ମା ସାଜିଲା ରାକ୍ଷସୀ : ତୃତୀୟ ଥର ମଧ୍ୟ ଝିଅ ଜନ୍ମ ହେବାରୁ ମା ପାଣିରେ ବୁଡାଇ ମାରିଦେଲା ଝିଅକୁ ,ଜାଣନ୍ତୁ ପୁରା ମାମଲା

ନିଜର ନବଜାତ ଶିଶୁକୁ ପ୍ରତ୍ୟେକ ମା ବହୁତ ଭଲ ପାଆନ୍ତି | ସେ ଝିଅ ହେଉ କିମ୍ବା ପୁଅ ହେଉ, ନବଜାତ ଶିଶୁଟିକୁ ସର୍ବଦା ଭଲପାଇବା ସହିତ ଯତ୍ନ ନିଆଯାଏ, କିନ୍ତୁ ଭାବନ୍ତୁ ଯଦି ମା ହିଁ ସେହି ଶିଶୁର ଜୀବନ ନିଏ ତେବେ ଏହାଠାରୁ ବଡ ଦୁଃଖର ବିଷୟ କ’ଣ ହୋଇପାରେ | ଏହିପରି ହିଁ ମାମଲା ମହାରାଷ୍ଟ୍ରର ବାରାମତିରୁ ଆସିଛି | ଯେଉଁଠାରେ ମା ନିଜ ଶିଶୁ କନ୍ୟାକୁ ପାଣିରେ ବୁଡ଼ାଇ ମାରିଦେଲା |

ବାସ୍ତବରେ, ଏହି ପୁରା ମାମଲାଟି ବାରାମତି ଟାଉନର ଅଟେ, ଏଠାରେ ଜଣେ ମହିଳାଙ୍କ ଉପରେ ଅଭିଯୋଗ ଅଛି ଯେ ସେ ନିଜର ଦେଢ଼ ମାସର ଝିଅକୁ ପାଣିରେ ଏଥିପାଇଁ ବୁଡ଼ାଇ ମାରିଥିଲେ କାରଣ ସେ ଝିଅ ଚାହୁଁ ନଥିଲେ ବରଂ ପୁଅ ହେବ ବୋଲି ଆଶା କରିଥିଲେ |

Google

ବାରମତି ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ନିଜ ବୟାନରେ କହିଛନ୍ତି ଯେ ସେ ଜାଣିଥିଲେ ଏହା ତାଙ୍କର ତୃତୀୟ ସନ୍ତାନ ଅଟେ | ସେ ଆଶା କରୁଥିଲେ ଯେ ଏଥର ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେବ | ତୃତୀୟ ଥର ପୁନର୍ବାର ଝିଅ ଜନ୍ମ ହେବାରୁ ତାଙ୍କୁ ରାଗ ଲାଗିଥିଲା ଏବଂ ସେ ଶିଶୁଟିକୁ ହତ୍ୟା କଲା |

ସୂଚନା ଅନୁଯାୟୀ, ଗତ ୨ ମାସ ଧରି ଅଭିଯୁକ୍ତ ମହିଳା ତାଙ୍କ ବାପଘରେ ରହୁଥିଲେ | ସେପଟେ ସ୍ତ୍ରୀ ଦ୍ୱାରା କରାଯାଇଥିବା ଏହି ଅପରାଧକୁ ଶୁଣି ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପୋଲିସକୁ ଦେଇଥିବା ତାଙ୍କ ବୟାନରେ କୁହାଯାଇଛି ଯେ ଯେତେବେଳେ ତାଙ୍କ ଶିଶୁ କନ୍ୟା ଜନ୍ମ ହେଲା ସେତେବେଳେ ସେ ବହୁତ ଖୁସି ଥିଲେ |

Google

ବର୍ତ୍ତମାନ ବାରାମତି ଟାଉନର ଗ୍ରାମୀଣ ପୋଲିସ ଅପରାଧିକ ମାମଲା ରୁଜ୍ଜୁ କରିଛି | ପୋଲିସ ଏହି ମାମଲାର ଯାଞ୍ଚ କରୁଛି | ମହିଳାଙ୍କୁ ସୋମବାର ଦିନ ଅପରାହ୍ନରେ କୋର୍ଟରେ ହାଜର କରାଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *