୧୫,୦୦୦ ଟଙ୍କା ଓ ଗୋଟିଏ ଉପାୟ ବଦଳାଇ ଦେଲା ଜୀବନ, ଆଜି ସେହି ବ୍ୟକ୍ତି ୧୧୦୦ କୋଟିର ମାଲିକ୍,ଜାଣନ୍ତୁ ତାଙ୍କ ବିଷୟରେ

ନିଜର ପରିଶ୍ରମ ବଳରେ ସମସ୍ତ ଲୋକ ସମସ୍ତ ଜିନିଷ ପାଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଲକ୍ଷ୍ୟ ହାସଲ କରିପାରନ୍ତି ନାହିଁ|ଏହି ବ୍ୟକ୍ତିଙ୍କ କାହାଣୀ ଶୁଣି ଆପଣ ଆପଣଙ୍କର ଲକ୍ଷ୍ୟ ସହଜରେ ହାସଲ କରିପାରିବେ|ଏହି କାହାଣୀ କେବିନ୍ କେୟାର ସିଇଓ ସି କେ ରଙ୍ଗନାଥନ୍ ଙ୍କର,ଯିଏ ନିଜ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଲକ୍ଷ୍ୟ ହାସଲ କରିଛନ୍ତି|

ସି କେ ରଙ୍ଗନାଥନ୍ ଙ୍କର ଜନ୍ମ ତାମିଲନାଡୁର ଏକ ଛୋଟ ସହର କଡ୍ଡଲୋର୍ ରେ ହେଇଥିଲା|ତାଙ୍କ ବାପା ନିର୍ଦ୍ଧନ କିସାନ୍ ଥିଲେ,ଯାହାର ଆର୍ଥିକ ଅବସ୍ଥା ଭଲ ନଥିଲା| ସି କେ ରଙ୍ଗନାଥନ୍ ଙ୍କର ପ୍ରାଥମିକ ଶିକ୍ଷା ନିଜ ବାପାଙ୍କ ଠାରୁ ହୋଇଥିଲା,ସେ ପ୍ରଥମରୁ ପଢାରେ କମଜୋର ଥିଲେ, ତେଣୁ ତାଙ୍କ ବାପା ଚାହୁଁଥିଲେ ଯେ ପୁଅ ଚାଷବାସ କରୁ କିମ୍ବା କୌଣସି ବ୍ୟାପାରରେ ମନୋନିବେଶ କରୁ|ରଙ୍ଗନାଥନ୍ ଙ୍କୁ ପଶୁ ଓ ପକ୍ଷୀ ପାଳନର ଏକ ସଉକ୍ ଥିଲା|ସେ ଯେତେବେଳେ ପ୍ରାଥମିକ ଶିକ୍ଷା କରୁଥିଲେ ସେତେବେଳେ ୫୦୦ରୁ ଉର୍ଦ୍ଧ୍ବ ପକ୍ଷୀ ଯଥା ପାରା, ଛୋଟ ବଡ ମାଛ, ଓ ବିଭିନ୍ନ ପଶୁପକ୍ଷୀ ରଖିଥିଲେ|

Google

ଯେତେବେଳେ ରଙ୍ଗନାଥନ୍ କଲେଜ ପଢୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ହୋଇଥିଲା|ଏହି ସମୟରେ ଘରର ସମସ୍ତ ଜିନ୍ମେଦାରୀ ତାଙ୍କୁ ନେବାକୁ ପଡିଲା|ସେ ପାଖରେ ଥିବା ସମସ୍ତ ପଶୁପକ୍ଷୀଙ୍କୁ ବିକ୍ରିକରି ସାମ୍ପୁ ବ୍ୟାପାର ଆରମ୍ଭ କରିଥିଲେ|ଏଥିରେ ପୁଞ୍ଜି ଅଭାବ କାରଣରୁ ଠିକ୍ ଭାବରେ ଚଳାଇପାରିଲେ ନାହିଁ, ତେଣୁ ତାହା ଛାଡ଼ି ନିଜ ଭାଇର ବେଲବେଟ୍ ଇଣ୍ଟରନେସନାଲ୍ ଓ ବେଲବେଟ୍ ସାମ୍ପୁର ବ୍ୟାପାରରେ ଯୋଗଦେଇଥିଲେ|ଏହା ପରେ ସେଥିରେ ମନ ନଲାଗିଵାରୁ ତାକୁ ଛାଡି ନିଜର ସାମ୍ପୁ ବ୍ୟାପାରକୁ ନୂଆ ଭାବେ “ଚିଫ୍ ଇଣ୍ଡିଆ”ର ଆରମ୍ଭ କରିଥିଲେ|

ଏହି ନୂଆ”ଚିଫ୍ ଇଣ୍ଡିଆ”ର ବ୍ୟାପାରରେ ସେ ଜିନିଷର ଗୁଣବତ୍ତା ଓ ମୂଲ୍ୟ କମ୍ ଉପରେ ଧ୍ୟାନ ଦେଇଥିଲେ, ଯାହାଫଳରେ ଜିନିଷ ବହୁତ ଲୋକଙ୍କ ପାଖରେ ପହଞ୍ଚିପାରିବ|ଏଥିପାଇଁ ସେ ନିଜେ ଗାଁ ଗାଁ ଯାଇ ସମସ୍ତ ଜିନିଷ ବିକ୍ରି କରୁଥିଲେ, ଫଳରେ ଏହି ଜିନିଷ ବହୁତ ଶିଘ୍ର ଲୋକପ୍ରିୟ ହୋଇଥିଲା|ଏହାପରେ ସେ କମ୍ପାନୀ ନାମ ପରିବର୍ତ୍ତନ କରି କେବିନ୍ କେ଼ୟାର ରଖିଥିଲେ,ଯାହାର ଅର୍ଥ ପୂରାତନ ସୈର୍ନ୍ଦର୍ଯ୍ୟ ଓ ଗୁଣବତ୍ତା|

ଏହା ପରେ ନିଜ ଜିନିଷ କୁ ବଢାଇବା ପାଇଁ ସେ ବ୍ୟୁଟି ଓ କସମେଟିକ୍ ବ୍ୟାପାରର ଆରମ୍ଭ କରିଥିଲେ|ଏହି ଉପାୟ ସେ ନିଜ ପିତାଙ୍କୁ ସମର୍ପିତ କରିଥିଲେ, ଏହାପରେ ସେ ନୂଆ ସେଗମେଣ୍ଟ ଇତ୍ର କରିଥିଲେ ଯାହା ଗୁଲାବ ଓ ଚମେଲି ବାସ୍ନା ଯୁକ୍ତ ଥିଲା, ଯାହା କିଛି ଦିନ ମଧ୍ୟରେ ୩୫ ଲକ୍ଷ ପାଉଚ୍ ବିକ୍ରି ହୋଇଥିଲା|

ଏହା ପରେ ସେ ଏବେ ଏଫ୍ଏମସିଜି ସହିତ ଆଚାର , ନାଇଲ ହର୍ବାଲ ସାମ୍ପୁ, ମୀରା କେୟାର ୱଶ୍ ପାଉଡର,ଫର ଏଭର କ୍ରିମ୍, ଇଣ୍ଡିକା ହେୟାର କଲରିଙ୍ଗ୍ ର ମାର୍କେଟିଙ୍ଗ୍ ରେ ସଫଳ ହୋଇଛନ୍ତି|ଏହା ପରେ ଟ୍ୟାକ୍ସ ନାମକ ଏକ ଟୟଲେଟ୍ କ୍ଲିନର ପାଉଚରେ ଛାଡିଥିଲେ|ଏହା ବହୁତ ଅତ୍ୟାଧୁନିକ ପଦ୍ଧତିରେ ପ୍ୟାକେଜ ହେଉଛି|ତାମିଲନାଡୁରେ ଏହି ଟ୍ୟାକ୍ସ ଟୟଲେଟ୍ କ୍ଲିନର ବହୁତ ଲୋକପ୍ରିୟ ହୋଇଛି|ଏହା ସତ୍ୱେ ରଙ୍ଗନାଥନ୍ ଏକ ସାଧାରଣ ବ୍ୟକ୍ତିତ୍ଵ|

15000 रूपये और 1 आईडिया ने बदल दी जिंदगी आज हैं 1100 करोड़ के मालिक

ସେ ସବୁଦିନ ସକାଳୁ ଉଠି,ନିଜର ନିୟମ ପାଳନ କରନ୍ତି|ଘର ପରିବାର ସହ ନିଜର ଦାୟିତ୍ଵ ନିର୍ବାହ କରନ୍ତି ,ନିଜ ନାତି ସହ ମଧ୍ୟ ସମୟ କାଟନ୍ତି|ସେ ପ୍ରେରଣାଦାୟୀ ପତ୍ରିକା ମଧ୍ୟ ପଢନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *