍କ ଶ୍ଵଶୁର ଘରକୁ ଯାଇଥିଲେ। ଉଭୟ ଜୁନ୍ ୨୯ରେ ବିବାହ କରିଥିଲେ। ପ୍ରାଧିକରଣ ରେ ମହିଳା ଡିସେମ୍ବର ୨ରେ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ କି ଶ୍ଵଶୁର ଘର ଲୋକ ତାଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କର ବିବାହକୁ କେବଳ ୫ ମାସ ହୋଇଛି।

Google

ସ୍ତ୍ରୀଙ୍କ ପାଖକୁ ଆସୁନଥିଲେ ସ୍ବାମୀ:-

ସ୍ତ୍ରୀ କହିଲେକି ବିବାହ ପରେ ଶ୍ଵଶୁର ଘର ଲୋକ ପ୍ରତାଡିତ କରୁଥିଲେ। ସ୍ବାମୀ ଫୋନରେ ଭଲ କଥା ହେଉଥିଲେ କିନ୍ତୁ ପାଖକୁ ଆସୁଥିଲେ। ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା।

ମହିଳା ଜଣକ କହିଛନ୍ତିଯେ ଯାହା ସହିତ ସେ ଆଜୀବନ ସମ୍ପର୍କ ଯୋଡିଥିଲେ, ତାଙ୍କ ସହିତ ସାମାଜିକ ଦୂରତା ସୃଷ୍ଟି ହେଉଥିଲା। ସେ ଏହା ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ବାପ ଘର ଲୋକ ତାଙ୍କ ସ୍ୱାମୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସଠିକ୍ ଉତ୍ତର ଦେଇନଥିଲେ। ଶାଶୁଙ୍କ ନିର୍ଯ୍ୟାତନା ଏବଂ ସ୍ୱାମୀଙ୍କ ଉଦାସୀନତା ଦେଖି ସେ ତାଙ୍କ ବାପ ଘରକୁ ଆସି ଦୁଇମାସ ରହିଥିଲେ। ମହିଳା ଜଣକ କହିଛନ୍ତିଯେ ତାଙ୍କର ପୁରା ଜୀବନ ଅଛି, ତେଣୁ ଭରଣ ପୋଷଣ ପାଇଁ ଦରମା ଦିଅନ୍ତୁ |

ସ୍ବାମୀ ଫିଟ୍ ବାହାରିଲେ, ସ୍ତ୍ରୀ ମାନିଗଲେ:-

ମାମଲାର ଗମ୍ଭୀରତା ଦେଖି ପ୍ରାଧିକରଣ ମେଡିକାଲ ଟେଷ୍ଟ କରିବାକୁ ଅନୁରୋଧ କରିଲେ। ସ୍ବାମୀ ପ୍ରାଧିକରଣଙ୍କ ସମ୍ମୁଖରେ ମେଡିକାଲ ରିପୋର୍ଟ ରଖିଲେ, ଯେଉଁଥିରେ ସେ ଫିଟ୍ ବୋଲି ଜଣା ପଡିଲା। ମେଡିକାଲ ରିପୋର୍ଟକୁ ଦେଖି ଜଣାପଡିଲାକି ମହିଳା ଜଣକ ସ୍ବାମୀଙ୍କ ଉପରେ ମିଥ୍ୟା ଆରୋପ ଲଗାଇଥିଲେ। ମହିଳା ଓ ତାଙ୍କର ପରିଜନ କାଉଁସିଲିଂ ପାଇଁ ଯାଇଛନ୍ତି। ଏହାପରେ ମହିଳା ଜଣକ ନିଜର ଶ୍ଵଶୁର ଘରକୁ ଯିବେ ବୋଲି ରାଜି ହୋଇଯାଇଥିଲେ।

କାଉଁସିଲିର ଆଗକୁ ଏମିତି କିଛି ମିଥ୍ୟା ଅଭିଯୋଗ ନଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଉଭୟଙ୍କୁ କରୋନା ପରୀକ୍ଷା କରି ଏହି ରୋଗର ନିରାକରଣ ପାଇଁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସନ୍ଦୀପ ଶର୍ମା କହିଛନ୍ତି ଯେ ମହିଳା ଜଣକ ସ୍ୱାମୀଙ୍କୁ ମିଥ୍ୟା ଅଭିଯୋଗ କରିଛନ୍ତି ଯେ ସେ ବିବାହିତ ସମ୍ପର୍କ ସ୍ଥାପନ କରିବାକୁ ଯୋଗ୍ୟ ନୁହଁନ୍ତି। ଫବିୟା ଥିଲା, ଯେଉଁଥିପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରୁଥିଲେ।

Google

କରୋନା ହେବା ଡରରେ ଯାଉନଥିଲେ ସ୍ତ୍ରୀଙ୍କ ପାଖକୁ:-

କାଉଁସିଲିଂ ସମୟରେ ସ୍ବାମୀ ଖୁଲାସା କରିଥିଲେ କି ବିବାହ ପରେ ସ୍ତ୍ରୀଙ୍କ ପରିବାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଲାଗିଲାକି ତାଙ୍କର ସ୍ତ୍ରୀଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ଥିବା ଯୋଗୁଁ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇନଥିଲା। ତାଙ୍କର ମାନିବା କଥାକି ଯେହେତୁ ସେମାନେ ପାଖରେ ଥିଲେ ହୁଏତ ସେମାନେ ସେ ଆକ୍ରାନ୍ତ ହୋଇଥାଇ ପାରନ୍ତି। ସେଥିପାଇଁ ସେ ସମ୍ବନ୍ଧ ନିଭାଇବା ପାଇଁ ଭୟ କରୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *