ଦୁନିଆର ପ୍ରଥମ ମଦରେ ପରିପୂର୍ଣ ବାଥ ଟବ, ଯେଉଁଥିରେ ବୁଡି ରହିଲେ ଲୋକଙ୍କର ଏହି ଗମ୍ଭୀର ରୋଗ ଭଲ ହୋଇ ଯାଉଛି,ଜାଣନ୍ତୁ କଣ ରହିଛି ପୁରା ଘଟଣା

ବ୍ରିଟେନର ଏକ କମ୍ପାନୀ, ସ୍ପାସିକର୍ଷ ଖ୍ରୀଷ୍ଟମାସ ଅବସରରେ ଗ୍ରାହକମାନଙ୍କ ପାଇଁ ଏକ ସର୍ପ୍ରାଇଜ୍ ପ୍ରସ୍ତୁତ କରିଛନ୍ତି। କମ୍ପାନୀ ମଦ ଦ୍ୱାରା ଭର୍ତ୍ତି ହୋଇଥିବା ଦୁନିଆର ପ୍ରଥମ ବାଥ୍ ଟବ୍ ସୃଷ୍ଟି କରିଛି। ଏଠାରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ମଦକୁ ଗରମ କରାଯାଏ।କମ୍ପାନୀ କହିଛିକି, ମଦରେ ପରିପୂର୍ଣ୍ଣ ବାଥଟବରେ କିଛି ସମୟ ରହିଲେ ଅନେକ ରୋଗ ମଧ୍ୟ ଭଲ ହୋଇଯାଏ।

ବାଥଟବରେ ୭୫୦ ରୁ ୧୦୦୦ ଲିଟର ପର୍ଯ୍ୟନ୍ତ ମଦ ଭର୍ତ୍ତି କରାଯାଏ ଓ ଯାହାକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ଗରମ କରାଯାଏ।କମ୍ପାନୀ ଅନୁଯାୟୀ ଖ୍ରୀଷ୍ଟମାସ ଅବସରରେ ଲୋକମାନଙ୍କୁ ସୁଯୋଗ ଦେବା ପାଇଁ ଏମିତି କରାଯାଉଛି।

Google

ଦାବି କରାଯାଉଛିକି, ମଦରେ ସ୍ନାନ କରିବା ଦ୍ୱାରା ପୋର ଖୋଲିବ, ଯାହାଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବ ଓ ଗରମ ମଦ ଦ୍ୱାରା ଶରୀରରେ ଟେନିନର ପରିମାଣ ବଢି଼ବ। ଟେନିନ ହେଉଛି ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିଆଲ ପଦାର୍ଥ ଯାହା ଜୀବାଣୁ ଏବଂ ଫଙ୍ଗସଙ୍କ ସହିତ ଲଢ଼ିଥାଏ। ଏହା ସହିତ ଏହା ରକ୍ତ ପ୍ରବାହକୁ ମଧ୍ୟ ବଢା଼ଇଥାଏ। ଏହା ହୃଦୟକୁ ମଧ୍ୟ ମଜବୁତ ରଖେ।

କମ୍ପାନୀ କହିଛି- ‘ମଦର ବାଥଟବ ଆଣ୍ଟି-ବ୍ୟାକ୍ଟେରିଆଲ୍ ଅଟେ।ଏହା ସହିତ ଆଣ୍ଟି-ଅକ୍ସିଡାଇଜିଂ, ଚାପ ହ୍ରାସ, ଚର୍ମ କୋମଳ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପାଇଁ ଲାଭ ଦାୟକ ହୋଇଥାଏ।

ଯେଉଁ ଅତିଥିମାନେ ଫେଷ୍ଟିଭାଲ୍ ସ୍ପା ପ୍ୟାକେଜ୍ ବୁକ୍ କରିବେ ସେମାନଙ୍କୁ ବିନାମୂଲ୍ୟରେ ମଦ ମଧ୍ୟ ଦିଆଯିବ। ଏହି ସ୍ପା ସେବାର ଆରମ୍ଭ ୬୦ ୟୁରୋ ଅର୍ଥାତ ୫୩୦୦ରୁ ଆରମ୍ଭ ହେବ।

Google

ସ୍ପାସିକର୍ଷର ସିଇଓ କହିଛନ୍ତିଯେ ଖ୍ରୀଷ୍ଟମାସ ଆସୁଛି। ସେଥିପାଇଁ ଆମେ ବ୍ରିଟେନର ଲୋକଙ୍କ ପାଇଁ ଏହି ନୂତନ ପ୍ରକାରର ସ୍ପା ସେବା ଆରମ୍ଭ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *