ଦୁର୍ଦ୍ଧାନ୍ତ ଗୁଣ୍ଡା ମାନେ ଘରେ ପଶି ଜାଲିଦେଲେ ଯୁବତୀଙ୍କୁ,କିନ୍ତୁ ପରିବାର ଏକ ମାସ ପରେ ଥାନାରେ ଦାୟର କଲେ ମାମଲା,ଜାଣନ୍ତୁ କଣ ଥିଲା ପୁରା ଘଟଣା ଏବଂ କଣ କହୁଛି ପୋଲିସ?

ଭଦ୍ରୋହୀ: ଉତ୍ତର ପ୍ରଦେଶର ଭଦ୍ରୋହୀ ଜିଲ୍ଲାର ଗୋପୀଗଞ୍ଜ ଥାନା ଅଞ୍ଚଳରେ ଏକ ଯୁବତୀଙ୍କ ଘରେ ପସି କିରୋସିନ ଢାଳି ପୋଡିଦେଵାର ମାମଲା ସାମନାକୁ ଆସିଛି|ପଚାସ ପ୍ରତିଶତ ଜଳି ଯାଇଥିବା ଏହି ଝିଅର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଚାଲୁଅଛି|ପୋଲିସ ଅଧିକାରୀଙ୍କ କହିବା କଥା ଏହି ଘଟଣା ୨୩ ଅକ୍ଟୋବରର ଅଟେ କିନ୍ତୁ ଏକ ମାସ ପରେ ମହିଳା ୫ ଜଣଙ୍କ ଅପରାଧୀଙ୍କ ବିରୋଧରେ କେଶ ଦେଇଥିବାରୁ ପୋଲିସ ଏହି ଘଟଣାର ଖୋଳତାଡ଼ କରୁଛି|

ପୋଲିସ ଅଧିକାରୀଙ୍କ କହିବା କଥା ଯେ ଘଟଣା ଘଟିବାର ଏତେ ଦିନ ପରେ ମାମଲା ଆସିଥିବାରୁ ସୂଚନା ଅନୁସାରେ ଘଟଣାର ଯାଞ୍ଚ ହେଉଛି|ଏହା ପୂର୍ବରୁ ପୋଲିସ ନିକଟରେ ଏହି ଘଟଣାର ସୂଚନା ମିଳିନଥିଲା|ଅଧିକାରୀ କହିଛନ୍ତି ଯେ ପରିବାରର ଆରୋପ କରିଛନ୍ତି ଯେ ଏହି ଦଗଙ୍ଗ ଗୁଣ୍ଡା ହସ୍ପିଟାଲ ଯାଇ ଧମକାଉ ଥିଲା, ତେଣୁ ମାମଲା ରୁଜ୍ଜୁ ପାଇଁ ଏତେ ବିଳମ୍ବ ହେଲା|

Google

ଏହି ମାମଲାରେ ଗୋପିଗଞ୍ଜର ପ୍ରଭାବୀ ନିରିକ୍ଷକ କେ କେ ସିଂହ କହିଛନ୍ତି ଯେ ଯୁବତୀଙ୍କ ଚିକିତ୍ସା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ କରାଯାଉଥିବା ପରିବାର ଲୋକେ କହିଥିଲେ, କିନ୍ତୁ ଏହି ମାମଲାର ସୂଚନା ପୋଲିସକୁ ଦିଆଯାଇନଥିଲା|ସେ କହିଛନ୍ତି ଯେ ଯେଉଁଦିନ ମାମଲା ରୁଜୁ କରାଗଲା, ସେହି ଦିନ ସମ୍ପୂର୍ଣ ଘଟଣା ବାବଦରେ ସମ୍ପର୍କୀୟ ମାନେ ସୂଚନା ଦେଲେ କିନ୍ତୁ ଏକ ଫୋନ୍ ମାଧ୍ୟମରେ ସେ ସେଦିନ ସୂଚନା ଦେଇପାରିଥାନ୍ତେ|ଏହା ସହିତ ସିଂହ ଦିଆଯାଇଥିବା ମାମଲା ଅନୁସାରେ ମଙ୍ଗଳବାର କହିଛନ୍ତି ଯେ ଥାନା କ୍ଷେତ୍ରର ଏକ ଗାଆଁରେ ୨୩ ଅକ୍ଟୋବର ପାଖାପାଖି ରାତି ୧୨ଟା ବେଳେ ନିର୍ମଳା ଦେବୀଙ୍କର ଘରେ ତାଙ୍କର ପଡୋଶୀ ବିକାଶ, ଅଖିଳେଶ,ରାମ ପ୍ରସାଦ,ସିୟାରାମ୍ ଓ ବିନ୍ଦାଦେବୀ ପସିଯାଇ ତାଙ୍କୁ ଧରି କିରୋସିନି ପକାଇ ନିଆଁ ଲଗାଇ ଦେଇଥିଲେ|ଏହା ପରେ ଘରର କବାଟ ବନ୍ଦ କରିଦେଇଥିଲେ|ଥାନା ଅଧିକାରୀ ରୁଜୁ ମାମଲା ଆଧାରରେ କହିଛନ୍ତି ଯେ ପୁରାପୁରି ଭାବେ ଜଳି ଯାଇଥିବା ଯୁବତୀଙ୍କୁ ପାଖ ଲୋକ ଉଦ୍ଧାର କରିଥିଲେ ଓ ଏକ ପ୍ରାଇଭେଟ୍ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା|

ଏହା ସହ ସିଂହ କହିଛନ୍ତି ଯେ- ଦବଙ୍ଗ ଗୁଣ୍ଡା ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ମହିଳାଙ୍କୁ ହେଇଥିବା ଘଟଣା ସମ୍ପର୍କରେ କହିଲେ ମାରିଦେବା ପାଇଁ ଧମକ ଦେଇଛନ୍ତି |ଏକୁଟିଆ ଝିଅଙ୍କ ସହ ରହୁଥିବା ଏହି ମହିଳା ତାଙ୍କ ସ୍ବାମୀଙ୍କୁ ୨୭ ତାରିଖରେ ମୁମ୍ବାଇରୁ ଡକାଇଲେ ଓ ଝିଅ ସହ ହୋଇଥିବା ଘଟଣାକ୍ରମେ ୨୯ ନଭେମ୍ବରରେ ମାମଲା ରୁଜୁ କରିଥିଲେ |ସିଂହ କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି |୫୦% ଜଳି ଯାଇଥିବା ଯୁବତୀଙ୍କ ଅବସ୍ଥା ଏବେ ଭଲ ରହିଛି ଓ ସେ ଚିକିତ୍ସିତ ହେଉଛନ୍ତି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *