ବିବାହର ୬ ମାସ ପୁରି ନଥିଲା ,ସ୍ୱାମୀ ମାରିଦେଲା ସ୍ତ୍ରୀକୁ,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶରେ ଜଣେ ସ୍ଵାମୀ ନିଜର ସ୍ତ୍ରୀର ଜୀବନ ନେଇନେଇଛି। କୁହାଯାଉଛିକି ମୁରାଦାବାଦର ମଝୋଲା ଥାନା ଅଞ୍ଚଳରେ ମୋନାଠେରା ଗାଁରେ ରହୁଥିବା ଜିତେନ୍ଦ୍ର ୨ବର୍ଷ ପୂର୍ବେ ମଞ୍ଜୁଙ୍କୁ ବିବାହ କରିଥିଲେ। ମଞ୍ଜୁ ଓ ଜିତେନ୍ଦ୍ର ପ୍ରଥମରୁ ପରସ୍ପରକୁ ଜାଣିଥିଲେ ଓ ପରସ୍ପରକୁ ପସନ୍ଦ ମଧ୍ୟ କରୁଥିଲେ। ଜିତେନ୍ଦ୍ର ଓ ମଞ୍ଜୁ ବିବାହ କରିବା ପାଇଁ ନିଜର ଜଣେ ସମ୍ପର୍କୀୟଙ୍କ ଦ୍ଵାରା ପ୍ରସ୍ତାବ ଘରକୁ ପଠାଇଲେ। ଯାହାପରେ ଏହି ଦୁଇଜଣଙ୍କର ବିବାହ ହୋଇଥିଲା।

କିନ୍ତୁ ବିବାହର ଛଅ ମାସ ପରେ ଦୁଇଜଣଙ୍କର ସମ୍ପର୍କ ଖରାପ ହେବାକୁ ଲାଗିଲା। ଯେଉଁଥିପାଇଁ ଜିତେନ୍ଦ୍ର ଏହିଭଳି ପଦକ୍ଷେପ ନେଲେ। ପୋଲିସର ସୂତ୍ର ଅନୁସାରେ ପରସ୍ପର ପରସ୍ପରଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ। ଯେଉଁ କାରଣରୁ ଦୁଇଜଣଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା। ମଞ୍ଜୁ ଅନେକ ଥର ବିରକ୍ତ ହୋଇ ନିଜର ବାପଘରକୁ ପଳାଇଯାନ୍ତି। ଭାଇଦୁଜ ଦିନ ମଞ୍ଜୁ ବାପଘରୁ ଶ୍ଵଶୁର ଘରକୁ ଆସିଥିଲେ।

Google

ମଞ୍ଜୁଙ୍କ ଭାଇଙ୍କ ଆରୋପ ହେଉଛିକି ଛଅ ମାସ ପରେ ମଞ୍ଜୁ ଘରକୁ ଆସି ଅଭିଯୋଗ କରିଥିଲେକି ଜିତେନ୍ଦ୍ର ତାଙ୍କୁ ଧୋକା ଦେଉଛନ୍ତି। ଜିତେନ୍ଦ୍ରଙ୍କର ଏକ ମହିଳାଙ୍କ ସହିତ ସମ୍ବନ୍ଧ ଅଛି। ସେ ରାତିସାର ଗାଏବ ରୁହନ୍ତି। ଯେତେବେଳେ ମଞ୍ଜୁ ଏହି କଥା ଜିତେନ୍ଦ୍ରଙ୍କୁ କହିଲେ, ସେ ତାଙ୍କୁ ପିଟିଥିଲେ ଓ ମଞ୍ଜୁ ରାଗିଯାଇ ନିଜର ବାପଘରକୁ ପଳେଇଆସିଲେ।

ମଞ୍ଜୁଙ୍କ ଘର ଛାଡିକି ଯିବା ପରେ ଜିତେନ୍ଦ୍ର ତାଙ୍କ ଘରକୁ ଆସିଲେ ଓ ମଞ୍ଜୁଙ୍କୁ ପ୍ରତିଜ୍ଞା କରିଲେକି ସେ ଆଉ କୌଣସି ମହିଳା ସହିତ ସମ୍ବନ୍ଧ ରଖିବେ ନାହିଁ। ଯାହାପରେ ମଞ୍ଜୁ ଶ୍ଵଶୁର ଘରକୁ ଚାଲିଆସିଲେ। କିନ୍ତୁ ସୋମବାର ଦିନ ବିଳମ୍ବିତ ରାତିରେ ମଞ୍ଜୁଙ୍କର ହତ୍ୟା କରାଯାଇଛି। ଜିତେନ୍ଦ୍ର ପୋଲିସକୁ କହିଲେକି ଡକାୟତି ପାଇଁ ଘରକୁ ଚାରି-ପାଞ୍ଚ ଜଣ ଆସିଥିଲେ ଓ ବିରୋଧ କରିବା ଯୋଗୁଁ ମଞ୍ଜୁଙ୍କୁ ମାରିଦେଲେ। କିନ୍ତୁ ପୋଲିସ ଯେତେବେଳେ ପଚରାଉଚୁରା କରିଲା ସେତେବେଳେ ସତ କଥା ସାମ୍ନାକୁ ଆସିଲା। ମଞ୍ଜୁଙ୍କ ବାପା ତାର ସ୍ଵାମୀ, ତାର ଭାଇ ଓ ଭାଉଜ ଉପରେ ଯୌତୁକ ପାଇଁ ହତ୍ୟା କରିଥିବାର ଆରୋପ ଲଗାଇଛନ୍ତି। ଏହି ସମୟରେ ସମସ୍ତେ ଥାନାରେ ଅଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *