ବଡ଼ ଖବର : ବଦଳିଲା ଟ୍ରାଫିକ ନୂଆ,ବର୍ତ୍ତମାନ ଆଉ ମାନୁଆଲ ଚାଲାଣ କଟା ହେବନାହିଁ,ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ଟ୍ରାଫିକ ନିୟମକୁ ମାନୁ ନଥିବା ଲୋକମାନଙ୍କୁ ପୋଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ | ପୂର୍ବରୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ପୋଲିସ ଅଧିକାରୀମାନେ ଉଭୟ ଇ-ଚାଲାଣ ଓ ମାନୁଆଲ ଚାଲାଣ ଦେଇଆସୁଥିଲେ | କିନ୍ତୁ ଇ-ଚାଲାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତମ ପରିଚାଳନା ରହିଛି | ତେଣୁ ମାନୁଆଲ ଚାଲାଣକୁ ଆଜିଠାରୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଓ ପୋଲିସ ବିଭାଗର ଡିଜିଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି |

Google

ଆଜି ପୋଲିସ ବିଭାଗର ଡିଜି ଅଭୟଙ୍କୁ ରାଜ୍ୟ ସଡ଼କ ଓ ପରିବହନ ମଧୁସୂଦନ ପାଢ଼ୀ ଚିଠି ଲେଖି ପରାମର୍ଶ ଦେଇଛନ୍ତି କି ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ କେବଳ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ କରାଯିବ | ପୋଲିସ ଷ୍ଟେସନ ଗୁଡିକୁ ଦିଆଯାଇଥିବା ପିଓଏସ(ପଏଣ୍ଟ ଅଫ ସର୍ଭିସ) ଡିଭାଇସ ମାଧ୍ୟମରେ ଫାଇଭ-ଟି ଅନ୍ତର୍ଗତ ଟ୍ରାଫିକ ଉଲ୍ଲଘଂନ ଲୋକଙ୍କଠାରୁ ଜୋରିମାନା ଆଦାୟ ପାଇଁ ଇ-ଚାଲାଣ ଆଦାୟ କରିବାକୁ କୁହାଯାଇଛି | ଏହି ଇ-ଚାଲାଣ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ନିମନ୍ତେ ସୁନିଶ୍ଚିତ କରିବା ନେଇ ରାଜ୍ୟ ସରକାର ଏହା ପୂର୍ବରୁ ସମସ୍ତ ଆରଟିଓଙ୍କୁ ୨୪୩ ଟି ପିଓଏସ ଡିଭାଇସ ଦେଇଛନ୍ତି ଏବଂ ୭୦୦ଟି ଡିଭାଇସ ସମସ୍ତ ପୋଲିସ ଷ୍ଟେସନକୁ ଦେଇଛନ୍ତି |

ଫାଇଭ-ଟି କାର୍ଯ୍ୟକାରୀ କରିବା ନିମନ୍ତେ ପରିବହନ ବିଭାଗରେ ହୋଇଥିବା ସମୀକ୍ଷା ବୈଠକରେ ଇ-ଚାଲାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା | ତେଣୁ ଶ୍ରୀ ପାଢ଼ୀ ଚିଠି ଲେଖି ଡିଜିଙ୍କୁ ଅନୁରୋଧ କରିଛନ୍ତି ଯେ ପୋଲିସ କର୍ମଚାରୀମାନେ ବର୍ତ୍ତମାନଠାରୁ ଯେମିତି ପିଓଏସ ଡିଭାଇସ ମାଧ୍ୟମରେ ଇ-ଚାଲାଣ କାଟିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ |

Google

ଏହା ବ୍ୟତୀତ ଏହି ବ୍ୟବସ୍ଥାରେ ଲୋକମାନେ ସୁବିଧା ପାଇବା ସହ ଲାଭ ମଧ୍ୟ ପାଇବେ | ସୂଚନା ଅନୁଯାୟୀ, ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ରସିଦ ଦେଉଥିଲେ | ଯେଉଁଥିରେ ଆର୍ଥିକ ଅନିୟମିତତା ହେଉଥିବାର ଅଭିଯୋଗ ପ୍ରାୟ ସମୟରେ ଆସି ଚାଲିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *