ଇଏ କେମିତିକା ବନ୍ଧୁତା : ଦୁଇଟି ରୋଟି ପାଇଁ ଜଣେ ସାଙ୍ଗ କଲା ଅନ୍ୟ ଜଣଙ୍କର ହତ୍ୟା,ଜାଣନ୍ତୁ ପୁରା ଘଟଣା

ପ୍ରାୟତଃ ଶୁଣାଯାଏ ଯେ ବନ୍ଧୁତାର ସମ୍ପର୍କ ଭାଇଠାରୁ ମଧ୍ୟ ବଡ ହୋଇଥାଏ | କିନ୍ତୁ ଗୁଜୁରାଟରେ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା କେବଳ ବନ୍ଧୁତାକୁ ନୁହେଁ, ତା’ସହିତ ମାନବିକତାକୁ ମଧ୍ୟ ଲଜ୍ଜିତ କରିଥାଏ | ଯେଉଁଠାରେ କେବଳ ଦୁଇଟି ରୋଟି ପାଇଁ ଜଣେ ସାଙ୍ଗ ଅନ୍ୟ ଜଣଙ୍କୁ ହତ୍ୟା କରିଦେଲା |

ଉଭୟ ସାଙ୍ଗ ଥିଲେ ରୁମ ପାର୍ଟନର :-

ବାସ୍ତବରେ ଆଶ୍ଚର୍ଯ୍ୟ କଲାପରି ଏହି ଘଟଣା ବଡୋଦରା ଜିଲ୍ଲାର କରଚିୟା ଗ୍ରାମରୁ ସାମ୍ନାକୁ ଆସିଛି | ଯେଉଁଠାରେ ରବିବାର ଦିନ ମଧ୍ୟପ୍ରଦେଶର ସାଗରରେ ରହୁଥିବା ଧର୍ମେନ୍ଦ୍ର ଏବଂ ଶୋତାନ ସିଂ ଏଠାରେ ଏକ ରିଫାଇନରୀ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ରହିବାପାଇଁ ଗୋଟିଏ ରୁମ ଭଡା ନେଇଥିଲେ | ଉଭୟଙ୍କ ମଧ୍ୟରେ ଝଗଡା ହୋଇଗଲା | ଝଗଡ଼ାଟି ଏତେ ମାତ୍ରାରେ ବଢି ଯାଇଥିଲା ଯେ ଧର୍ମେନ୍ଦ୍ର ଶୋତାନଙ୍କ ପେଟରେ ଛୁରୀ ଭୁଷିଦେଲା, ଯାହାର ବୁଧବାର ଦିନ ବଡୋଦରାର ସୟାଜୀ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା |

Google

୨ଟି ରୋଟି ହେଲା ମୃତ୍ୟୁର କାରଣ :-

କୁହାଯାଉଛି ଯେ ଶନିବାର ଦିନ ରାତିରେ ଶୋତାନ ସିଂ ଖାଇବାକୁ ଆସିଲା ଏବଂ ଦେଖିଲା ଯେ ଧର୍ମେନ୍ଦ୍ରଙ୍କ ପାଇଁ ରୁଟି କମ ଅଛି | ତେଣୁ ସେ ପାଖରେ ରହୁଥିବା ଜଣେ ପରିଚୟଙ୍କ ଠାରୁ ରୋଟି ମାଗିକି ଆଣିଥିଲା | ଧର୍ମେନ୍ଦ୍ର ଖାଦ୍ୟ ଖାଇଲା ଓ ଶୋଇପଡ଼ିଲା | କିନ୍ତୁ ଅନ୍ୟ ଦିନ ଧର୍ମେନ୍ଦ୍ର ଶୋତାନକୁ କହିଲା, ତୁ ମୋ ପାଇଁ ରୋଟି କାହିଁକି ମାଗିକି ଅଣିଥିଲୁ, ସେ ଆଜି ମୋତେ ତା ବଦଳରେ ପାଞ୍ଚ କିଲୋ ଅଟା ମାଗୁଥିଲା | ବାସ ଏହି କଥା ଉପରେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାକୁ ଲାଗିଥିଲା | ଏହି ଝଗଡା ଶେଷରେ ହତ୍ୟାରେ ବଦଳି ଯାଇଥିଲା |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *