ବିଲୁଆ ପୁଣି ପ୍ରମାଣ କଲା ନିଜର ଚତୁର ପଣିଆ : ଧରା ପଡ଼ିଯିବା ଭୟରେ ମରିବାର ଅଭିନୟ କଲା,ଆଉ ଲୋକ ଚାଲିଯିବା ପରେ ପଳାଇଲା,ଜାଣନ୍ତୁ ପୁରା ଘଟଣା

ଆମେ ପିଲାଦିନରୁ ଶୁଣିଆସିଛୁ ଯେ ପଶୁମାନଙ୍କ ମଧ୍ୟରେ ବିଲୁଆ ସବୁଠାରୁ ଅଧିକ ଚତୁର ହୋଇଥାନ୍ତି ଏବଂ ଘଟଣା ଦେଖି ନିଜର ଆଚରଣ ପରିବର୍ତ୍ତନ କରିଥାନ୍ତି | ପୁଣିଥରେ ଏମିତି ହିଁ କିଛି ଦେଖିବାକୁ ମିଳିଲା ମହାରାଷ୍ଟ୍ରର ସିନ୍ନରରେ, ଯେଉଁଠାରେ ପିଞ୍ଜରାରେ ଫସିଯିବା ପରେ ବିଲୁଆଟି ସଙ୍ଗେ ସଙ୍ଗେ ମୃତ ବୋଲି ନାଟକ କରିଥିଲା ଏବଂ ଯେମିତି ଲୋକମାନେ ସେଠାରୁ ଚାଲିଗଲେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲା |

ସ୍ଥାନୀୟ ଖବରକାଗଜ ଅନୁଯାୟୀ ସିନ୍ନର ଅଞ୍ଚଳର ଉଜନି ଗ୍ରାମରେ ଚିତାବାଘକୁ ଧରିବା ପାଇଁ ଏକ ପିଞ୍ଜରା ରଖିଥିଲେ, କିନ୍ତୁ ସେଠି ଭୁଲରେ ଏକ ବିଲୁଆ ଆସି ପଶି ଯାଇଥିଲା | ବିଲୁଆଟି ଫାଶରେ ପଡ଼ିବା ପରେ ଲୋକମାନେ ଚତୁର୍ଦ୍ଦିଗରୁ ପିଞ୍ଜରାକୁ ଘେରି ଯାଇଥିଲେ |ଏହା ଦେଖି ଜୀବନ ବଞ୍ଚାଇବା ପାଇଁ ବିଲୁଆଟି ଶୋଇପଡି ତୁରନ୍ତ ମରିବାର ନାଟକ ଆରମ୍ଭ କରିଦେଲା | 

Google

ଏହା ଦେଖି ଲୋକମାନଙ୍କୁ ଲାଗିଲା ଯେ ବିଲୁଆଟିର ପିଞ୍ଜରାରେ ହିଁ ମୃତ୍ୟୁ ହୋଇଯାଇଛି | ଏହି ସମୟରେ ବିଲୁଆଟି ଏପରି ପଡି ରହିଥିଲା ଯେପରି ତାର ଜୀବନ ଚାଲିଯାଇଛି | କିଛି ସମୟ ପରେ ଏହି ନାଟକ ଦେଖିବା ପରେ ଲୋକମାନେ ତାକୁ ମୃତ ବୋଲି ଭାବି ସେଠାରେ ଛାଡି ଚାଲିଗଲେ |

ପିଞ୍ଜରା ପାଖରୁ ଯେମିତି ଲୋକମାନେ ଚାଲିଗଲେ ସଂଗେ ସଂଗେ ବିଲୁଆଟି ସେଠାରୁ ପଳାଇ ଯାଇଥିଲା | ଏହା ଦେଖି ଲୋକମାନେ ସେମାନଙ୍କର ଭୁଲକୁ ଅନୁଭବ କଲେ ଯେ ଯାହାକୁ ସେମାନେ ମୃତ ବୋଲି ଭାବିଥିଲେ ପ୍ରକୃତରେ ସେହି ବିଲୁଆ ନାଟକ କରୁଥିଲା |

କୁହାଯାଉଛି ଯେ ଉଜନି ଗାଁରେ ଲୋକମାନେ ଏକ ଚିତାବାଘ ପାଇଁ ଚିନ୍ତାରେ ଥିଲେ ଏବଂ ତାକୁ ଧରିବା ପାଇଁ ଏକ ପିଞ୍ଜରା ରଖିଥିଲେ | କିନ୍ତୁ ସେଥିରେ ଏକ ବିଲୁଆ ଆସି ଫସି ଯାଇଥିଲା | ଲୋକମାନେ ବନ ବିଭାଗ ଟିମକୁ ଘଟଣାସ୍ଥଳକୁ ଡାକିଥିଲେ | ବିଲୁଆକୁ ଜାଗ୍ରତ କରିବା ପାଇଁ ଜୋରରେ ଶବ୍ଦ କରାଯାଇଥିଲା, ତା’ଉପରେ ପାଣି ପକା ଯାଇଥିଲା କିନ୍ତୁ ବିଲୁଆ ଟିକେ ବି ହଲିନଥିଲା | ଯେମିତି ସେଠାରୁ ଲୋକମାନେ ଚାଲି ଯାଇଥିଲେ ସେ ତୁରନ୍ତ ପଳାଇ ଯାଇଥିଲା |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *