ଯଦି ଘରର ଆଖପାଖରେ ରହିଛି ଏହି ଗଛ ତେବେ ହୋଇଯାନ୍ତୁ ସତର୍କ, ସାପ ଠାରୁ ମଧ୍ୟ ଅଧିକ ବିଷାକ୍ତ ଏହି ଗଛକୁ ଛୁଇଁବା ଦ୍ୱାରା ହିଁ ଯାଇପାରେ ଜୀବନ ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମଣିଷର ପ୍ରକୃତି ହେଉଛି ଯେ ସେ ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହୋଇଥାଏ | ଯଦି ମଣିଷକୁ କୌଣସି ଜିନିଷ ସୁନ୍ଦର ଲାଗିଥାଏ ତ ସେ ତ ନିକଟତର ହେବାକୁ ଲାଗେ, ତାକୁ ଛୁଇଁଥାଏ | କିନ୍ତୁ ଅନେକ ଥର ଏହି ଚକ୍କରରେ ମଣିଷକୁ ନେବା ବଦଳରେ ଦେବାକୁ ପଡିଯାଇଥାଏ | ବର୍ତ୍ତମାନ ଏହି ସୁନ୍ଦର ଫୁଲ ଗଛକୁ ଦେଖନ୍ତୁ | ଦେଖିବାକୁ ବହୁତ ସୁନ୍ଦର ଗଛରେ ଫୁଟିଥିବା ଫୁଲଗୁଡିକ ଦେଖିବା ପରେ କେହି ବି ତାକୁ ଛୁଇଁବାକୁ ଇଚ୍ଛା କରିବେ | କିନ୍ତୁ ଯଦି ଆପଣଙ୍କୁ ଏହି ଗଛ ଆପଣଙ୍କ ପାଖରେ ଦେଖାଯାଏ ତେବେ ତୁରନ୍ତ ସେଠାରୁ ଚାଲିଯାନ୍ତୁ | ଆଜ୍ଞା ହଁ, ଏହି ଗଛ ବିପଜ୍ଜନକ ଏବଂ ବିଷାକ୍ତ ଯେ ଏହାକୁ ଛୁଇଁବା ମାତ୍ରେ କାହାର ବି ଜୀବନ ଯାଇପାରେ | ଏମିତିରେ ଏହି ଗଛଠାରୁ ଦୂରତା ରଖିବା ହିଁ ଉଚିତ ହେବ |

ଆଜି ପର୍ଯ୍ୟନ୍ତ ଆପଣ ଶୁଣିଥିବେ ଯେ ବୃକ୍ଷଲତା ପରିବେଶ ଏବଂ ମଣିଷକୁ ବହୁତ ଲାଭ ଦେଇଥାଏ | ଯେପରି ଏହା ପରିବେଶକୁ ସଫା ରଖିବାରେ ସାହାଯ୍ୟ କରିଥାଏ ସେହିପରି ମଣିଷମାନଙ୍କୁ ଏହି ଗଛଗୁଡିକରୁ ନିର୍ମଳ ବାୟୁ ପାଇଥାଏ | କିନ୍ତୁ ଯଦି ମଣିଷକୁ ବଞ୍ଚିବାପାଇଁ ଅମ୍ଳଜାନ ଦେଉଥିବା ଗଛ ହିଁ ତା’ର ଜୀବନ ନେବା ପାଇଁ କାରଣ ହୋଇଯାଏ ତେବେ କ’ଣ ହେବ ?

Google

ଜାଏଣ୍ଟ ହଗୱିଡ ଗାଜର ପ୍ରଜାତିର ଅଟେ | ଏହାର ବୈଜ୍ଞାନିକ ନାମ ହେରକିଲମ ମ୍ୟାଣ୍ଟେଗେଜିଏନମ ଅଟେ | ଏହି ଗଛ ବହୁତ ବିଷାକ୍ତ ଅଟେ | ଯଦି କେହି ଅଜାଣତରେ ଏହାକୁ ଛୁଇଁଥାନ୍ତି, ତେବେ ତାଙ୍କ ହାତ ଫୁଲି ଯାଇଥାଏ | ଏହାସହିତ ହାତରେ ଖୁବ ଭୟଙ୍କର ଭାବେ ପୋଡ଼ିବାରେ ଲାଗେ |

ଏହି ଗଛ ଭିତରେ ସେନ୍ସଆଇଜିଙ୍ଗ ଫୁରାନୋକୋମାରିନସ ନାମକ କେମିକାଲ ରହିଛି, ଯାହାଦ୍ୱାରା ମଣିଷକୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଏହି ଗଛଗୁଡ଼ିକ ଅଧିକାଂଶ ନ୍ୟୁୟର୍କ, ପେନସିଲଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାଶିଂଟନ୍, ମିଶିଗାନ ଏବଂ ହାମ୍ପସାୟରରେ ମିଳିଥାଏ |

ଏହି ଗଛ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ | ଯଦି ଆପଣଙ୍କ ଆଖି ଏହା ଉପରେ ପଡିଯିବା ତେବେ ଆପଣ ମଧ୍ୟ ଏହାକୁ ଛୁଇଁବାକୁ ଇଚ୍ଛା କରିବେ | କିନ୍ତୁ ଏହା କରନ୍ତୁ ନାହିଁ | ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ହିଁ ଶରୀର ଉପରେ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ |

ଏହି ଗଛ ସାପଠାରୁ ମଧ୍ୟ ଅଧିକ ବିଷାକ୍ତ ଅଟେ | ଯଦି ଏହି ଗଛକୁ ଛୁଇଁବେ, ତେବେ ଏହା ପରେ ଆପଣଙ୍କ ପୁରା ଶରୀରରେ ଜଳିବା ଆରମ୍ଭ କରିବ | ଏହାସହିତ ଯଦି କେହି ଏହାକୁ ଛୁଇଁବା ପରେ କେହି ଆଖିକୁ ଛୁଇଁଥାଏ, ତେବେ ଆପଣ ଅନ୍ଧ ମଧ୍ୟ ହୋଇ ଯାଇପାରନ୍ତି |

Google

ଏହି ଘାତକ ଗଛର ଉଚ୍ଚତା ୧୪ ଫୁଟ ପର୍ଯ୍ୟନ୍ତ ହୋଇପାରେ | ସବୁଠୁ ବଡ କଥା ହେଉଛି ଯେ ଏହି ଗଛର ବିଷର ଔଷଧ ଏପର୍ଯ୍ୟନ୍ତ ମିଳିପାରିନାହିଁ | ଅର୍ଥାତ ଯଦି ଆପଣ ଏହାକୁ ଛୁଇଁବେ, ପରେ ଏହାର ଖରାପ ପ୍ରଭାବରୁ ବଞ୍ଚାଇବା ପାଇଁ ଆପଣଙ୍କୁ କେହି ବି ସାହାଯ୍ୟ ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *