ପୁଅ କହିଲା ମାଆକୁ- ମାଆ ଖାଇବାକୁ ବାଢ ମୁଁ କିଛିସମୟ ପରେ ଆସୁଛି କିନ୍ତୁ ପିଲା ସହ ଏମିତି ଘଟିଲା କେହି କେବେ ବିଶ୍ୱାସ କରି ନଥିଲେ,ଜାଣନ୍ତୁ ପୁରା ଘଟଣା

କେବେ କେବେ ମଣିଷ ଜୀବନରେ ଏମିତି ଭୟାବହ ଘଟଣା ଘଟିଥାଏ ଯାହାକୁ କିଏ କେବେହେଲେ ଭାବି ପାରିନଥାନ୍ତି । ଏମିତି ହିଁ ଏକ ହୃଦୟ ବିତାରକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି । ଯେଉଁଠାରେ ପୁଅ ମାଆକୁ କହିଲା, ବୋଉ ମୋ ପାଇଁ ଖାଇବା ଥାଳି ବାଢ଼ ମୁଁ ସଙ୍ଗେ ସଙ୍ଗେ ଆସୁଛି। ପୁଅ ଫେରିଲା କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ରକ୍ତ ଭରା ମୃତ ଶରୀର :-

ଜବଲପୁର ଥାନା ବିଜୟନଗରରେ ରହୁଥିବା 16 ବର୍ଷୀୟ ବାଳକ ତରୁଣ ବୁଧବାର ରାତି 8 ଟା ସମୟରେ ମାଆକୁ ଖାଇବାକୁ ଦେବାକୁ କହି ଘରୁ ବାହାରିଥିଲେ । କିଛି ସମୟ ପରେ ନଫେରିବାରୁ ପରିଜନମାନେ ଖବର ପୋଲିସକୁ ଦେଇଥିଲେ ଓ ପରେ ପିଲାଟିର ମୃତ ଦେହ ରେଲୱେ ଟ୍ରାକ ପାଖରୁ ମିଳିଥିଲା ।

Google

ବେକ,ପିଠି ଓ ମୁହଁରେ ଭୁସାଯାଇଥିଲା ଛୁରୀ :-

ଖବର ପାଇ ଏସପି ସିଦ୍ଧର୍ଥ ବହୁଗୁଣା ଓ ଏଫଏସଏଲ ଟିମ ପହଞ୍ଚି ଶବ ଜବତ କରିଥିଲେ । ସିଏସପିଙ୍କ ଅନୁସାରେ ପିଲାଟିର ବେକ,ପିଠି ଓ ମୁହଁରେ ଛୁରାଘାତ କରି ହତ୍ୟା କରାଯାଇଛି । ଏହା ଏକ ନାବାଳକ ହତ୍ୟା ବୋଲି ପୋଲିସ କହିଛି ।

ପିଲାଟିର ମୁହଁକୁ କାମୁଡି ଖାଉଥିଲେ ଜାନୁଆର :-

ପୋଲିସ କହିଛି କି, ତରୁଣ ପ୍ରେମ ଅହିବାରର ପୁତ୍ର ଅଟେ । ସେ ନବମ ଶ୍ରେଣୀରେ ପଢୁଥିଲା । ତରୁଣଙ୍କ ପିତା ଏକ ହାର୍ଡଓୟେରା ଦୋକାନରେ କାମ କରନ୍ତି । ଅତ୍ୟଧିକ ରାତିରେ ପୁଅ ନଫେରିବାରୁ ସେ ପୋଲିସକୁ ଖବର ଦେଇଥିଲେ । କନଷ୍ଟେବଲ ଖୋଜି ଖୋଜି କିଶୋର ବାଳକର ମୃତ ଶରୀରକୁ ରେଲୱେ ଟ୍ରାକରୁ ପାଇଥିଲେ । ଯାହାର ମୁହଁକୁ କାମୁଡି ଜାନୁଆର ମାନେ ଖାଉଥିଲେ । ଘଟଣା ସ୍ଥଳରେ ଆଇପିଏସ ପ୍ରୟଙ୍କା ଶୁକ୍ଳା ପହଞ୍ଚିଥିଲେ । ଏବେ ପିଏମ ରିପୋର୍ଟ ଆସିବାପରେ, ମାମଲାର ଖୁଲାସା ହେବାପରେ ହିଁ ହତ୍ୟାର କାରଣ ଜଣାପଡିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *