ଚରିତ୍ର ଉପରେ ଥିଲା ସନ୍ଦେହ, ସ୍ୱାମୀ ନିଜର ୫ବର୍ଷର ପୁଅ ସାମ୍ନାରେ ସ୍ତ୍ରୀ ଓ ଝିଅକୁ କଲା ଗଳା କାଟି ହତ୍ୟା,ଜାଣନ୍ତୁ ପୁରା ମାମଲା

ବିହାରର ଜମୁଇ ସହରର କଲ୍ୟାଣପୁର ମହୋଲେରୁ ଏକ ହୃଦୟ ଥରେଇଲା ଭଳି ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୫ ବର୍ଷର ପୁଅ ସାମ୍ନାରେ ହିଁ ନିଜ ସ୍ତ୍ରୀ ଓ ଝିଅକୁ ତୀକ୍ଷ୍ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲା | ଏହି ଘଟଣାଟି ବୁଧବାର ରାତିର ବୋଲି କୁହାଯାଉଛି | ସୂଚନା ପାଇବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଶବ ଦୁଇଟିକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଇଥିଲା |

ଏହି ପୁରା ଘଟଣାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଅଭିଯୁକ୍ତ ପ୍ରମୋଦ ତାନ୍ତୀଙ୍କ ୫ ବର୍ଷର ପୁଅ | ସେ କହିଥିଲେ ଯେ ତାଙ୍କ ବାପା ତୀକ୍ଷ୍ଣ ଅସ୍ତ୍ରରେ ମା ଓ ଭଉଣୀଙ୍କୁ ଗଳା କାଟି ହତ୍ୟା କରିଥିଲେ | ଅଭିଯୁକ୍ତ ପ୍ରମୋଦ ତାନ୍ତୀ ମାର୍ବଲ ଏବଂ ଟାଇଲ ଲଗାଇବା କାମ କରୁଥିଲେ | ପୋଲିସ କହିବା ଅନୁଯାୟୀ ପ୍ରମୋଦ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ | ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା | କିଛି ସମୟ ପୂର୍ବରୁ ସ୍ତ୍ରୀର ଅବୈଧ ସମ୍ପର୍କକୁ ନେଇ ଅଭିଯୁକ୍ତ ପ୍ରମୋଦ ତାନ୍ତୀ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ତାର ଜୀବନ ରକ୍ଷା କରାଯାଇଥିଲା |

Google

୫ ବର୍ଷର ପୁଅ ସାମ୍ନାରେ ମା ଓ ଭଉଣୀର ହତ୍ୟା :-

ପୋଲିସର କହିବା କଥା ହେଉଛି ଯେ ସକାଳେ ୫ ବର୍ଷର ନିରୀହ ପୁଅ ଓମ ପଡୋଶୀ ଅଞ୍ଚଳରେ ରହୁଥିବା ମାଉସୀ ପାଖକୁ ଯାଇ କହିଥିଲା ଯେ ବାପା, ମା ଏବଂ ଦିଦିଙ୍କୁ ମାରି କୁଆଡେ ଚାଲିଯାଇଛନ୍ତି | ତୁରନ୍ତ ମାଉସୀ ସଙ୍ଗୀତା ଦେବୀ ଯେତେବେଳେ ଘର ଭିତରକୁ ଯାଇ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ | ୩୦ ବର୍ଷୀୟ ରୀତା ଦେବୀ ଏବଂ ୭ ବର୍ଷୀୟ ଜ୍ୟୋତି କୁମାରୀଙ୍କ ଶବ ମାଟିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା | ଶବ ପାଖରେ ହିଁ ତୀକ୍ଷ୍ଣ ଅସ୍ତ୍ର ପଡିଥିଲା |

ସମ୍ପର୍କୀୟମାନେ ଏହାର ସୂଚନା ପୋଲିସକୁ ଦେଇଥିଲେ | ଘଟଣାସ୍ଥଳରେ ପହଞ୍ଚିବା ପରେ ହତ୍ୟାରେ ବ୍ୟବହାର ହୋଇଥିବା ଅସ୍ତ୍ରକୁ ପୋଲିସ ଜବତ କରି ଯାଞ୍ଚ ଆରମ୍ଭ କରିଦେଇଛି | ଏହି ହତ୍ୟା ପଛରେ ଅବୈଧ ସମ୍ପର୍କର କଥା ସାମ୍ନାକୁ ଆସୁଛି | ପୋଲିସ ଦାବି କରୁଛି ଯେ ଖୁବଶୀଘ୍ର ହତ୍ୟାକାରୀକୁ ଧରାଯିବ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *