ଚୀନର ଯାନ ଚନ୍ଦ୍ରପୃଷ୍ଠରୁ ମାଟି ନେଇ ପୃଥିବୀ ପୃଷ୍ଠକୁ ଫେରୁଛି

ପାଖାପାଖି ଅର୍ଦ୍ଧଶତାବ୍ଦୀ ପରେ ଚୀନ ପ୍ରଥମଥର ଚନ୍ଦ୍ରପୃଷ୍ଠରୁ ମାଟିର ସାମ୍ପଲ୍ କଲେକ୍ସନ କରିଛି|ଏବେ ଏହାର ସ୍ପେଶ୍ କ୍ରାଫ୍ଟ ଚାଙ୍ଗୋଇ-୫ ଚନ୍ଦ୍ରରେ ଉଡିସାରିଛି|ମଝି ଡିସେମ୍ବର ପର୍ଯ୍ୟନ୍ତ ଏହି ସ୍ପେଶ୍ କ୍ରାଫ୍ଟ ଚନ୍ଦ୍ରରୁ ୨କିଲୋଗ୍ରାମ୍ ମାଟି ସହିତ ଇନର ମଙ୍ଗୋଲିଆ ପୃଥିବୀପୃଷ୍ଟରେ ଅବତରଣ କରିବ|ଆଶାକରେ ଏହା ୧୭ ଡିସେମ୍ବର ଭିତରେ ପୃଥିବୀକୁ ଆସିଯିବ|

ଚନ୍ଦ୍ରପୃଷ୍ଠରୁ ମାଟି ଆଣିବା କାମ ଏହା ପୂର୍ବରୁ ଆମେରିକା ଓ ରୂଷ୍ ୧୯୬୦ ଓ ୭୦ ଦଶକରେ କରିଥିଲେ|ଚୀନର ଚାଙ୍ଗୋଇ-୫ ରବୋଟିକ୍ ସ୍ପେଶକ୍ରାଫ୍ଟ ଚନ୍ଦ୍ରର ଏମିତି ଜାଗାରେ ଅବତରଣ କରିଛି ଯେଉଁଠି ପୂର୍ବରୁ କୈାଣସି ମିଶନ କରାଯାଇନାହିଁ|ମଙ୍ଗଳବାର ରାତିରେ ଚାଙ୍ଗୋଇ-୫ ରବୋଟିକ୍ ସ୍ପେଶକ୍ରାଫ୍ଟ ଚନ୍ଦ୍ରରୁ ଫେରୁଛି|

Google

ଦକ୍ଷିଣ ଚାଇନା ସକାଳ ପୋଷ୍ଟ ଅନୁସାରେ ଚାଙ୍ଗୋଇ-୫ ରବୋଟିକ୍ ସ୍ପେଶକ୍ରାଫ୍ଟ ଛାଡିବା ପରେ ଚୀନ୍ ପ୍ରଥମଥର ଏହି କୈଶଳରେ ମହାରଥୀ ହୋଇଯିବ ଯାହାଫଳରେ ସେ ମହାକାଶର ଗ୍ରହରେ ନିଜ ଯାନ ଉଡ଼ାଇ ପାରିବ |ଏହି ଯାନ ୧.୫ କିଲୋ ପଥର ଓ ଧୂଳି ଚନ୍ଦ୍ରରୁ ସଂଗ୍ରହ କରିଛି|୫୦୦ଗ୍ରାମ ମାଟି ୬.୬ ଫୁଟ ତଳୁ ଖୋଳିକି ଆଣିଛି|

ବର୍ତମାନ ଚୀନର ବୈଜ୍ଞାନିକଙ୍କ ଏକ ଡର ଅଛି ଯେ ଏତେ ଲମ୍ବା ଯାତ୍ରା ସମୟରେ କ୍ୟାପସୁଲରେ ଥିବା ମାଟି ସ୍ପେଶକ୍ରାଫ୍ଟର ଯନ୍ତ୍ର ସହ ଲାଗି ନଯାଏ|ପୃଥିବୀର ବାୟୁମଣ୍ଡଳରେ ପହଞ୍ଚିବା ମାତ୍ରେ ଏହି ଯନ୍ତ୍ର ଭାରି ଗରମ ଓ ଘର୍ଷଣର ସାମ୍ନା କରିବାକୁ ପଡ଼ିବ|ଏହା ଏକ ଚିନ୍ତାଜନକ ବିଷୟ|ଏହା ସହ ଯାନର ବହୁତ ଅଂଶ ଢିଲା ହୋଇ ଯାଇଥିବ|

ଚାଙ୍ଗୋଇ-୫ ରବୋଟିକ୍ ସ୍ପେଶକ୍ରାଫ୍ଟ ୨୩ ନଭେମ୍ବର ରାତିରେ ଦକ୍ଷିଣ ଚାଇନାରୁ ଛଡା ଯାଇଥିଲା|ଚାଇନା ନେସନାଲ ସ୍ପେଶ୍ ଆଡ଼ମିନିଷ୍ଟ୍ରେସନ୍ ଚାଙ୍ଗୋଇ-୫ ସ୍ପେଶକ୍ରାଫ୍ଟ କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା, ଯାହା ବହୁବର୍ଷ ପୂର୍ବେ ଆଗ୍ନେୟଗିରି ଥିଲା|ଏହା ଚନ୍ଦ୍ରର ଉତ୍ତର ପଶ୍ଚିମ ପାର୍ଶ୍ବ ଅଟେ ଯାହାକୁ ଆମେ ଦେଖୁ |

Google

ଏକ ଥର ଲ୍ୟାଣ୍ଡର୍ ଓ ମାଟି ସାମ୍ପଲ ଅର୍ବିଟରରେ ପହଞ୍ଚିଲା ପରେ ଏଥିରେ ଫେରୁଥିବା କ୍ୟାପସୁଲରେ ଢାଳିବ|ଯାହା ୧୭ ଡିସେମ୍ବର ପାଖାପାଖି ମଙ୍ଗୋଲିଆରେ ଅବତରଣ କରିପାରେ |ଯଦି ଏହି ଜଟିଳ ପ୍ରକ୍ରିୟା ସମାପ୍ତ ହୁଏ,ଚୀନ୍ ଏମିତି କରିବା ଦେଶ ମଧ୍ୟରେ ତୃତୀୟ ଦେଶ ହେବ|ଚନ୍ଦ୍ରରେ ମାଟିରୁ ଖଣିଜ,ଅନ୍ୟ ଗ୍ୟାସ୍ , ରାସାୟନିକ ପ୍ରକ୍ରିୟା ଓ ଜୀବନଧାରଣ ପାଇଁ ସମ୍ଭାବନାରେ ଅନୁସନ୍ଧାନ ପାଇଁ ସହଯୋଗ ମିଳିବ|

ସବୁଠାରୁ ପ୍ରଥମେ ୧୯୭୬ ମସିହାରେ ଆମେରିକାର ମହାକାଶୀୟ ସଂସ୍ଥା ଆପୋଲୋ ମିଶନ ପରେ ଚନ୍ଦ୍ରରୁ ମାଟି ସଂଗ୍ରହ କରିଥିଲେ|ଆମେରିକା ଓ ସୋଭିଏତ ସଂଘ ମିଶନ ଚନ୍ଦ୍ରରୁ ଏପର୍ଯ୍ୟନ୍ତ ୩୮୦ କିଲୋଗ୍ରାମ ମାଟି ,ପଥର ଓ ସାମ୍ପୁଲ ଆଣିଅଛି |ଦୁନିଆସାରା ବୈଜ୍ଞାନିକ ବହୁତ ବର୍ଷ ପୂର୍ବରୁ ଆଗ୍ନେୟଗିରି ଗତିବିଧି ପାଇଁ ପଡୁଥିବା ପ୍ରଭାବ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି|ଏଥିପାଇଁ ମାଟି ଯାଞ୍ଚ କରାଯାଉଛି|

ଆମେରିକା ଓ ସୋଭିଏତ ସଂଘ ଯାଞ୍ଚ କରିବାପରେ ଜଣାପଡିଥିଲା ଯେ ସେଠାରେ ଅଲଗା ଅଲଗା ସ୍ଥାନରେ ମିଳୁଥିବା ମାଟି ଓ ପଥରର ବୟସ ଅଲଗା ଅଲଗା ଅଟେ|କେଉଁଟି ୩୦୦ ରୁ ୪୦୦ ପୁରୁଣା ଅଟେ ଓ କିଛି ୧୩୦ ରୁ ୧୪୦ କୋଟି ବର୍ଷ ପୁରୁଣା|ଚନ୍ଦ୍ର ପୃଷ୍ଠରେ ଆଗ୍ନେୟଗିରି ଗତିବିଧି ବହୁତ ଜଟିଳ ଅଟେ |ତାଙ୍କୁ ମାଟି ସାମ୍ପଲରେ ଏହା ବହୁତ ସହାୟକ ହେବ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *