ବଡ଼ ଖବର : ଜାନୁଆରୀ ୧ ତାରିଖରୁ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ,ଜାଣନ୍ତୁ କେଉଁ ୟୁଜର୍ସ ଉପରେ ପଡ଼ିବ ପ୍ରଭାବ

UPI ପେମେଣ୍ଟ ୟୁଜର୍ସମାନେ ଧ୍ୟାନ ଦିଅନ୍ତୁ | ଜାନୁଆରୀ ୧ ତାରିଖରୁ ଯେଉଁମାନେ ଆମାଜନ, ଗୁଗୁଲ ପେ ଏବଂ ପେଫୋନର ସେବା ବ୍ୟବହାର କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ | ବାସ୍ତବରେ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଜାନୁଆରୀ ୧ ରୁ ଥାର୍ଡ଼ ପାର୍ଟି ଆପ ପ୍ରଦାନକାରୀଙ୍କ ଦ୍ୱାରା ପରିଚାଳିତ ୟୁପିଇ ପେମେଣ୍ଟ ସର୍ଭିସ (UPI Payment) ଉପରେ ଅତିରିକ୍ତ ଚାର୍ଜ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ଏନପିସିଆଇ ୧ ଜାନୁୟାରୀ ୨୦୨୧ରୁ ଭାରତରେ ଥାର୍ଡ଼ ପାର୍ଟି UPI ପେମେଣ୍ଟ ୟୁଜର୍ସଙ୍କ ବ୍ୟବହାର ଉପରେ ୩୦ ପ୍ରତିଶତର କ୍ୟାପ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାପରେ ମାନାଯାଏ ଯେ ଏହାର ୟୁଜର୍ସଙ୍କୁ ଏହାକୁ ବ୍ୟବହାର କରିବା ମହଙ୍ଗା ପଡିପାରେ |

Google

କାହା ଉପରେ ପଡିବ ପ୍ରଭାବ :-

କୁହାଯାଉଛି ଯେ ଏନପିସିଆଇର ଏହି ନିଷ୍ପତ୍ତିର ପ୍ରଭାବ ପେଟିଏମ ଉପରେ ପଡ଼ିବନାହିଁ | ସେହିପରି Google Pay, Amazon Pay ଏବଂ Phone Pay ପରି କମ୍ପାନୀର ଗ୍ରାହକଙ୍କୁ ଏହାର ପ୍ରଭାବ ନିଶ୍ଚିତ ଭାବରେ ପଡିବ | ତେବେ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତି ନେଇ ନାହିଁ |

କାହିଁକି ନିଆଗଲା ନିଷ୍ପତ୍ତି :-

କୁହାଯାଉଛି ଯେ ଏନପିସିଆଇ ଏହି ନିଷ୍ପତି UPI ପେମେଣ୍ଟ ସିଷ୍ଟମରେ ଭବିଷ୍ୟତରେ ଥାର୍ଡ଼ ପାର୍ଟିର ଏକାଧିକାରକୁ ରୋକିବା ପାଇଁ ନେଇଛି | ଏହି ଆପ୍ସ ଦ୍ୱାରା ଶସ୍ତା ସେବା ଉପଭୋକ୍ତାମାନଙ୍କୁ ଅଫର ଯୋଗାଇ ଦିଆଯାଉଥିଲା, ଯାହା ପରେ ଏନପିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି |

ଗୁଗୁଲ ପେ ନେଲା ଏହି ନିଷ୍ପତ୍ତି :-

ଏହାପୂର୍ବରୁ ଗୁଗୁଲ ପେ ଏକ ନିଷ୍ପତ୍ତିରେ କହିଛି ଯେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବା ଉପରେ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ | ତେବେ ଏହି ନିଷ୍ପତ୍ତି ଭାରତରେ ଲାଗୁ ହେବନାହିଁ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *