ଛୋଟ ପିଲାଟିକୁ ବଞ୍ଚାଇବାକୁ ଯାଇ ସାପ ସହିତ ଲଢିଲା ମୂଷା ତା’ପରେ ଯାହାହେଲା ଆପଣ ବିଶ୍ୱାସ କରିପାରିବେନାହିଁ

ଏମିତି କୁହାଯାଏ ଯଦି କୌଣସି ପିଲା କିଛି ସଙ୍କଟରେ ପଡ଼ିଥାଏ ସେତେବେଳେ ତା’ର ମାଆ ତାକୁ ଯେକୌଣସି ପରିସ୍ଥିତିରେ ସୁରକ୍ଷିତ ରଖିଥାଏ । ଏହିସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଗୋଟିଏ ମୂଷା ତା’ ଛୁଆକୁ ବଞ୍ଚାଇବାକୁ ଯାଇ ସାପ ସହିତ ଲଢ଼ିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଦେଖି ୟୁଜର୍ସମାନେ ମାଆ ଶକ୍ତିକୁ ସଲାମ କରିଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ଏହି ଭିଡ଼ିଓ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜର ଟ୍ୱିଟର ଆକାଉଣ୍ଟରେ ଶେୟର କରିଥିଲେ ।

Google

ନିଜ ଛୁଆ ପାଇଁ ସାପ ସହିତ ଲଢିଲା ମୂଷା :-

ଏହି ଭିଡ଼ିଓ ମାଧ୍ୟମରେ ଦେଖାଯାଇପାରୁଛି କି, କେମିତି ଏକ ସାପଟି ମୂଷା ଛୁଆକୁ ପାଟିରେ ଧରି କ୍ଷିପ୍ର ଗତିରେ ମାଡିଚାଲିଛି ଓ ପଛରେ ମୂଷା ଛୁଆଟିର ମାଆ ସାପର ପିଛା କରୁଛି ଓ ନିଜ ଜୀବନକୁ ଖାତିର ନକରି ସେ ସାପର ଲାଞ୍ଜକୁ ଧରି ପକାଇଛି କାରଣ ସେ ତା’ ଛୁଆକୁ ସାପ କବଳରୁ ବଞ୍ଚାଇବାକୁ ଚାହୁଁଛି ।

ସମସ୍ତେ ମାଆର ମମତାକୁ ସଲାମ ଜଣାଉଛନ୍ତି :-

ଶେଷରେ ସାପଟି ମାଆର ମମତା ଆଗରେ ହାର ମାନି ଛୁଆ ମୂଷାଟିକୁ ଛାଡ଼ିଦେଇ ସେଠାରୁ ପଳାୟନ କରିଥିଲା ଓ କିଛି ସମୟ ଧରି ମୂଷାଟି ସାପର ପିଛା କରି ତାକୁ ଘଉଡାଇଥିଲା ।

ଏହି ଭିଡ଼ିଓ ଶେଷରେ ଏହା ପ୍ରମାଣିତ କଲା କି, ଗୋଟିଏ ମାଆ ଆଗରେ ତା’ର ପିଲାକୁ କୌଣସି ଖରାପ ଶକ୍ତି ଛୁଇଁ ପାରିବନାହିଁ। ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି ଓ ଏହାକୁ ଅଢେ଼ଇ ଲକ୍ଷ ଥର ମଧ୍ୟ ଦେଖାଗଲାଣି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *